ପୁଣି ଇତିହାସ ଦୋହରାଇବ କଂଗ୍ରେସ!
Advertisement

ପୁଣି ଇତିହାସ ଦୋହରାଇବ କଂଗ୍ରେସ!

ଦଳର ବରିଷ୍ଠ ନେତା କପିଲ ସିବଲ (Kapil Sibal) ଓ ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ (Congress) ର ଲଜ୍ଜାଜନକ ପରାଜୟକୁ ନେଇ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯାହାର ପାଲଟା ଜବାବ ଦେବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ସମେତ ଦଳର ବରିଷ୍ଠ ନେତା ଆଗେଇ ଆସିଛନ୍ତି । ଯାହା ଫଳରେ ବର୍ତ୍ତମାନ କଂଗ୍ରେସ ୨ ଗୋଷ୍ଠୀରେ ବିଭାଜିତ ହେଉଥିବା ନଜରକୁ ଆସୁଛି । 

ପୁଣି ଇତିହାସ ଦୋହରାଇବ କଂଗ୍ରେସ!

ତମାଲ ବାକଚି​, ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନ ପରଠାରୁ କଂଗ୍ରେସ ଖରାପ ସମୟ ଦେଇ ଗତି କରୁଛି । ଦଳ ମଧ୍ୟରେ ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ । ଜଣେ ପରେ ଜଣେ କଂଗ୍ରେସର ବଡ଼ ବଡ଼ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ବିଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ନେତୃତ୍ୱ ସଙ୍କଟ (Congress Leadership Crisis) ମଧ୍ୟ ଦେଇ ଗତି କରୁଛି । ବିଗତ ଦିନରେ ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୩ ବରିଷ୍ଠ ନେତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ (Congress Interim President) ସୋନିଆ ଗାନ୍ଧୀ (Sonia Gandhi)ଙ୍କୁ ଚିଠି ଲେଖି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଯାହା ପରେ ସୋନିଆ ଗାନ୍ଧୀଙ୍କ ପଦ ଛାଡିବା କଥା ସାମ୍ନାକୁ ଆସିବା ମାତ୍ରେ ଅନେକ କଂଗ୍ରେସ ନେତା ତାଙ୍କ ସମର୍ଥନରେ ଆଗେଇ ଆସିଥିଲେ । ବର୍ତ୍ତମାନ ବିହାର ବିଧାନସଭା ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ଦଳର ଶୋଚନୀୟ ପରାୟଜ ପରେ ଦଳ ମଧ୍ୟରେ ବିଦ୍ରୋହର ସ୍ୱର ପୁଣିଥରେ ଉଠିବାରେ ହେବାରେ ଲାଗିଛି । ଦଳର ବରିଷ୍ଠ ନେତା କପିଲ ସିବଲ (Kapil Sibal) ଓ ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ (Congress) ର ଲଜ୍ଜାଜନକ ପରାଜୟକୁ ନେଇ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯାହାର ପାଲଟା ଜବାବ ଦେବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ (Ashok Gehlot) ସମେତ ଦଳର ବରିଷ୍ଠ ନେତା ଆଗେଇ ଆସିଛନ୍ତି । ଯାହା ଫଳରେ ବର୍ତ୍ତମାନ କଂଗ୍ରେସ ୨ ଗୋଷ୍ଠୀରେ ବିଭାଜିତ ହେଉଥିବା ନଜରକୁ ଆସୁଛି । 

ଅଧିକ ପଢ଼ନ୍ତୁ:-ନିଜ ଦଳ କଂଗ୍ରେସକୁ ନେଇ ଏ କ'ଣ କହିଗଲେ ଆଜାଦ

ଏହି ଘଟଣାକ୍ରମ ସହିତ ଯୋଡ଼ି ଏହା ଜାଣିବାର ବିଷୟ ଯେ ଏପରି ପ୍ରଥମ ଥର ପାଇଁ କଂଗ୍ରେସ(Congress)ରେ ଘଟୁନାହିଁ । ୧୩୫ ବର୍ଷର ପୁରୁଣା ଦଳରେ ଏହା ଅନେକ ଥର ଘଟିଛି, ଯେତେବେଳେ ଅନ୍ତଃକନ୍ଦଳ କିମ୍ବା ବିଦ୍ରୋହର ପରିସ୍ଥିତି ଦେଖାଦେଇଛି, ସେତେବେଳେ ଏହାକୁ ସମ୍ଭାଳି ନିଆଯାଇଛି । ଏହା ବ୍ୟତୀତ ବହୁ ନେତା ଦଳ ଛାଡ଼ି ନିଜ ନିଜ ଦଳ ମଧ୍ୟ ଗଢ଼ିଛନ୍ତି । ଏଥର କୁହାଯାଉଛି ଯେ କଂଗ୍ରେସ ଇତିହାସର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ନେହେରୁ-ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଚର୍ଚ୍ଚା ଜୋର ଧରିଛି ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଐତିହାସିକ ପରିବର୍ତ୍ତନ

ସ୍ୱାଧୀନତା ପରଠାରୁ କଂଗ୍ରେସରେ ବହୁଥର ବିଭାଜନ ହୋଇସାରିଛି । ଏପର୍ଯ୍ୟନ୍ତ କଂଗ୍ରେସରୁ ବାହାରି ୬୦ରୁ ଅଧିକ ଦଳ  ଗଠନ ହୋଇସାରିଛି । ଯଦିଓ ଅନେକ ମଧ୍ୟ ନିଷ୍କ୍ରିୟ ହୋଇସାରିଛି । ଅନେକ ଦଳ ପୁଣି କଂଗ୍ରେସକୁ ମିଶିଛି କିମ୍ବା ଜନତା ପାର୍ଟି (ଆଜିର ବିଜେପି) ରେ ମିଶ୍ରଣ ହୋଇଛି ।

ସ୍ୱାଧୀନତା ପରେ ଅନେକ ନେତା କଂଗ୍ରେସଠାରୁ ଅଲଗା ହେବା ପରେ ଦଳ ଗଠନ କରିଥିଲେ । ଦଳ ଛାଡି ଅଲଗା ଦଳ ଗଠନ କରିଥିବା ପ୍ରମୁଖ କଂଗ୍ରେସ ନେତାମାନେ ହେଲେ ଜେ.ବି କ୍ରିପାଲାନି, ସି ରାଜାଗୋପାଲାଚାରି, ଚୌଧୁରୀ ଚରଣ ସିଂ, କେ କାମରାଜ, ମୋରାର୍ଜୀ ଦେଶାଇ, ବିଜୁ ପଟ୍ଟନାୟକ, ଜଗଜୀବନ ରାମ, ଶରଦ ପାୱାର, ଶିବାଜୀ ଗଣେଶ, ବନ୍ସୀ ଲାଲ, ନାରାୟଣ ଦତ୍ତ ତିୱାରୀ, ଅର୍ଜୁନ ସିଂ, ନଟୱର ସିଂ, ଏସ ବଙ୍ଗରପ୍ପା, ଗେଗାଙ୍ଗ ଆପାଙ୍ଗ, ମମତା ବାନାର୍ଜୀ, ସୁଖରାମ, ମୁକୁଟ ମିଥୀ, ମୁଫତି ମହମ୍ମଦ ସଇଦ, କେ କରୁଣାକରନ, କୁଲଦୀପ ବିଷ୍ଣୋଇ, ବାୟ ଏସ ଜନମହୋହନ ରେଡ୍ଡୀ ଏବଂ ଅଜିତ ଯୋଗୀ ।

ବର୍ତ୍ତମାନ ସମୟରେ ମଧ୍ୟ ଦଳରେ କଳହ ଜାରି ରହିଛି । ଜଣେ ପରେ ଜଣେ ବହୁ ବରିଷ୍ଠ ନେତା ଦଳର କାର୍ଯ୍ୟ ଶୈଳୀ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଏହି ସମୟରେ କଂଗ୍ରେସ ଦଳର ବରିଷ୍ଠ କୁହାଯାଉଥିବା ଗୁଲାମ ନବୀ ଆଜାଦ ଖୋଲାଖୋଲି ଭାବରେ ଦଳର ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗୁଲାମ ନବୀଙ୍କ ଏହି ଅସନ୍ତୋଷ ଭବିଷ୍ୟତର କୌଣସି ବଡ଼ ଘଟଣାର ଇଙ୍ଗିତ କରୁନାହିଁ ତ ?

ସେ କହିଛନ୍ତି ଯେ, "ମୁଁ କପିଲ ସିବଲ ଏବଂ ଚିଦାମ୍ବରମଙ୍କୁ ସମର୍ଥନ କରୁଛି । ବିହାରରେ ଆମେ କାହିଁକି ହାରିଛୁ, ମଧ୍ୟପ୍ରଦେଶର ଆସନ କାହିଁକି କମ୍ ଆସିଛି, ଆମକୁ ଆକଳନ କରିବାକୁ ପଡିବ । ଦଳର ଏକମାତ୍ର ଔଷଧ ହେଉଛି ନିର୍ବାଚନ କରାଯାଉ । ପାଞ୍ଚ ତାରକା ସଂସ୍କୃତି ଛାଡିବାକୁ ପଡିବ । କଠିନ ପରିଶ୍ରମ କରିବାକୁ ପଡ଼ିବ । ଉପସ୍ଥିତି ଲଗାଇବା ପାଇଁ ପଦ ହେବା ଉଚିତ ନୁହେଁ । ଯେତେବେଳେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ଥିଲି, ମୁଁ ରାତି ୨ଟା ସମୟରେ ଶୋଉଥିଲି ଏବଂ ୪ଟା ସମୟରେ ଉଠି ଯାଉଥିଲି । ୨ ଘଣ୍ଟାର ଆଲାର୍ମ ଲଗାଇ ।"

"ରାହୁଲ ଗାନ୍ଧୀ (Rahul Gandhi)-ଗୁଲାମ ନବୀଙ୍କୁ ପରିବର୍ତ୍ତନ କରି କିଛି ଘଟିବ ନାହିଁ, ସିଷ୍ଟମକୁ ପରିବର୍ତ୍ତନ କରିବାକୁ ପଡିବ । ଆମ ଦଳର ଢାଞ୍ଚା ଦୁର୍ବଳ ହୋଇଯାଇଛି । ଆମକୁ ଢାଞ୍ଚା ବଦଳାଇବାକୁ ପଡିବ । ଜଣେ ନେତା ଆସିବା ପରେ କିଛି ଘଟିବ ନାହିଁ । ଆମେ ବିରୋଧୀ ଦଳ ଆସନରେ ଅଛୁ । ଆମେ ଦେଶ ରକ୍ଷା ବିଷୟରେ ଚିନ୍ତା କରୁ । ଆମେ ଅର୍ଥନୀତିକୁ ନେଇ ଚିନ୍ତିତ, କଂଗ୍ରେସ ଆମ ଶିରାରେ ଅଛି । କଂଗ୍ରେସ ଦଳ ବିଭିନ୍ନ ଭାଷା ବିଶିଷ୍ଟ ଏକ ଦଳ । ଦେଶକୁ ଏକ ରଖିବା ପାଇଁ କେବଳ କଂଗ୍ରେସର ବିଚାରଧାରା ଚାଲିବ" ବୋଲି ଆଜାଦ କହିଛନ୍ତି ।"

ଅନ୍ୟପକ୍ଷେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବି ଗୁଲାମ ନବୀ ଆଜାଦଙ୍କ ଉପରେ ପାଲଟା ଆକ୍ରମଣ କରି ଟ୍ୱିଟ କରି କହିଛନ୍ତି ଯେ ଯେଉଁ ବରିଷ୍ଠ ନେତାଙ୍କୁ ମର୍ଯ୍ୟାଦାର ଉଦାହରଣ ସୃଷ୍ଟି କରି ସଂଗଠନର ସମ୍ମାନ ରକ୍ଷା କରିବା ଆବଶ୍ୟକ, ସେମାନେ ହିଁ ସମ୍ମାନକୁ ଖରାପ କରିବାକୁ ଚେଷ୍ଟା କରିବାରେ ଲାଗିଛନ୍ତି! କିନ୍ତୁ ଏହି ସଂଗଠନ ଶହୀଦ ଏବଂ ଉତ୍ସର୍ଗୀକୃତ ବଳ ଉପରେ ଠିଆ ହୋଇଛି । ଏହି ସଙ୍ଗଠନ କାଲି ବି ମଜଭୁତ ଥିଲା, ଆଜି ବି ଏହା ଶକ୍ତିଶାଳୀ ଅଛି, ଆଗାମୀ ଦିନରେ ମଧ୍ୟ ଶକ୍ତିଶାଳୀ ରହିବ...! କଂଗ୍ରେସ ଦଳ ଜିନ୍ଦାବାଦ!"

ଅଧିକ ପଢ଼ନ୍ତୁ:-ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ସେପଟେ ବିଗତ ଦିନରେ ଇଣ୍ଡିଆନ୍ ଏକ୍ସପ୍ରେସ ସହ ସାକ୍ଷାତକାର ବେଳେ କପିଲ ସିବଲ (Kapil Sibal) ମଧ୍ୟ ହାଇକମାଣ୍ଡଙ୍କୁ ଆତ୍ମମନ୍ଥନ କରିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତକାରରେ ସେ କହିଥିଲେ ଯେ ବିହାର ନିର୍ବାଚନରେ ​​ଦଳର ନେତୃତ୍ୱ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି, ବୋଧହୁଏ ସେ ଅନୁଭବ କରୁଛନ୍ତି ଯେ ସବୁକିଛି ଠିକ ଚାଲିଛି ।

ଏହି ସାକ୍ଷାତକାରରେ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ, ଦେଶର ଜନତା ନା କେବଳ ବିହାରରେ, ବରଂ ଯେଉଁଠାରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଛି, କଂଗ୍ରେସକୁ ଏକ ପ୍ରଭାବଶାଳୀ ବିକଳ୍ପ ଭାବେ ଗ୍ରହଣ କରୁନାହାଁନ୍ତି । ବିହାରରେ ଏହାର ବିକଳ୍ପ ଥିଲା ଆରଜେଡି । ଗୁଜୁରାଟରେ ଆମେ ସମସ୍ତ ଉପନିର୍ବାଚନରେ ​​ହାରିଗଲୁ । ଲୋକସଭା ନିର୍ବାଚନରେ ​​ମଧ୍ୟ ଆମେ ସେଠାରେ ଗୋଟିଏ ବି ଆସନ ଜିତି ନାହୁଁ । ଉତ୍ତରପ୍ରଦେଶର ଅନେକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ୨ ପ୍ରତିଶତରୁ କମ୍ ଭୋଟ୍ ପାଇଛନ୍ତି । ମୁଁ ଆଶା କରୁଛି କଂଗ୍ରେସ ଆତ୍ମମନ୍ଥନ କରିବ । 

ସିବଲ କହିଛନ୍ତି ଯେ, ଯଦି କଂଗ୍ରେସ ୬ ବର୍ଷ ଧରି ଆତ୍ମମନ୍ଥନ କରିନାହିଁ, ତା’ହେଲେ ଆମକୁ ଏଥିରୁ କ’ଣ ଆଶା ଅଛି? କଂଗ୍ରେସର ଦୋଷ କ’ଣ ଆମେ ଜାଣୁ । ସାଂଗଠନିକ ଭାବରେ ଆମେ ଜାଣୁ କଣ ଭୁଲ୍ । ମୁଁ ଭାବୁଛି ଆମ ପାଖରେ ସମସ୍ତ ଉତ୍ତର ଅଛି । କଂଗ୍ରେସ ଦଳ ନିଜେ ସମସ୍ତ ଉତ୍ତର ଜାଣିଛି, କିନ୍ତୁ ସେମାନେ ଏହି ଉତ୍ତର ଦେବାକୁ ଚାହୁଁନାହାଁନ୍ତି । ଯେପର୍ଯ୍ୟନ୍ତ ଆତ୍ମମନ୍ଥନ କରା ନଯିବ, ସେପର୍ଯ୍ୟନ୍ତ କଂଗ୍ରେସର ଗ୍ରାଫ ହ୍ରାସ ପାଇବ ।

ଅଧିକ ପଢ଼ନ୍ତୁ:-ଟ୍ରମ୍ପଙ୍କୁ ଲାଗିଲା ଆଉ ଏକ ଝଟକା

ଏହି ସାକ୍ଷାତକାର ପରେ ଅଶୋକ ଗେହଲୋଟ୍ ଟ୍ୱିଟ୍ କରି ସିବଲଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ କପିଲ ସିବଲ ଜୀଙ୍କୁ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଆଲୋଚନା କରିବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ସମଗ୍ର ଦେଶରେ ଆମର କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ଆହତ କରିଛି । ଗେହଲଟଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ମଧ୍ୟ ସିବଲଙ୍କୁ ଟାର୍ଗେଟ କରି ଦଳ ଛାଡ଼ି ଯିବାକୁ ପରାମର୍ଶ ଦେଇଥିଲେ । 

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଏହି ଖୁସି ଖବର ଦେବେ ମୋଦି ସରକାର! ପେନସନଭୋଗୀ ମଧ୍ୟ ହେବେ ଉପକୃତ

ସେପଟେ କଂଗ୍ରେସରେ ଲଗାତର ବିରୋଧର ସ୍ୱର ଉଠିବାରେ ଲାଗିଛି । କାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶଜନକ ରହୁଛି । ଯାହା ଦଳ ମଧ୍ୟରେ ବିଦ୍ରୋହର ନିଆଁକୁ ଆହରୁ ତ୍ରୀବ କରୁଛି । ଏହି ସମସ୍ତ ଘଟଣା ଦଳର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଚିନ୍ତିତ ଓ ନିରାଶ କରୁଥିବେ । ଯାହା କୌଣସି ରାଜନୈତିକ ଦଳ ପାଇଁ ପାଇଁ ଶୁଭଙ୍କର ନୁହେଁ । ବର୍ତ୍ତମାନ କଂଗ୍ରେସ ମୁରବୀହୀନ ଏକ ଦଳ କହିଲେ ଅତୁକ୍ତ ହେବ ନାହିଁ । କାରଣ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନାହିଁ । ସେ ରାଜନୀତିରେ ସମୟ ଦେଇପାରୁ ନାହାଁନ୍ତି । ଅନ୍ୟପକ୍ଷେ ଦେଶର ଶାସକ ଦଳର ରାଷ୍ଟ୍ରୀୟ ଅଧିକ୍ଷ 24x7 ରାଜନୀତି କରୁଥିବାର ନଜରକୁ ଆସୁଛନ୍ତି । ଏଭଳି ସ୍ଥିତି ଯଦି କଂଗ୍ରେସରେ ଜାରି ରହେ, ତେବେ ଆଗାମୀ ଦିନରେ ଦଳର ପ୍ରଦର୍ଶନ ଆହୁରି ଖରାପ ହେବ । ଏଥିରେ ଦ୍ୱିମତ ନାହିଁ ।