ଜାନୁଆରୀରେ ହୋଇଥିବା ଇଣ୍ଡିଆ ଟୁଡେ କାର୍ଭି ଇନ୍ସାଇଟ୍ସର ମୁଡ୍ ଅଫ୍ ଦି ନେସନ୍ ସର୍ଭେ(India Today Karvy Insights Mood of the Nation survey)ରେ ୧୮ ପ୍ରତିଶତ ଲୋକ ମନେ କରୁଥିଲେ ଯେ, ସିଏମ୍ ଭାବରେ ଯୋଗୀ ଭଲ କାମ କରୁଛନ୍ତି ।
Trending Photos
ତମାଲ ବାକଚି, ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ କାର୍ଭି ଇନସାଇଟ୍ସ ମୁଡ୍ ଅଫ୍ ଦି ନେସନ ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ(Uttar Pradesh CM) ଯୋଗୀ ଆଦିତ୍ୟନାଥ(Yogi Adityanath) ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହୋଇଛନ୍ତି । ୨୪ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଯୋଗୀ ସିଏମ୍ ଭାବେ ଭଲ କାମ କରୁଛନ୍ତି । ତେବେ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ରାଜ୍ୟରେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ପରି ଘଟଣା ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି ।
ଜାନୁଆରୀରେ ହୋଇଥିବା ଇଣ୍ଡିଆ ଟୁଡେ କାର୍ଭି ଇନ୍ସାଇଟ୍ସର ମୁଡ୍ ଅଫ୍ ଦି ନେସନ୍ ସର୍ଭେ(India Today Karvy Insights Mood of the Nation survey)ରେ ୧୮ ପ୍ରତିଶତ ଲୋକ ମନେ କରୁଥିଲେ ଯେ, ସିଏମ୍ ଭାବରେ ଯୋଗୀ ଭଲ କାମ କରୁଛନ୍ତି । ସର୍ବେକ୍ଷଣ ଅନୁଯାୟୀ ଯୋଗୀଙ୍କ ଲୋକପ୍ରିୟତା ସମୟ ସହିତ ବୃଦ୍ଧି ପାଇଛି ।
ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?
ସର୍ଭେ ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ(Arvind Kejriwal) ଶ୍ରେଷ୍ଠ ସିଏମ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୧୫ ପ୍ରତିଶତ ଲୋକଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ଜାନୁଆରୀ ତୁଳନାରେ କେଜ୍ରିୱାଲ ମଧ୍ୟ ତାଙ୍କର ଲୋକପ୍ରିୟତା ବୃଦ୍ଧି କରିଛନ୍ତି, ସେତେବେଳେ ସେ ୧୧ ପ୍ରତିଶତ ଲୋକଙ୍କ ପସନ୍ଦ ଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ( YS Jagan Mohan Reddy) ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କୁ ୧୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(Mamata Banerjee)ଙ୍କୁ ୯ ପ୍ରତିଶତ ଲୋକ ଶ୍ରେଷ୍ଠ ସିଏମ ଭାବେ ମାନିଛନ୍ତି । ଜାନୁଆରୀ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ( Uddhav Thackeray)ଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(Nitish Kumar) ପଞ୍ଚମ ସ୍ଥାନରେ ଅଛନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ରାହୁଲ, କହିଲେ ଏପରି କିଛି
ଜାନୁଆରୀ ତୁଳନାରେ ଉଦ୍ଧବ ଠାକରେଙ୍କ ଲୋକପ୍ରିୟତା ସାମାନ୍ୟ ବୃଦ୍ଧି ପାଇଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ହ୍ରାସ ପାଇଛି । ଏହା ପରେ ଷଷ୍ଠ ସ୍ଥାନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( Naveen Patnaik), ସପ୍ତମ ସ୍ଥାନରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ( K Chandrasekhar Rao), ଅଷ୍ଟମ ସ୍ଥାନରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ(Bhupesh Baghel), ନବମ ସ୍ଥାନରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି( Vijay Rupani), ଦଶମ ସ୍ଥାନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ(Ashok Gehlot), ଏକାଦଶ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା(BS Yeddyurappa) ଅଛନ୍ତି ।