କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରୁ ରାହୁଲ ଗାନ୍ଧୀଙ୍କ ବଢ଼ିଛି ଲୋକପ୍ରିୟତା? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା
Advertisement
Article Detail0/zeeodisha/odisha1358214

କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରୁ ରାହୁଲ ଗାନ୍ଧୀଙ୍କ ବଢ଼ିଛି ଲୋକପ୍ରିୟତା? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

Congress Bharat Jodo Yatra: କଂଗ୍ରେସ (Congress) କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଛି । ଏହି ପଦଯାତ୍ରା ମାଧ୍ୟମରେ ସଂଗଠନକୁ ଜୀବନ୍ତ ଓ ମଜବୁତ କରିବାକୁ କଂଗ୍ରେସ ଆଶା ରଖିଛି । ଏହି ସମୟରେ ଏକ ଜାତୀୟ ଗଣମାଧ୍ୟମ ଏହି ଯାତ୍ରା ସହ ଜଡିତ ଏକ ସର୍ଭେ କରିଛି । ଏହି ସର୍ଭେରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ହେବା ଉପରେ ପ୍ରଶ୍ନ କରାଯାଇଛି ।

କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ରୁ ରାହୁଲ ଗାନ୍ଧୀଙ୍କ ବଢ଼ିଛି ଲୋକପ୍ରିୟତା? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: Congress Bharat Jodo Yatra: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା (Bharat Jodo Yatra) ଆରମ୍ଭ କରିଛି । ଏହି ପଦଯାତ୍ରାର ନେତୃତ୍ୱ କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) କରୁଛନ୍ତି । ଏହି ପଦଯାତ୍ରାରେ ଅନେକ ସିଭିଲ୍ ସୋସାଇଟି ମଧ୍ୟ ସାମିଲ ଅଛନ୍ତି । ସେପଟେ ଦେଶରେ ଆଗାମୀ ଲୋକସଭା ନିର୍ବାଚନ (Lok Sabha Elections 2024) ପାଇଁ ରାଜନୈତିକ ମାହୋଲ ସୃଷ୍ଟି ହେବା ଆରମ୍ଭ କରିଛି । ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ସେହି କ୍ରମରେ କଂଗ୍ରେସ (Congress) କନ୍ୟାକୁମାରୀରୁ କାଶ୍ମୀର ଅଭିମୁଖେ ଯାତ୍ରା କରୁଛି । ଏହି ପଦଯାତ୍ରା ମାଧ୍ୟମରେ ସଂଗଠନକୁ ଜୀବନ୍ତ ଓ ମଜବୁତ କରିବାକୁ କଂଗ୍ରେସ ଆଶା ରଖିଛି । ଏହି ସମୟରେ ଏକ ଜାତୀୟ ଗଣମାଧ୍ୟମ ଏହି ଯାତ୍ରା ସହ ଜଡିତ ଏକ ସର୍ଭେ କରିଛି । ଏହି ସର୍ଭେରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ହେବା ଉପରେ ପ୍ରଶ୍ନ କରାଯାଇଛି ।

ସି-ଭୋଟର ସହଯୋଗରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟ ଉପରେ ଏବିପି ନ୍ୟୁଜ୍ ଦ୍ୱାରା କରାଯାଇଥିବା ସର୍ଭେରେ ଲୋକମାନେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସି-ଭୋଟର ସର୍ଭେରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟ ସମ୍ପର୍କରେ ଲୋକଙ୍କଠାରୁ ମତ ନିଆଯାଇଛି । ଏଥିରେ ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ କେତେ ସନ୍ତୁଷ୍ଟ? ସର୍ଭେରୁ ଜଣାପଡିଛି ଯେ, 'ଭାରତ ଯୋଡ଼ ଯାତ୍ରା' ଯୋଗୁଁ ରାହୁଲ ଗାନ୍ଧୀଙ୍କ ସ୍ଥିତି ବୃଦ୍ଧି ପାଇଛି । ଏହାସହ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ସି-ଭୋଟର ସହ ଏବିପି ନ୍ୟୁଜ୍ ତାମିଲନାଡୁ ଓ କେରଳରେ ଏହି ସର୍ଭେ କରିଛି ।

ତାମିଲନାଡୁରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ସମୟରେ ସେପ୍ଟେମ୍ବର ୧୧ରେ ୬୩ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ଅନ୍ୟପଟେ ଏହା ପୂର୍ବରୁ ସେପ୍ଟେମ୍ବର ୬ରେ କରାଯାଇଥିବା ସର୍ଭେରେ ୫୯ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ସେପ୍ଟେମ୍ବର ୧୧ରେ ଏହି ସଂଖ୍ୟା ବୃଦ୍ଧି ପାଇଛି ଓ ୬୩ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି । ଅନ୍ୟପଟେ ତାମିଲନାଡୁ ପାଇଁ ହୋଇଥିବା ସର୍ଭେରେ ସେପ୍ଟେମ୍ବର ୬ରେ ୨୫ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ  ଅଛନ୍ତି । ଏଥି ସହିତ ସେପ୍ଟେମ୍ବର ୧୧ ରେ ୨୨ ପ୍ରତିଶତ ଲୋକ ରାହୁଲଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ । ସେପ୍ଟେମ୍ବର ୬ରେ ଏହି ପ୍ରଶ୍ନର ଉତ୍ତରରେ ୧୬ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ କିଛି 'କହିପାରିବେ ନାହିଁ' । ତେବେ ସର୍ଭେରେ ସେପ୍ଟେମ୍ବର ୧୧ରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ଓ ପ୍ରଶ୍ନର ଉତ୍ତରରେ ପ୍ରାୟ ୧୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଏ ବିଷୟରେ କିଛି କହିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-୨୦୨୪ରେ ମୋଦିଙ୍କ ବିପକ୍ଷରେ ବିରୋଧୀ ଦଳ ତରଫରୁ କିଏ ହେବେ ଅଧିକ ମଜବୁତ ପ୍ରାର୍ଥୀ, ସର୍ଭେରେ ହେଲା ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୨୫୧ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ 'ଭାରତ ଯୋଡ଼ ଯାତ୍ରା', ଜାଣନ୍ତୁ କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଏହି ପଦଯାତ୍ରା

 

 

ସେହିପରି କେରଳରେ ମଧ୍ୟ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ହେବା ଉପରେ ଲୋକମାନେ ନିଜର ମତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବିଷୟରେ କହିବାକୁ ଗଲେ ସେପ୍ଟେମ୍ବର ୧୦ରେ ୫୬ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିଲେ । ସର୍ଭେ ଆକଳନରୁ ଜଣାପଡିଛି ଯେ ସେପ୍ଟେମ୍ବର ୧୪ରେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଥିବା ଲୋକଙ୍କ ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ହେଉଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହେବାର କିଛି ଦିନ ଯାତ୍ରା ଅବଧିର ଡାଟା । ସେପ୍ଟେମ୍ବର ୧୦ ରେ ୩୧ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିଲେ । ସେପଟେ ସେପ୍ଟେମ୍ବର ୧୪ରେ ୩୦ ପ୍ରତିଶତ ଲୋକ କହିଛନ୍ତି ଯେ, ସେମାନେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ  ଅଛନ୍ତି । ମୋଟ ଉପରେ ସର୍ଭେ ଫଳାଫଳରୁ ଜଣାପଡିଛି ଯେ 'ଭାରତ ଯୋଡ଼ ଯାତ୍ରା' କାରଣରୁ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ଓ ସ୍ଥିତିରେ ବୃଦ୍ଧି ଘଟୁଛି ।