Odisha Politics: ଶେଷ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Advertisement

Odisha Politics: ଶେଷ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭିନ୍ନ ବିଭାଗର ୧୪ ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ପାରିତ କରିଛନ୍ତି।  ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା । ପରେ  ରାଜ୍ୟ କ୍ୟାବିନେଟ ବୈଠକର  ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ,  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ  ଏ ସମ୍ପର୍କରେ ସୂଚନା ଦେଇଥିଲେ ।

Odisha Politics: ଶେଷ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳର ୭୭ ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭିନ୍ନ ବିଭାଗର ୧୪ ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ପାରିତ କରିଛନ୍ତି।  ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା । ପରେ  ରାଜ୍ୟ କ୍ୟାବିନେଟ ବୈଠକର  ନିଷ୍ପତ୍ତି ସଂପର୍କରେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ,  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ  ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ନଜର ପକାନ୍ତୁ କ୍ୟାବିନେଟ୍‍ରେ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ:

ଉତ୍କଳ ଯାଦବ ମହାସଭାକୁ ମାଗଣା ଜମି: 
ରାଜ୍ୟ ସରକାର ଉତ୍କଳ ଯାଦବ ମହାସଭା ଲାଗି ଭୁବନେଶ୍ୱରରେ ଜମି ମାଗଣା କରିଛନ୍ତି। ଏଥିଲାଗି ୫୦୦ ଡିସିମିଲ୍‍ର ଯାଗା ଚନ୍ଦ୍ରଶେଖରପୁରଠାରେ ପ୍ରଦାନ କରାଯାଇଛି। ଏହି ଜମି ବାବଦ ଅଧିମୂଲ୍ୟ ବା ପ୍ରିମିୟମ୍‍ ରାଶିକୁ ରାଜ୍ୟ ସରକାର ଛାଡ଼ କରିଥିବା ଆଜି ଘୋଷଣା କରିଛନ୍ତି। ରାଜ୍ୟ କ୍ୟାବିନେଟ୍‍ର ଶେଷ ବୈଠକ ଏ ସମ୍ପର୍କିତ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି। ଏହାଦ୍ୱାରା ଯାଦବ ମହାସଭା ଓଡ଼ିଶା ସରକାରଙ୍କୁ ଦେବାକୁ ଥିବା ୫ କୋଟି ୬ ଲକ୍ଷ ଟଙ୍କା  ଆଉ ଦେବାକୁ ପଡ଼ିବ ନାହିଁ। ଏହି ଜମିରେ ଯାଦବ ଭବନ ନିର୍ମାଣ କରାଯିବ।

ତାଳଚେର ଫର୍ଟିଲାଇଜରକୁ ୩୧ କୋଟି ଛାଡ଼:

ତାଳଚେର ସାର କାରଖାନାର ପୁନରୁଦ୍ଧାର ତଥା ରାଜ୍ୟରେ ୟୁରିଆ ପ୍ରସ୍ତୁତି ଲାଗି ସରକାର ଏହି କାରଖାନା ଲାଗି ଆବଶ୍ୟକ ଜମି ପଞ୍ଜିକରଣ ବାବଦ ଦେୟ ଓ ଷ୍ଟାମ୍ପ ଡ୍ୟୁଟି ଛାଡ଼ କରିଛନ୍ତି। ସରକାରଙ୍କ ଶେଷ କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ସରକାରଙ୍କୁ ୩୧ କୋଟି ୩୨ ଲକ୍ଷ୧୧ ହଜାର ୫୦୨ ଟଙ୍କା ରାଜସ୍ୱ ହାନୀ ସହିବାକୁ ହେବ।

ଦ୍ୱିତୀୟ ପର୍ଯ୍ୟାୟ କରନାଳୀ ପୁନଃର୍ମାଣ ଯୋଜନା ଲାଗି ୫୭୪ କୋଟି: 

ରାଜ୍ୟର ଜଳସେଚିତ ଜମିରେ ସୁଷମ ଜଳ ବଣ୍ଟନ ଲାଗି ବ୍ୟବହୃତ ହେଉଥିବା କରନାଳୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଆଜି ଦ୍ୱିତୀୟ ପର୍ଯ୍ୟ୍ୟାୟ କରନାଳୀ ପନୁରୁଦ୍ଧାର ଯୋଜନାକୁ ମଞ୍ଜୁର କରିଛନ୍ତି। ଏହାଦ୍ୱାରା ୬୨ ହଜାର ହେକ୍ଟର ଜମିରେ   ୧୮୬୦ କିଲୋମିଟର କରନାଳୀ ବିକାଶ କରାଯିବ। ଏଥିରେ ୫୭୪ କୋଟି ୭୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୫ ବର୍ଷ ଯାଏ ଏହି ପ୍ରକଳ୍ପ କାର୍ଯ୍ୟ କରିବ ବୋଲି କ୍ୟାବିନେଟ୍‍ ବିବୃତ୍ତିରେ ସୂଚନା ଦିଆଯାଇଛି। 

ଓପିଟିସିଏଲ୍‍କୁ ୫୫୩ କୋଟି:
ରାଜ୍ୟ ସରକାରଙ୍କ ଶେଷ କ୍ୟାବିନେଟ୍‍ ବିଦ୍ୟ୍ୟୁତ୍‍ ପରିବହନ ସେବା ସୁଦୃଢ କରିବା ଲାଗି ଓପିଟିସିଏଲ୍‍କୁ ୫୫୩ େକାଟି ୭୩ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମଞ୍ଜୁର କରିଛନ୍ତି। ଏହା ସହାୟକ ଅଂଶଧନ ଭାବେ ଗ୍ରହଣ କରାଯିବ। ବିଜୁଳି ପରିବଦନ ଭିତ୍ତିଭୂମିର ସୁଦୃଢ଼ୀକରଣ ଲାଗି ଏହା ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ। ଯେଉଁଥିରେ ୬ଟି ନୂଆ ଗ୍ରୀଡ଼ ଷ୍ଟସନ୍‍ ନିର୍ମାଣ ସାଙ୍ଗକୁ ସବଷ୍ଟେସନ୍ ଅଟୋମେସନ୍‍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସରକାର ଏହି ସମୁଦାୟ ପ୍ରକଳ୍ପର ୩୦ ପ୍ରତିଶତ ସହାୟତା ଅଂଶଧନ ଦେବାକୁ ରାଜି ହୋଇଛନ୍ତି। ବାକି ୭୦ ପ୍ରତିଶତ ଓପିଟିସିଏଲ୍‍ ଗ୍ରହଣ କରିବ। 

ଅନୁଦାନ ନୀତି ୨୦୧୪ରେ ପୁଣି ସଂଶୋଧନ:
ରାଜ୍ୟ କ୍ୟାବିନେଟ୍‍ ଆଜି ପୂର୍ବ ଘୋଷିତ ଅନୁଦାନ ନୀତି ୨୦୧୪ରେ ସଂଶୋଧନ ପାଇଁ ରାଜି ହୋଇଛନ୍ତି। ଏହିକ୍ରମରେ ଶିକ୍ଷାଗତ ପଛୁଆ ଜିଲ୍ଲା ଆକଳନ କରିବା ଲାଗି ୨୦୧୧ ଜନଗଣନା ବଦଳରେ ୨୦୦୧ ଜନଗଣନାକୁ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ଏହା ହେଲେ ରାଜ୍ୟର ୯୧ ଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ଉପକୃତ ହେବେ ବୋଲି କୁହାଯାଇଛି। ଏଥିରେ ସରକାର ୫.୧୫ କୋଟି ଟଙ୍କା ଖର୍ଚ୍ଚ କରିବେ। 

ମହାନଦୀ ଉପରେ ଆଉ ଏକ ପୋଲ:
କଟକ-ପାରାଦୀପ ଏବଂ କଟକ-ଚାନ୍ଦବାଲି ଭିତରେ ଯୋଗାଯୋଗକୁ ସୁଗମ କରିବା ଲଗି ମହାନଦୀ ଉପରେ ଆଉ ଏକ ପୋଲ ନିର୍ମାଣ କରାଯିବ। ଏଥିରେ ୧୨୮ କୋଟି କ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଆବଶ୍ୟକ ନିବିଦାକୁ ସରକାର ଆଜି ଗ୍ରହଣ କରିଛନ୍ତି। କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଖଣ୍ଡ-ସାହୁଖେତ ରାସ୍ତାରେ ମହାନଦୀ ଉପରେ ଏହି ଉଚ୍ଚ୍ ସେତୁ ନିର୍ମାଣ କରାଯିବ। ଏଥିଲାଗି ରାଜ୍ୟ କ୍ୟାବିନେଟ୍‍ ନିଷ୍ପତ୍ତି ନେଇଛନ୍ତି। 

ଇ-ଷ୍ଟାମ୍ପରେ କମିଶନ:
ରାଜ୍ୟରେ ପଞ୍ଜିକୃତ ଷ୍ଟାମ୍ପ ବିକ୍ରେତାଙ୍କୁ ସହାୟକ ହେବାକୁ ଯାଇ ରାଜ୍ୟ ସରକାର ଇ-ଷ୍ଟାମ୍ପରେ ମଧ୍ୟ କମିଶନ ବ୍ୟବସ୍ଥା ଆପଣାଇଛନ୍ତି। ଏହାଫଳରେ ଏଣିକି ଯେତିକି ଇ-ଷ୍ଟାମ୍ପ ବିକ୍ରି ହେବ ତାହାର .୮୫ପ୍ରତିଶତ କମିଶନ ଏହି ଷ୍ଔାମ୍ପ ବିକ୍ରେତାଙ୍କ ପାଖକୁ ଯିବ। ଯେହେତୁ ଇ-ଷ୍ଟାମ୍ପ ପ୍ରଚଳନ ଦ୍ୱାରା ସେମାନଙ୍କ ଆୟ କମିଛି ତାଙ୍କୁ ସହାୟକ ହେବାକୁ ଯାଇ ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି କ୍ୟାବିନେଟ୍‍ ବୈଠକରୁ ଜଣାପଡ଼ିଛି।  

ଅମୀନ ଓ ଆର୍‍ଆଇ ପଦବୀରେ ଲେଭେଲ୍‍-୨ ସୃଷ୍ଟି:
ଅମୀନ ଓ ଆର୍‍ଆଇଙ୍କ ପଦୋନ୍ନତି ସୁରୁଖୁର କରିବା ପାଇଁ ଦୁଇଟି ନୂଆ ଲେଭେଲ୍‍ ସୃଷ୍ଟି କରିଛନ୍ତି। ସମୁଦାୟ ପଦବୀର ୪୦ ପ୍ରତିଶତ ପଦବୀକୁ ଉନ୍ନୀତ କରାଯାଇ ଏହି ପଦବୀ ଦୁଇଟି ସୃଷ୍ଟି କରାଯାଇଛି। ଏମାନେ ଲେଭେଲ୍‍-୭ ଦରମା ହାରରେ ପ୍ରାପ୍ୟ ପାଇବେ। 

ଡିଏଭି ମେଡିକାଲ୍‍ ସ୍କୁଲ୍‍କୁ ଦେବାକୁ ହେବ ଜମି ଭଡ଼ା:
କଟନ ମେଡିକାଲ୍‍ ସ୍କୁଲ୍‍ ଯାହା ଡିଏଭି ଦ୍ୱାରା ପରିଚାଳିତ ହେଉଛି ସେଥିପାଇଁ ବାର୍ଷିକ ଜମି ଭଡ଼ା ସ୍ଥିର କରିଛନ୍ତି ରାଜ୍ୟ ସରକାର। ଜମିର ବଜାର ମୂଲ୍ୟ ଯାହା ତାହାର .୨୫ ପ୍ରତିଶତ ଗ୍ରାଉଣ୍ଡ ରେଣ୍ଟ ବା ଭଡ଼ା ଆକାରରେ ଦାବା ଲାଗି ରାଜ୍ୟ କ୍ୟାବିନେଟ୍‍ ଆଜି ପ୍ରସ୍ତାବ ସ୍ୱୀକାର କରିଛନ୍ତି। ଏହାସହ ଏହି ଭଡ଼ାର ୭୫ ପ୍ରତିଶତ ସେସ୍‍ ମ ଧ୍ୟ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯିବ। ହେଲେ ଏହି ଜମିକୁ ବିନା ପ୍ରିମିୟମ୍‍ରେ ଲିଜ୍‍ ଆକାରରେ ସ୍କୁଲ୍‍କୁ ଦେବା ଲାଗି କ୍ୟାବିନେଟ୍‍ ପ୍ରସୌ୍ତାବ ପାରିତ କରିଛନ୍ତି। 

୧ ଟଙ୍କାରେ ଅଲମ୍ପିକ୍‍ ସଂଘକୁ ୨୦ ଏକର ୮୦୮ ଡିସିମିଲ ଜମି:
ଆସନ୍ତା ୪୦ ବର୍ଷ ଲାଗି ଓଡ଼ିଶା ଅଲମ୍ପିକ ସଂଘକୁ ୨୦ ଏକର ୮୦୮ ଡିସିମିଲ ଜମି ଦେବାକୁ କ୍ୟାବିନେଟ୍‍ ପ୍ରସ୍ତାବ ପାରିତ କରିଛନ୍ତି। ଏଥିଲାଗି ସଂଘକୁ ମାତ୍ର ୧ ଟଙ୍କା ଭଡ଼ା ଓ ସେସ୍‍ ପ୍ରଦାନ କରିବାକୁ ହେବ। କ୍ୟାଣ୍ଟନ୍‍ମେଣ୍ଟ ମୌଜାରେ ଏହା ଅବସ୍ଥିତ। କ୍ରୀଡ଼ାର ବିକାଶ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

ସୂଚନା ଓ ଲୋକସମ୍ପର୍କ ବିଭାଗରେ ବୈଷୟିକ ସେବା କ୍ୟାଡର:
ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗରେ ବୈଷୟିକ ସେବା ବର୍ଗକୁ ପୁନର୍ବିକାଶ କରାଯାଇଛି। ଏହାଦ୍ୱାାରା ୭ଟି ନୂଆ ପଦବୀ ସୃଷ୍ଟି ହୋଇଛି। ଏହି ପଦବୀରେ ନିଯୁକ୍ତି ଲାଗି ଆବଶ୍ୟକ ନିଯୁକ୍ତି ପଦ୍ଧତ୍ତି ଓ ସେବା ସର୍ତ୍ତାବଳୀ ନିୟମ ୨୦୯୨୪କୁ ସରକାର ଆଜି ଅନୁମୋଦନ କରିଛନ୍ତି। 

୧୧୩ ନୂଆ ପଦବୀ: 
ଓଡ଼ିଶା ପ୍ରାଣୀ ଚିକିତ୍ସା ବିଭାଗରେ ମଧ୍ୟ ବୈଷୟିକ ସେବା କ୍ୟାଡରରେ ପୁନର୍ବିକାଶ କରାଯାଇଛି। ଏହାଦ୍ୱାରା କ୍ୟାଡର ପଦବୀ ସଂଖ୍ୟା ୪୧୫୮କୁ ବୃଦ୍ଧି ପାଇଛି। ପୂର୍ବରୁ ଏହା ୪୦୪୫ ଥିଲା। ୧୧୩ ପଦବୀ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି କ୍ୟାବିନେଟ୍‍ ଆଶା ପ୍ରକାଶ କରିଛନ୍ତି।