ସୂଚନାଯୋଗ୍ୟ, ପିଥୋରାଗଡ ଜିଲ୍ଲାର ସୀମାନ୍ତ ବିଧାନସଭା ଧାରଚୁଲାରେ କଂଗ୍ରେସରୁ ଇସ୍ତଫା ଦେବା ଆରମ୍ଭ ହୋଇସାରିଛି । ବିଧାୟକ ହରିଶ ଧାମିଙ୍କୁ ବିରୋଧୀଦଳର ନେତା ନକରିବାରୁ ଅସନ୍ତୁଷ୍ଟ ହୋଇ ନଗର, ବ୍ଲକ ସଭାପତିଙ୍କ ସମେତ ଧାରଚୁଲା, ମନସ୍ୟାରୀ ୪୦ରୁ ଅଧିକ ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ଦଳର ଅସୁବିଧାକୁ ବଢ଼ାଇଦେଇଛି ।
Trending Photos
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ (Uttarakhand Assembly Elections 2022) ରେ କଂଗ୍ରେସ (Congress) ର ପରାଜୟ ପରେ ଦଳରେ ବିଦ୍ରୋହର ସ୍ୱର ଉଠିବାରେ ଲାଗିଛି । ବିଗତ ଦିନରେ କଂଗ୍ରେସ ବିରୋଧୀ ଦଳ ନେତା ଓ ପ୍ରଦେଶାଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିଲେ । ଯାହା ପରେ ବିବାଦ ଆହୁରି ବଢ଼ିଯାଇଛି । ବର୍ତ୍ତମାନ ଦଳ ଉପରେ ଅସନ୍ତୁଷ୍ଟ ଥିବା ଧାରଚୁଲା ବିଧାୟକ ହରିଶ ଧାମି (Congress Dharchula MLA Harish Dhami) ଙ୍କ ବୟାନ ରାଜ୍ୟ କଂଗ୍ରେସ (Uttarakhand Congress) ପାଇଁ ଚିନ୍ତା ବଢ଼ାଇବାର କାମ କରିଛି । ସେ କହିଛନ୍ତି ଯେ, ଯଦି ଜନତା କହିବେ ତେବେ ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ଙ୍କ ପାଇଁ ଏହି ଆସନ ଛାଡ଼ି ପାରନ୍ତି । କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣି ହରିଶ କହିଛନ୍ତି ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଇଛି ।
ଏପରି ପରିସ୍ଥିତିରେ ହରିଶ ଧାମି (Harish Dhami) ଙ୍କ ଏହି ବୟାନରୁ ଅନେକ ରାଜନୈତିକ ଅର୍ଥ ବାହାର କରାଯାଉଛି । ଧାମି ଅଭିଯୋଗ ଆଣିଛନ୍ତି ଯେ, କଂଗ୍ରେସ ସର୍ବଦା ତାଙ୍କୁ ଅବହେଳା କରିବାର କାମ କରିଛି, ଅପରପକ୍ଷେ ସେ ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ ବୋଲି ନିଜକୁ କହିଛନ୍ତି । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଆସନରୁ ଜିତିଥିବା ବିଧାୟକଙ୍କୁ ଉପନେତା କରି ଦଳ ତାଙ୍କ ସମ୍ମାନକୁ ଆଘାତ କରିଛି ।
ସେ ଆଗକୁ କହିଛନ୍ତି ଯେ, ସେ କଂଗ୍ରେସ (Congress) ପାଇଁ ବହୁତ କିଛି କରିଛନ୍ତି କିନ୍ତୁ ଦଳ ତାଙ୍କୁ ଅପମାନିତ କରିଛି । ଯଦି ତାଙ୍କ ନିର୍ବାଚନୀମଣ୍ଡଳୀର ଜନତା କହିବେ ତେବେ ସେ ସିଏମ ପୁଷ୍କର ଧାମିଙ୍କ ପାଇଁ ଆସନ ଛାଡ଼ି ଦେବେ । ତାଙ୍କ ପାଖରେ ନୂଆ ଦଳ ଗଠନ କରି ଜନତାଙ୍କ ସେବା କରିବାର ବିକଳ୍ପ ମଧ୍ୟ ଖୋଲା ରହିଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପିଥୋରାଗଡ ଜିଲ୍ଲାର ସୀମାନ୍ତ ବିଧାନସଭା ଧାରଚୁଲାରେ କଂଗ୍ରେସରୁ ଇସ୍ତଫା ଦେବା ଆରମ୍ଭ ହୋଇସାରିଛି । ବିଧାୟକ ହରିଶ ଧାମିଙ୍କୁ ବିରୋଧୀଦଳର ନେତା ନକରିବାରୁ ଅସନ୍ତୁଷ୍ଟ ହୋଇ ନଗର, ବ୍ଲକ ସଭାପତିଙ୍କ ସମେତ ଧାରଚୁଲା, ମନସ୍ୟାରୀ ୪୦ରୁ ଅଧିକ ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହା ଦଳର ଅସୁବିଧାକୁ ବଢ଼ାଇଦେଇଛି ।
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା; ଋଷ ପରି ତାଇୱାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଚୀନ, କରୁଛି ଏହି ପ୍ଲାନ
ଏହା ବି ପଢ଼ନ୍ତୁ:-ଭାରତ ସହ ପଙ୍ଗା ନେଲା ଜର୍ମାନୀ! କିଏ କରୁଛି ଷଡ଼ଯନ୍ତ୍ର
ମଙ୍ଗଳବାର ଧାରଚୁଲା ଓ ମନସ୍ୟାରୀ ଅଞ୍ଚଳର ଅନେକ ପଦାଧିକାରୀ ଇସ୍ତଫା ଦେଇ କଂଗ୍ରେସ ଛାଡିଛନ୍ତି । ଧାରଚୁଲାରେ ବ୍ଲକ ସଭାପତି ନାରାୟଣ ସିଂ ଦରିଆଲ, ଗୋରିଚାଲ ବ୍ଲକ ସଭାପତି ସୁନ୍ଦର ସିଂ, ଯୁବ କଂଗ୍ରେସ ବ୍ଲକ ସଭାପତି ଉମେଶ ଧାମିଙ୍କ ସମେତ ୨୫ ଜଣ ପଦାଧିକାରୀ ସେମାନଙ୍କ ଇସ୍ତଫା କଂଗ୍ରେସ ଜିଲ୍ଲା ସଭାପତିଙ୍କ ନିକଟରେ ଦାଖଲ କରିଛନ୍ତି ।