Himachal Pradesh Election 2022: ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ନାମ କଟାଯିବା ପରେ ବିଜେପିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଜେପି ହାଇକମାଣ୍ଡ (BJP Hig Command) ବିଦ୍ରୋହୀମାନଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ପ୍ରାର୍ଥୀ ତାଲିକାରେ ସାମିଲ ନ କରାଯାଇଥିବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି ।
Trending Photos
Himachal Pradesh Election 2022: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ତାରିଖ ଘୋଷଣା ହୋଇସାରିଛି । ଯାହା ପରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ପ୍ରଚାର ଜୋରଦାର କରିଦେଇଛନ୍ତି । ଭାରତୀୟ ଜନତା ପାର୍ଟି (BJP), କଂଗ୍ରେସ (Congress) ସମେତ ଆଞ୍ଚଳିକ ଦଳ ଆକ୍ଟିଭ ମୋଡରେ ଅଛନ୍ତି । ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଘୋଷଣା କରିସାରିଛି । ଅନ୍ୟପଟେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ନାମ କଟାଯିବା ପରେ ବିଜେପିରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଜେପି ହାଇକମାଣ୍ଡ (BJP Hig Command) ବିଦ୍ରୋହୀମାନଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (JP Nadda) ଓ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର (Jai Ram Thakur) ମଧ୍ୟ ପ୍ରାର୍ଥୀ ତାଲିକାରେ ସାମିଲ ନ କରାଯାଇଥିବା ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୌଦାନ ସିଂ ଓ ରାଜ୍ୟ ପ୍ରଭାରୀ ଅବିନାଶ ରାୟ ଖାନ୍ନାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଡେମେଜ୍ କଣ୍ଟ୍ରୋଲରେ ଲାଗିଛନ୍ତି । ସମସ୍ତଙ୍କ ଉଦ୍ଦେଶ୍ୟ ହେଉଛି ୨୦୨୨ ବିଧାନସଭା ନିର୍ବାଚନରେ ଦଳକୁ କୌଣସି କ୍ଷତି ନହେଉ । ଚଳିତ ବିଧାନସଭା ନିର୍ବାଚନରେ ହିମାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଠନ ପାଇଁ ବିଜେପି ଯଥାସମ୍ଭବ ଚେଷ୍ଟା କରୁଛି । ଅନ୍ୟପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ସମସ୍ତ ପ୍ରୟାସ କରୁଛି ।
ଅସନ୍ତୁଷ୍ଟ ବିଜେପି କର୍ମୀଙ୍କୁ ମନାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଗୃହ କ୍ଷେତ୍ର ବିଲାସପୁରରେ କ୍ୟାମ୍ପ କରିଛନ୍ତି । ନଡ୍ଡା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ମନ କି ବାତ ମାଧ୍ୟମରେ ଡେମେଜ୍ କଣ୍ଟ୍ରୋଲରେ ଲାଗିଛନ୍ତି । ଯଦି ରାଜନୈତିକ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ସିଏମ୍ ଜୟ ରାମ ଠାକୁର ମଧ୍ୟ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାମାନଙ୍କୁ ମନାଇବାରେ ବ୍ୟସ୍ତ ଅଛନ୍ତି । ଦଳର ବରିଷ୍ଠ ନେତାମାନେ ପ୍ରୟାସ କରୁଛନ୍ତି ଯେ ଚଳିତ ବିଧାନସଭା ନିର୍ବାଚନରେ ବିଜେପିକୁ କୌଣସି କ୍ଷତି ସହିବାକୁ ନ ପଡ଼ୁ ।
ହିମାଚଳ ପ୍ରଦେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସୌଦାନ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଦଳର କୌଣସି କ୍ଷତି ନହେଉ, ସେଥିପାଇଁ ବିଜେପି ଡେମେଜ୍ କଣ୍ଟ୍ରୋଲରେ ଲାଗିଛି । ଯଦିକୁ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ବିଜେପି ରାଜ୍ୟ ପ୍ରଭାରୀ ଅବିନାଶ ରାୟ ଖାନ୍ନା ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାମାନଙ୍କୁ ମନେଇ ନେଇଛନ୍ତି । ଶେଷରେ ସେମାନେ ପାଲାମପୁର ବିଧାନସଭା ଆସନରେ ପ୍ରବୀଣ ଶର୍ମା ଓ ଜୱାଲିରେ ଅର୍ଜୁନ ସିଂଙ୍କୁ ମନାଇ ନେଇଛନ୍ତି । ନାମାଙ୍କନ ପ୍ରକ୍ରିୟା ପୂର୍ବରୁ ବିଜେପି ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାମାନଙ୍କୁ ମନାଇବାରେ ନିଜର ସମସ୍ତ ଶକ୍ତି ଲଗାଇଛି ।
ଅଧିକ ପଢ଼ନ୍ତୁ:-ଦୀପାବଳୀ ପରେ ଏସବୁ ରାଶିର ବ୍ୟକ୍ତିଙ୍କୁ ଜବରଦସ୍ତ ଲାଭ ପହଞ୍ଚାଇବ ବୁଧ, ଚମକି ଯିବ ଭାଗ୍ୟ
ଅଧିକ ପଢ଼ନ୍ତୁ:-ଦହି ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା
ଅଧିକ ପଢ଼ନ୍ତୁ:-ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷରେ ରଚିଲେ ଇତିହାସ, ଟି-20 କ୍ରିକେଟରେ ଏପରି କରିଥିବା ପ୍ରଥମ ଭାରତୀୟ
ସେପଟେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଷ୍ଟାର୍ ପ୍ରଚାରକଙ୍କ ତାଲିକା ଜାରି କରିଛି । ୪୦ ଷ୍ଟାର୍ ପ୍ରଚାରକଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ଅଛନ୍ତି । ଏହା ସହିତ ବହୁ କେନ୍ଦ୍ରୀୟ ନେତା ରାଜନାଥ ସିଂ, ଅନୁରାଗ ଠାକୁର, ନିତିନ ଗଡକରୀ ମଧ୍ୟ ନିର୍ବାଚନ ପ୍ରଚାର କରୁଥିବାର ନଜର ଆସିବେ । ପଡୋଶୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ହିମାଚଳ ପ୍ରଦେଶରେ ନିର୍ବାଚନ ରାଲିରେ ସମ୍ବୋଧିତ କରିବେ ।