Jharkhand Politics: ଇସ୍ତଫା ଦେବେ ସୋରେନ, ଭାଙ୍ଗିବ ଝାଡ଼ଖଣ୍ଡ ସରକାର
Advertisement
Article Detail0/zeeodisha/odisha1330292

Jharkhand Politics: ଇସ୍ତଫା ଦେବେ ସୋରେନ, ଭାଙ୍ଗିବ ଝାଡ଼ଖଣ୍ଡ ସରକାର

ଆମେ କ୍ଷମତା ଲୋଭି ନୁହେଁ। କେବଳ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆମେ ଏଠାରେ ଏକ ସାମ୍ବିଧାନିକ ବ୍ୟବସ୍ଥା ଅଧୀନରେ ଅଛୁ। 

Jharkhand Politics: ଇସ୍ତଫା ଦେବେ ସୋରେନ, ଭାଙ୍ଗିବ ଝାଡ଼ଖଣ୍ଡ ସରକାର

Jharkhand Politics: ରାଞ୍ଚି:  ଝାଡ଼ଖଣ୍ଡରେ (Jharkhand) ରାଜନୈତିକ ଅସ୍ଥିରତା (Political Crisis) ଲାଗି ରହିଛି। ସଦ୍ୟ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ (Hemant Soren) ଇସ୍ତଫା ଦେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସେ ରାଜ୍ୟପାଳଙ୍କୁ (Governonr) ଭେଟିବା ପାଇଁ ସମୟ ମାଗିଥିଲେ। କିନ୍ତୁ ରାଜ୍ୟପାଳଙ୍କ ଠାରୁ ସମୟ ପାଇନଥିଲେ। ସେପଟେ ଘୋଡ଼ା ବେପାରକୁ ଦୃଷ୍ଟିରେ ରଖି ଜେଏମଏମର (JMM) ବିଧାୟକମାନଙ୍କୁ ବର୍ତ୍ତମାନ ରାୟପୁରରେ (Raipur) ରଖାଯାଇଛି। ତେବେ ରାଜନୈତିକ ହଲଚଲ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (Hemant Soren) କହିଛନ୍ତି କି ଏକ ଭୌତିକ ଶକ୍ତି ତାଙ୍କ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ସେ ଲଢିବେ। 
ବିଜେପି ଉପରେ କଡ଼ା ଆକ୍ରମଣ କରି ହେମନ୍ତ ସୋରେନ ଅଭିଯୋଗ କରିଛନ୍ତି ଯେ ଗତ ପାଞ୍ଚ ମାସ ଧରି ବିଜେପି ଲୋକମାନେ ମୋତେ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି। ମୋ ବିରୁଦ୍ଧରେ ସମସ୍ତ ପ୍ରକାରର କୂଟନୈତିକ ଠାରୁ ଆରମ୍ଭ କରି ଆର୍ଥିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଉଛି। ମୋ ବେକରେ ଛୁରି ଲଗାଇବାକୁ ମଧ୍ୟ ସେ ପଛାଇ ନାହାନ୍ତି। ତେବେ ସମସ୍ତ ପ୍ରୟାସ ତାଙ୍କର ବିଫଳ ହେଉଛି ବୋଲି ସେ କହିଥିଲେ। 

ହେମନ୍ତ ସୋରେନ ନିଜକୁ ଆଦିବାସୀଙ୍କ ପୁତ୍ର ବୋଲି କହି ଆସିଛନ୍ତି। ସୋରେନ ଆହୁରି ମଧ୍ୟ କହିଛନ୍ତି କି ମୋତେ ଏତେ ସହଜରେ କେହି ଭାଙ୍ଗି ପାରିବେ ନାହିଁ। ଏହାପୂର୍ବରୁ ସୋରେନଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ନାମରେ ରାଞ୍ଚିରେ ଖଣି ଲିଜ୍ ଆବଣ୍ଟନ ପ୍ରସଙ୍ଗରେ ତାଙ୍କ ସଦସ୍ୟତା ରଦ୍ଦ ଦାବି କରି ନିର୍ବାଚନ ଆୟୋଗଙ୍କ ରାୟକୁ ଏକ ମୁଦା ଲଫାପାରେ ବିଜେପି ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲା। ସେପଟେ ଏହାକୁ ନେଇ ରାଜ୍ୟପାଳ ରମେଶ ବୈସଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ ଭବନଙ୍କ ଏହି ସମ୍ବନ୍ଧରେ ନିର୍ଦ୍ଦେଶ କୌଣସି ମୁହୂର୍ତ୍ତରେ ଆସିପାରେ। 

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ କ୍ଷମତା ଲୋଭି ନୁହେଁ। କେବଳ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆମେ ଏଠାରେ ଏକ ସାମ୍ବିଧାନିକ ବ୍ୟବସ୍ଥା ଅଧୀନରେ ଅଛୁ। କେହି କେବେ ଭାବିଛନ୍ତି କି ପ୍ରତ୍ୟେକ ବୃଦ୍ଧ, ବିଧବା ଏବଂ ଅବିବାହିତ ମହିଳାଙ୍କୁ ପେନ୍ସନ୍ ମିଳିବ। ତୁମର ସମସ୍ତ ଆଶୀର୍ବାଦ ହେତୁ ଏହା ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। 

ସେ କହିଛନ୍ତି ଯେ ଦୁର୍ଭାଗ୍ୟଜନକ ଯେ ବିଶ୍ୱ ଆଦିବାସୀ ଦିବସ (ଅଗଷ୍ଟ 9) ଅବସରରେ ଦେଶର ପ୍ରଧାନମନ୍ତ୍ରୀ ତଥା ଆଦିବାସୀ ରାଷ୍ଟ୍ରପତି ଦେଶର ଆଦିବାସୀ ସମାଜକୁ ଶୁଭେଚ୍ଛା ଜଣାଇବା ଉଚିତ୍ ମନେ କରିନାହାଁନ୍ତି। ସେମାନଙ୍କ ଆଖିରେ ଆମେ ଆଦିବାସୀ ନୁହଁ ବରଂ ଆମେ ଜଙ୍ଗଲୀ ମଣିଷ। ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦାବି କରିଛି ଯେ ରାଜ୍ୟର ସାଢେ ୩ କୋଟି ଲୋକଙ୍କ ଆଶୀର୍ବାଦ ସେମାନଙ୍କ ସହ ଅଛି। ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କୌଣସି ନିଷ୍ପତ୍ତି ନିଆଯାଏ। ଏହା ଦଳର ଚୂଡ଼ାନ୍ତ ନିଷ୍ପତ୍ତି ହେବ ନାହିଁ କାରଣ ଦଳର ଅନ୍ୟ ବିକଳ୍ପ ମଧ୍ୟ ଖୋଲା ଅଛି।