କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!
Advertisement
Article Detail0/zeeodisha/odisha833620

କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!

କୁହାଯାଉଛି ଯେ, ଆନନ୍ଦ ଶର୍ମା (Anand Sharma) ଏହି ବୈଠକରେ ସିଡବ୍ଲ୍ୟୁଡିସି ସଦସ୍ୟ (CWC Members) ନିର୍ବାଚନ ପାଇଁ ଦାବି ଉଠାଇଛନ୍ତି । 

କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, CWC ବୈଠକରେ ଆନନ୍ଦ ଶର୍ମା ଓ ଗେହଲଟ ମୁହାଁମୁହିଁ!

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (Congress Working Committe-CWC) ବୈଠକରେ ଦଳର ଦୁଇ ବଡ ନେତା ମୁହାଁମୁହିଁ  ହୋଇଛନ୍ତି । ଶୁକ୍ରବାର କଂଗ୍ରେସ ମୁଖ୍ୟଙ୍କ ବିଷୟରେ ଆଲୋଚନା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ (Ashok Gehlot) ବିଦ୍ରୋହୀମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ପଚାରିବାକୁ ଲାଗିଥିଲେ ଯେ, "କ'ଣ ସୋନିଆ ଜୀ (Sonia Gandhi) ଙ୍କ ନେତୃତ୍ୱ ଉପରେ ବିଶ୍ୱାସ ନାହିଁ?"

ଅଧିକ ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ CWC ବୈଠକରେ ନିଆଗଲା ବଡ ନିଷ୍ପତ୍ତି

କୁହାଯାଉଛି ଯେ, ଆନନ୍ଦ ଶର୍ମା (Anand Sharma) ଏହି ବୈଠକରେ ସିଡବ୍ଲ୍ୟୁଡିସି ସଦସ୍ୟ (CWC Members) ନିର୍ବାଚନ ପାଇଁ ଦାବି ଉଠାଇଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଉଲ୍ଲିଖିତ ସୂତ୍ର ଅନୁଯାୟୀ, ଗେହଲଟ୍ ବୈଠକରେ ଅସନ୍ତୋଷ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି । ଗେହଲଟ୍ ବୈଠକରେ ପ୍ରାୟ ୧୫ ମିନିଟ୍ ନିଜ କଥା ରଖିଥିଲେ । ସେ କହିଛନ୍ତି ଯେ, କୃଷକ ଆନ୍ଦୋଳନ, ମୁଦ୍ରାସ୍ଫୀତି, ଅର୍ଥନୀତି ଭଳି ଅନେକ ପ୍ରସଙ୍ଗ ଅଛି, ଯାହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏଭଳି ପରିସ୍ଥିତିରେ ଦଳର ଆଭ୍ୟନ୍ତରୀଣ ନିର୍ବାଚନ ପରେ ମଧ୍ୟ ଅନୁଷ୍ଠିତ କରାଯାଇହେବ ।

ଅଧିକ ପଢ଼ନ୍ତୁ:-ପୁଣି ଗୁଡ୍ ନ୍ୟୁଜ୍ ଦେଲା ରେଲୱେ!

ସେ ଆଗକୁ ପଚାରିଛନ୍ତି ଯେ, "ବାରମ୍ୱାର ଯେଉଁ ନେତା ନିର୍ବାଚନ (ଅଧ୍ୟକ୍ଷ ପଦ ପାଇଁ) କରାଇବା ପାଇଁ ଦାବି କରୁଛନ୍ତି । ତାଙ୍କୁ କ'ଣ ଦଳର ନେତୃତ୍ୱ (ବର୍ତ୍ତମାନ ସମୟରେ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷ) ଉପରେ କୌଣସି ବିଶ୍ୱାସ ନାହିଁ କି?" ଏହି ବୈଠକରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ରୟ ଏବଂ ପି ଚିଦାମ୍ବରମଙ୍କ ଭଳି ନେତାମାନେ ସାଂଗଠନିକ ନିର୍ବାଚନ ପାଇଁ ଦାବି କରିଛନ୍ତି । ଏହି ସମାନ କଂଗ୍ରେସ ନେତା ଯେଉଁମାନେ ଗତ କିଛି ମାସ ମଧ୍ୟରେ ଦଳର ନେତୃତ୍ୱ ଏବଂ ପରିଚାଳନାକୁ ନେଇ ଅସହଜ ପ୍ରଶ୍ନ ଉଠାଇଥିଲେ ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର ଦେବେ ମୋଦି ସରକାର!

ସେପଟେ, ଅନ୍ୟ ଗୋଷ୍ଠୀ ଗାନ୍ଧୀ ପରିବାରର ବିଶ୍ୱସ୍ତ ବୋଲି କୁହାଯାଇପାରେ, ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏକେ ଆଣ୍ଟୋନି, ତାରିକ ଅନୱାର ଏବଂ ଓମାନ ଚାଣ୍ଡି ଇତ୍ୟାଦି ସାମିଲ ଥିଲେ । ଏହି ନେତାମାନେ କହିଛନ୍ତି ଯେ ବଙ୍ଗଳା ସମେତ ପାଞ୍ଚଟି ରାଜ୍ୟ (ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁ) ରେ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଚିଫ୍ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ କରାଯାଉ ।