ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା
Advertisement

ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା

ଗୁରୁବାର ସିଟି ବୋର୍ଡିଂରେ ସଦସ୍ୟତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜକୋଟ କଂଗ୍ରେସ (Rajkot Congress) ର ଅଧ୍ୟକ୍ଷ ଅଶୋକ ଡାଙ୍ଗର କହିଛନ୍ତି ଯେ, ବିଜେପି (BJP Counselor ) କାଉନ୍ସଲର ଦକ୍ଷା ଭେସାନିଆ ଏବଂ ସମସ୍ତ ଏବିଭିପି (ABVP) ର ରାଜକୋଟ ୱାର୍ଡ-୪ର ଅଧିକାରୀ ସାମିଲ ହୋଇଛନ୍ତି ।

ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ଗୁଜୁରାଟ (Gujarat) ର ରାଜକୋଟ (Rajkot) ରେ ମ୍ୟୁନିସିପାଲିଟି ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହି ନିର୍ବାଚନ ପୂର୍ବରୁ ହିଁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ (Hardik Patel) ବିଜେପି (BJP) କୁ ଏକ ବଡ଼ ଝଟକା ଦେଇଛନ୍ତି । ସେ ୪୦ ଜଣ ସଦସ୍ୟଙ୍କୁ କଂଗ୍ରେସ (Congress) ରେ ସାମିଲ କରାଇଛନ୍ତି । ଏହି ୪୦ ଜଣ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣ ସକ୍ରିୟ ବିଜେପି କର୍ମୀ ଏବଂ ୪ ଜଣ ବିଜେପି ନେତା ଅଛନ୍ତି । ଗୁରୁବାର ସିଟି ବୋର୍ଡିଂରେ ସଦସ୍ୟତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାଜକୋଟ କଂଗ୍ରେସର ଅଧ୍ୟକ୍ଷ ଅଶୋକ ଡାଙ୍ଗର କହିଛନ୍ତି ଯେ, ବିଜେପି କାଉନ୍ସଲର ଦକ୍ଷା ଭେସାନିଆ ଏବଂ ସମସ୍ତ ଏବିଭିପିର ରାଜକୋଟ ୱାର୍ଡ-୪ର ଅଧିକାରୀ ସାମିଲ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ଅଶୋକ ଡଙ୍ଗର କହିଛନ୍ତି ଯେ, ଖୁବ୍ ଶୀଘ୍ର ଆଉ କିଛି ବିଜେପିର ସଦସ୍ୟ ଏବଂ ୪-୫ କାଉନସିଲର ମଧ୍ୟ କଂଗ୍ରେସରେ ସାମିଲ ହେବେ । ରାଜକୋଟ ମାର୍କେଟିଂ ୟାର୍ଡ ଟ୍ରେଡର୍ସ ଆସୋସିଏସନର ସଭାପତି ଅତୁଲ କମାନି ଏବଂ ସାମାଜିକ କର୍ମୀ ଚାନ୍ଦନୀ ଲିମ୍ବାସିଆ ମଧ୍ୟ କଂଗ୍ରେସରେ ସାମିଲ ହେବେ । ଅନ୍ୟପକ୍ଷେ ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, ବିଜେପି ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନରେ ଦୀର୍ଘ ବର୍ଷ ଧରି କ୍ଷମତାରେ ରହିଆସିଛି କିନ୍ତୁ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରୁନାହିଁ । ଲୋକମାନେ ଭଙ୍ଗା ରାସ୍ତା, ଜଳ ନିଷ୍କାସନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଏନଡିଏ ଦି ଫାଳ, ନୀତିଶଙ୍କ ବିରୋଧରେ ଚିରାଗଙ୍କ ବିଦ୍ରୋହ !

ହାର୍ଦ୍ଦିକ ଆହୁରି କହିଛନ୍ତି ଯେ, ବିଜେପି ଚିଫ୍ ସିଆର ପାଟିଲ ଦଳକୁ ଫାଇଦା ପହଞ୍ଚାଇବା ପାଇଁ ସୌରାଷ୍ଟ୍ରରେ ରାଲି କରିଥିଲେ । ଅନେକ ସାଧାରଣ ଲୋକ ବିନା କାରଣରେ କୋରୋନା ସଂକ୍ରମିତ ହୋଇଥିଲେ । ଲୋକଙ୍କ ବିଜେପି ପ୍ରତି ମୋହ ଭଙ୍ଗ ହୋଇସାରିଛି । ସେମାନେ ଏବେ ବିଜେପିକୁ ଛାଡ଼ି କଂଗ୍ରେସକୁ ଆସୁଛନ୍ତି ।