ଗୁଜୁରାଟ ଜିତିବା ପାଇଁ ପୁଣିଥରେ KHAM ସିଦ୍ଧାନ୍ତ ଦୋହରାଉଛି କଂଗ୍ରେସ, ଜାଣନ୍ତୁ ଏହା ବିଷୟରେ...
Advertisement
Article Detail0/zeeodisha/odisha1226968

ଗୁଜୁରାଟ ଜିତିବା ପାଇଁ ପୁଣିଥରେ KHAM ସିଦ୍ଧାନ୍ତ ଦୋହରାଉଛି କଂଗ୍ରେସ, ଜାଣନ୍ତୁ ଏହା ବିଷୟରେ...

Gujarat Assembly Election 2022: ଉଲ୍ଲେଖଥାଉ କି, ୨୦୨୨ ନିର୍ବାଚନରେ ​​କଂଗ୍ରେସ ସମାନ ନୀତି ଆପଣେଇଛି । ଏଥିପାଇଁ କୁହାଯାଉଛି, କାରଣ କଂଗ୍ରେସ ନିକଟ ଅତୀତରେ ବିରୋଧୀ ଦଳର ନେତାଙ୍କୁ ବଦଳାଇଛି, ଯେଉଁଥିରେ ପଟିଦାର ପରେଶ ଧନାନୀଙ୍କୁ ହଟାଇ ଆଦିବାସୀ ନେତା ସୁଖରାମ ରଠୱାଙ୍କୁ କରାଯାଇଛି । ସେପଟେ ରାଜ୍ୟ ସଭାପତି ଓବିସି ଚେହେରା ଜଗଦୀଶ ଠାକୁରଙ୍କୁ କରାଯାଇଛି । ଏଥିସହିତ ଗୁଜୁରାଟରେ କଂଗ୍ରେସକୁ ଏକ ବଡ଼ ଦଳିତ ଚେହେରା ଦରକାର ଥିଲା, ଏହି ଅଭାବ ଜିଗ୍ନେଶ ମେଭାନୀଙ୍କ ଦ୍ୱାରା ମଧ୍ୟ ପୂରଣ ହୋଇଛି ।

ଗୁଜୁରାଟ ଜିତିବା ପାଇଁ ପୁଣିଥରେ KHAM ସିଦ୍ଧାନ୍ତ ଦୋହରାଉଛି କଂଗ୍ରେସ, ଜାଣନ୍ତୁ ଏହା ବିଷୟରେ...

ନୂଆଦିଲ୍ଲୀ: Gujarat Assembly Election 2022: ଗୁଜୁରାଟ ନିର୍ବାଚନ ପାଇଁ ପ୍ରାୟ ୬ ମାସ ବାକି ଅଛି । ଏଭଳି ପରିସ୍ଥିତିରେ ୨୦୧୭ ନିର୍ବାଚନରେ ​​କଂଗ୍ରେସ (Congress) ପାଟିଦାର (Patidar) ଙ୍କ ଭରସାରେ ୯୯ଟି ଆସନରେ ଭାରତୀୟ ଜନତା ପାର୍ଟି (BJP) କୁ ଅଟକାଇବାରେ ସଫଳ ହୋଇଥିଲା । ସେପଟେ ୨୦୨୨ର ରଣକୁ ଜିତିବାର ଲକ୍ଷ୍ୟ ରଖି କଂଗ୍ରେସ ପୁଣି ଥରେ ଓବିସି ଭୋଟ୍ ବ୍ୟାଙ୍କରେ ରାଜନୀତି କରିବାକୁ ଯାଉଛି । ୨୦୧୭ରେ ଯେଉଁ ପାଟିଦାର ଆନ୍ଦୋଳନ ଭରସାରେ କଂଗ୍ରେସ ୭୯ଟି ଆସନ ହାସଲ କରିଥିଲା, ତା'ଠାରୁ ଅଲଗା ଦଳ ବର୍ତ୍ତମାନ ନିଜର ପାରମ୍ପାରିକ ରାଜନୀତି କରିବାକୁ ଯାଉଛି । କଂଗ୍ରେସ ପୁଣିଥରେ ୮୦ ଦଶକରେ ବ୍ୟବହୃତ KHAM ସିଦ୍ଧାନ୍ତ (KHAM Theory) କୁ ନିର୍ବାଚନୀ ମୈଦାନରେ ଆଣିବା ଆରମ୍ଭ କରିଛି ।

KHAM ସିଦ୍ଧାନ୍ତ କ’ଣ?

ଖାମ ଅର୍ଥାତ କ୍ଷତ୍ରିୟ, ଦଳିତ, ଆଦିବାସୀ ଏବଂ ମୁସଲିମ ଭୋଟ୍ ବ୍ୟାଙ୍କକୁ ଏକ ତରଫା ଯୋଡା ଯାଇଥାଏ, ସେତେବେଳେ ସର୍ବାଧିକ ଭୋଟ୍ ମିଳିଥାଏ । ଏଥି ସହିତ କଂଗ୍ରେସ ଏବେ ପାରମ୍ପାରିକ ଭୋଟକୁ ପୁଣି ଫେରି ପାଇବାକୁ ଚେଷ୍ଟା କରୁଛି । ୨୦୨୨ ନିର୍ବାଚନରେ ​​କଂଗ୍ରେସ ପୁଣି ଥରେ ସମାନ ଜାତି ରାଜନୀତି କରିବାକୁ ଯାଉଛି ।

ନିକଟ ଅତୀତରେ କଂଗ୍ରେସ ଅହମ୍ମଦାବାଦର ଗ୍ରାମାଞ୍ଚଳରେ ଓବିସି ସମ୍ମିଳନୀ କରିଥିଲା । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅମିତ ଚାୱଡ଼ା କହିଛନ୍ତି ଯେ, ଯେବେ ଯେବେ ଓବିସି ସମାଜ ନେତୃତ୍ୱ ନେଇଛି ଓ ଏହି ସମାଜ ଏକତ୍ରିତ ହୋଇଛି, ସେତେବେଳେ ଇତିହାସ ସୃଷ୍ଟି ହୋଇଛି । କ୍ଷମତାକୁ ସେମାନେ ଆସିଛନ୍ତି । ୧୯୮୦ରେ ୧୪୧ଟି ଆସନ ସହିତ କ୍ଷମତାକୁ ଆସିଥିଲେ । ୧୯୮୫ରେ ୧୮୨ଟି ଆସନ ମଧ୍ୟରୁ ୧୪୯ଟି ଆସନ ଜିତି କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିଥିଲା । ପୁଣିଥରେ ୧୯୮୦ ଓ ୧୯୮୫ ପରି ଶକ୍ତି ଓ ଏକତା ଦେଖାଇବାର ଆବଶ୍ୟକତା ଅଛି ।

୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପୁଣି ଥରେ ୧୯୮୦ ଓ ୧୯୮୫ର ଶକ୍ତି ପ୍ରଦର୍ଶନ କରିବା କଥା କହିଛି । କଂଗ୍ରେସ ଏହାର ଓବିସି ଭୋଟରଙ୍କୁ ଏକତ୍ର କରୁଛି । କ୍ଷତ୍ରିୟ, ଦଳିତ, ଆଦିବାସୀ ଏବଂ ମୁସଲିମ ଭୋଟ୍ ବ୍ୟାଙ୍କ ଆଧାରରେ ଦଳ ପୁଣିଥରେ ୧୨୫ଟି ଆସନ ଆଣିବାର ସ୍ୱପ୍ନ ଦେଖୁଛି ।

ଏହା ବି ପଢ଼ନ୍ତୁ:-ଜାତିସଂଘରେ ପୁଣି ଅପମାନିତ ହେଲା ପାକିସ୍ତାନ; ଏହି ଭାରତୀୟଙ୍କୁ ଆତଙ୍କୀ ଘୋଷଣା କରିବାକୁ ଚାହୁଁଥିଲା ପାକ୍, କିନ୍ତୁ...

ଏହା ବି ପଢ଼ନ୍ତୁ:-ଅଗ୍ନିପଥକୁ ନେଇ ବିବାଦ ମଧ୍ୟରେ ପିଏମ ମୋଦି ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!

୨୭ ବର୍ଷ ଧରି କ୍ଷମତାଠାରୁ ଦୂରରେ ଅଛି କଂଗ୍ରେସ 
 
୨୭ ବର୍ଷ ଧରି କ୍ଷମତାଠାରୁ ଦୂରରେ ଥିବା କଂଗ୍ରେସ ପୁଣି ଥରେ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖୁଛି ଓ ଏହି ସ୍ୱପ୍ନ ମାଧବସିଂହ ସୋଲଙ୍କିଙ୍କ ଖାମ୍ ସିଦ୍ଧାନ୍ତ ଆଧାରରେ ଦେଖାଯାଉଛି । ଯଦି ଆମେ ଗୁଜୁରାଟର ରାଜନୀତି କଥା ବିଷୟରେ କହିବା ତ ୧୪ ପ୍ରତିଶତ କ୍ଷତ୍ରିୟ, ୮ ପ୍ରତିଶତ ଦଳିତ, ୧୫ ପ୍ରତିଶତ ଆଦିବାସୀ ଏବଂ ୧୦ ପ୍ରତିଶତ ମୁସଲମାନର ଆଧାରରେ ୧୯୮୦ରେ କଂଗ୍ରେସ ୧୪୧ଟି ଆସନ ଓ ୧୯୮୫ରେ ୫୦ଟି ଆସନ ହାସଲ କରିଥିଲା । 

ଉଲ୍ଲେଖଥାଉ କି, ୨୦୨୨ ନିର୍ବାଚନରେ ​​କଂଗ୍ରେସ ସମାନ ନୀତି ଆପଣେଇଛି । ଏଥିପାଇଁ କୁହାଯାଉଛି, କାରଣ କଂଗ୍ରେସ ନିକଟ ଅତୀତରେ ବିରୋଧୀ ଦଳର ନେତାଙ୍କୁ ବଦଳାଇଛି, ଯେଉଁଥିରେ ପଟିଦାର ପରେଶ ଧନାନୀଙ୍କୁ ହଟାଇ ଆଦିବାସୀ ନେତା ସୁଖରାମ ରଠୱାଙ୍କୁ କରାଯାଇଛି । ସେପଟେ ରାଜ୍ୟ ସଭାପତି ଓବିସି ଚେହେରା ଜଗଦୀଶ ଠାକୁରଙ୍କୁ କରାଯାଇଛି । ଏଥିସହିତ ଗୁଜୁରାଟରେ କଂଗ୍ରେସକୁ ଏକ ବଡ଼ ଦଳିତ ଚେହେରା ଦରକାର ଥିଲା, ଏହି ଅଭାବ ଜିଗ୍ନେଶ ମେଭାନୀଙ୍କ ଦ୍ୱାରା ମଧ୍ୟ ପୂରଣ ହୋଇଛି ।