ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!
Advertisement
Article Detail0/zeeodisha/odisha1306200

ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!

Maharashtra Politics: ତାଙ୍କ ବୟାନ ପରେ ମହାରାଷ୍ଟ୍ର ବିଜେପି (Maharashtra BJP) ଓ ଏକନାଥ ସିନ୍ଦେ କ୍ୟାମ୍ପ (Eknath Shinde Camp) ଉପରେ ବିରୋଧୀ ଲଗାତର ଆକ୍ରମଣ  କରୁଛନ୍ତି । 

ମୋଦିଙ୍କ ବୟାନ ଯୋଗୁଁ ସଙ୍କଟରେ ଏକନାଥ ସିନ୍ଦେ ଓ ମହାରାଷ୍ଟ୍ର ବିଜେପି!

ନୂଆଦିଲ୍ଲୀ: Maharashtra Politics: ବିହାରରେ କ୍ଷମତା ପରିବର୍ତ୍ତନ ପରେ ବିଜେପି (BJP) ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି (Sushil Kumar Modi) ତାଙ୍କ ପୁରୁଣା ସହକର୍ମୀଙ୍କ ବିରୋଧରେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି । ସେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି । ତେବେ ତାଙ୍କର ଗୋଟିଏ ବୟାନ ଯୋଗୁଁ  ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି । ବିଜେପି ନେତା ସ୍ୱୀକାର କରିଛନ୍ତି ଯେ, ତାଙ୍କ ଦଳ ଶିବସେନା (Shiv Sena) କୁ ଦୁଇ ଭାଗରେ ବିଭକ୍ତ କରିଛି । 

ତାଙ୍କ ବୟାନ ପରେ ମହାରାଷ୍ଟ୍ର ବିଜେପି (Maharashtra BJP) ଓ ଏକନାଥ ସିନ୍ଦେ କ୍ୟାମ୍ପ (Eknath Shinde Camp) ଉପରେ ବିରୋଧୀ ଲଗାତର ଆକ୍ରମଣ  କରୁଛନ୍ତି । ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ (Uddhav Thackeray Camp) ଓ ଜାତୀୟତାବାଦୀ କଂଗ୍ରେସ ଦଳ (NCP) କହିଛନ୍ତି ଯେ, ବର୍ତ୍ତମାନ ଏହା ପ୍ରମାଣିତ ହୋଇସାରିଛି କି ସିନ୍ଦେଙ୍କ ବିଦ୍ରୋହ ପଛରେ ବିଜେପିର ହାତ ଥିଲା, ଯିଏ ମହା ବିକାଶ ଅଘାଡ଼ୀ ସରକାରଙ୍କୁ ଭାଙ୍ଗିଥିଲା ।  

ଜେଡି (ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିଷୟରେ ଆଲୋଚନା କରି ସୁଶୀଲ ମୋଦି (Sushil Modi) କହିଛନ୍ତି ଯେ, "ଜେଡିୟୁକୁ ବିଜେପି ସହ ବିଶ୍ୱାସଘାତକତା କରିବାର ପରିଣାମ ଭୋଗିବାକୁ ପଡ଼ିବ । ବିଜେପି କେବେ ମଧ୍ୟ କୌଣସି ସହଯୋଗୀଙ୍କୁ  ଛୁରାମାଡ଼ କରି ନାହିଁ । ଆମେ କେବଳ ସେହିମାନଙ୍କୁ ଭାଙ୍ଗିଛୁ ଯେଉଁମାନେ ଆମକୁ ଧୋକା ଦେଇଛନ୍ତି । ଯେପରି ମହାରାଷ୍ଟ୍ରର ଶିବସେନା । ଯେତେବେଳେ ସେମାନେ ଆମକୁ ଧୋକା ଦେଲେ ତ ଏହାର ପରିଣାମ ଭୋଗିବାକୁ ପଡ଼ିଛି ।"

ଏହା ବି ପଢ଼ନ୍ତୁ:-ଋଷ ଓ ଆମେରିକା ବିବାଦ ମଧ୍ୟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଯଦି ପରମାଣୁ ଯୁଦ୍ଧ ହୁଏ ତ ମରିବେ ୫୦୦ କୋଟିରୁ ଅଧିକ ଲୋକ!

ଏହା ବି ପଢ଼ନ୍ତୁ:-ଜିମ୍ବାୱେ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ଏହା ବି ପଢ଼ନ୍ତୁ:-ଏସିଆ କପରେ ଏହି ଦଳ ବିଗାଡ଼ିପାରେ ଟିମ୍ ଇଣ୍ଡିଆର ଖେଳ, ବହୁତ ସତର୍କ ରହିବା ଆବଶ୍ୟକ

ସୁଶୀଲ ମୋଦିଙ୍କ ବୟାନ ଉପରେ ଉଦ୍ଧବ ଠାକରେ ଗୋଷ୍ଠୀ କଟାକ୍ଷ କରିଛି । ସେମାନେ କହିଛନ୍ତି ଯେ, ବିଜେପିର 'ମିଛ'ର ଖୁଲାସା ହୋଇଛି । ଶିବସେନା ନେତା ଅମ୍ବାଦାସ ଦାନଭେ ଅଭିଯୋଗ କରିଛନ୍ତି ଯେ, "ଏହା ଏକ ବିଦ୍ରୋହ ନଥିଲା, ଯେମିତି କି ବିଦ୍ରୋହୀ ବିଧାୟକମାନେ ଦାବି କରିଥିଲେ । ଆମେ ଏହା କହିଛୁ ଯେ ଏହା ବିଜେପି ଦ୍ୱାରା ପ୍ରସ୍ତୁତ ଯୋଜନା । ମେଣ୍ଟ କରିବା ଓ ପରେ ଦଳଗୁଡ଼ିକୁ ନଷ୍ଟ କରିବା ବିଜେପିର ନୀତି । ବିଜେପିର ଜଣେ ବରିଷ୍ଠ ନେତା ସୁଶୀଲ ମୋଦି ଯାହା କହିଛନ୍ତି ତାହା ଗେରୁଆ ଦଳର ମିଛର ଖୁଲାସା ହୋଇପାରିଛି ।"

ଜାତୀୟତାବାଦୀ କଂଗ୍ରେସ ଦଳର ମୁଖିଆ ଶରଦ ପାୱାର କହିଛନ୍ତି ଯେ, ରାଜ୍ୟରେ ଆଞ୍ଚଳିକ ସହଯୋଗୀ ଦଳକୁ ଶେଷ କରିବା ବିଜେପିର ନୀତି ରହିଛି । ବିଜେପି ଦେଶର ଏକମାତ୍ର ଦଳ ହେବାକୁ ଚାହୁଁଛି । ପଞ୍ଜାବରେ ଅକାଳୀ ଦଳ ଏକ ବଡ଼ ପାର୍ଟି ଥିଲା, ଯାହା ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଛି ।