ପିଏମ ମୋଦିଙ୍କ 'ଆନ୍ଦୋଳନଜୀବୀ' ମନ୍ତବ୍ୟକୁ ନେଇ ଏହି ଅନ୍ଦାଜରେ କଟାକ୍ଷ କଲେ ରାହୁଲ
Advertisement

ପିଏମ ମୋଦିଙ୍କ 'ଆନ୍ଦୋଳନଜୀବୀ' ମନ୍ତବ୍ୟକୁ ନେଇ ଏହି ଅନ୍ଦାଜରେ କଟାକ୍ଷ କଲେ ରାହୁଲ

କୃଷକ ଆନ୍ଦୋଳନ (Farmers Protest) ଉପରେ ରାଜ୍ୟସଭାରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି 'ଆନ୍ଦୋଳନଜୀବୀ' ଶବ୍ଦ ବ୍ୟବହାର କରିଥିଲେ । 

ପିଏମ ମୋଦିଙ୍କ 'ଆନ୍ଦୋଳନଜୀବୀ' ମନ୍ତବ୍ୟକୁ ନେଇ ଏହି ଅନ୍ଦାଜରେ କଟାକ୍ଷ କଲେ ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦି ସରକାର (Modi Govt) ଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) । ସାଧାରଣ ବଜେଟ ୨୦୨୧ରେ ସାର୍ବଜନୀନ ଉପକ୍ରମର ଅଂଶ ଓ ସରକାରୀ ବ୍ୟାଙ୍କର ଅଂଶ ବିକ୍ରି କରିବାକୁ ନେଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର (NDA Govt) ଙ୍କ ଉପରେ ଜୋରଦାର ପ୍ରହାର କରିଛନ୍ତି ସେ । ରାହୁଲ ମୋଦି ସରକାରଙ୍କ ବିରୋଧରେ ଲଗାତର ଆକ୍ରମଣାତ୍ମକ ଆଭିମୁଖ୍ୟ ଜାରି ରଖିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନୀତିକୁ ସମାଲୋଚନା କରିବାରେ ଲାଗିଛନ୍ତି ।

ଅଧିକ ପଢ଼ନ୍ତୁ:-ବାଇଡେନ ସରକାର କହିଲା ତା' ପାଇଁ ଭାରତ କାହିଁକି ଏତେ ଖାସ୍

କୃଷକ ଆନ୍ଦୋଳନ (Farmers Protest) ଉପରେ ରାଜ୍ୟସଭାରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି 'ଆନ୍ଦୋଳନଜୀବୀ' ଶବ୍ଦ ବ୍ୟବହାର କରିଥିଲେ । ଏହାକୁ ନେଇ ରାହୁଲ କଟାକ୍ଷ କରିବାକୁ ଭୁଲି ନାହାଁନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, "କ୍ରୋନି-ଜୀବୀ (Crony-jibi) ହେଉଛନ୍ତି ସେମାନେ, ଯେଉଁମାନେ ଦେଶ ବିକ୍ରି କରୁଛନ୍ତି ।" ଏହି ଟ୍ୱିଟ୍ ସହିତ ରାହୁଲ #PSU_PSB_Sale ହ୍ୟାସଟ୍ୟାମ୍ ବ୍ୟବହାର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପେନସନ୍ ସମ୍ବନ୍ଧୀୟ ଏହି ନିୟମକୁ ବଦଳାଇଲେ ସରକାର, କର୍ମଚାରୀଙ୍କ ପରେ ପରିବାରକୁ ମିଳିବ ବଡ଼ ରିହାତି

ଫେବୃଆରୀ ୧ରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ନିବେଶ ମାଧ୍ୟମରେ ସରକାର ୧.୭୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି । ସେ କହିଥିଲେ ଯେ ଏଲଆଇସି (LIC) ଓ ଆଇଡିବିଆଇ ବ୍ୟାଙ୍କ (IDBI Bank) ସମେତ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଅଂଶଧନ ବିକ୍ରି କରିବେ ।