Madhya Pradesh Congress, Kamal Nath: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ (Congress) ଦ୍ୱାରା ପ୍ରସ୍ତୁତ ରଣନୀତିରେ ଯୁବପିଢ଼ିଙ୍କୁ ଅଧିକ ଧ୍ୟାନ ଦିଆଯାଇଛି । ଯୁବକମାନେ ଆକ୍ରମଣାତ୍ମକ ହେବା ଆବଶ୍ୟକ ବୋଲି ବୈଠକରେ କୁହାଯାଇଛି । ଆଗାମୀ ନିର୍ବାଚନ ଯୁବପିଢ଼ିଙ୍କ ଭବିଷ୍ୟତର ନିର୍ବାଚନ ବୋଲି କୁହାଯାଇଛି ।
Trending Photos
ଭୋପାଳ: Madhya Pradesh Congress, Kamal Nath: ଆଗାମୀ ବର୍ଷ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ (Madhya Pradesh Assembly Elections 2023) ହେବାର ଅଛି । ଏହା ପୂର୍ବରୁ ରାଜ୍ୟ କଂଗ୍ରେସ (Madhya Pradesh Congress) ଏକ ବଡ଼ ନିଷ୍ପତ୍ତି ନେଇଛି, ଯାହା ଅନ୍ତର୍ଗତ କଂଗ୍ରେସ କମଲ ନାଥ (Kamal Nath) ଙ୍କ ନେତୃତ୍ୱରେ ୨୦୨୩ ବିଧାନସଭା ନିର୍ବାଚନ ଲଢ଼ିବ । ସୋମବାର ରାଜଧାନୀ ଭୋପାଳରେ କମଲ ନାଥଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କମଲ ନାଥଙ୍କ ନେତୃତ୍ୱ ଉପରେ ମୋହର ମରାଯାଇଛି । ଏହା ସହିତ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି । ଅନ୍ୟପକ୍ଷରେ ବିଜେପି (BJP) କଂଗ୍ରେସ (Congress) କୁ ନେଇ କଟାକ୍ଷ କରିଛି ଓ ଅଭିଯୋଗ କରିଛି ଯେ କମଲ ନାଥ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ (Priyanka Gandhi Vadra) ଙ୍କ ନେତୃତକୁ ଚ୍ୟାଲେଞ୍ଜ କରୁଛନ୍ତି ।
ଏକତା ଦେଖାଇଲେ ସମସ୍ତ ନେତା
କମଲ ନାଥ (Kamal Nath) ଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ମଧ୍ୟ ଏହି ପ୍ରସଙ୍ଗରେ ଖାସ୍ ଥିଲା କାରଣ ଏହି ବୈଠକରେ କଂଗ୍ରେସର ସମସ୍ତ ନେତା ଏକାଠି ହୋଇଥିଲେ । ଦୀର୍ଘ ସମୟ ପରେ କମଲ ନାଥ, ଦିଗବିଜୟ ସିଂ (Digvijay Singh), ଅରୁଣ ଯାଦବ (Arun Yadav), ଅଜୟ ସିଂ (Ajay Singh) ଏକାଠି ନଜରକୁ ଆସିଛନ୍ତି । ଏହି ବୈଠକରେ ସହମତି ପ୍ରକାଶ ପାଇଛି ଯେ କମଲ ନାଥଙ୍କ ନେତୃତ୍ୱରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଲଢ଼ାଯିବ । ଏହି ବୈଠକରେ ନେତାମାନଙ୍କୁ ଅଞ୍ଚଳ ଅନୁଯାୟୀ ଦାୟିତ୍ୱ ଦିଆଯାଇଛି ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକମାନଙ୍କୁ ନିଜ ନିଜ ଅଞ୍ଚଳରେ ସକ୍ରିୟତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ
ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ (Congress) ଦ୍ୱାରା ପ୍ରସ୍ତୁତ ରଣନୀତିରେ ଯୁବପିଢ଼ିଙ୍କୁ ଅଧିକ ଧ୍ୟାନ ଦିଆଯାଇଛି । ଯୁବକମାନେ ଆକ୍ରମଣାତ୍ମକ ହେବା ଆବଶ୍ୟକ ବୋଲି ବୈଠକରେ କୁହାଯାଇଛି । ଆଗାମୀ ନିର୍ବାଚନ ଯୁବପିଢ଼ିଙ୍କ ଭବିଷ୍ୟତର ନିର୍ବାଚନ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ:-ଖେଚୁଡ଼ି ଖାଇ ଶନିଙ୍କୁ କରାନ୍ତୁ ଶାନ୍ତ, ଦୂରେଇ ଯିବ ସବୁ ସମସ୍ୟା
ଏହା ବି ପଢ଼ନ୍ତୁ:-ପୁରୁଷମାନେ ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୭୧ ସଂକ୍ରମିତ
ବିଜେପିର ପାଲଟା ଆକ୍ରମଣ
ଏଥି ସହ କଂଗ୍ରେସ (Congress) ର ଏହି ବୈଠକକୁ ନେଇ ବିଜେପି (BJP) ପାଲଟା ଆକ୍ରମଣ କରିଛି । ରାଜ୍ୟ ବିଜେପି ମନ୍ତ୍ରୀ ରଜନୀଶ ଅଗ୍ରୱାଲ (Rajnish Agarwal) କହିଛନ୍ତି ଯେ, କଂଗ୍ରେସର ବୈଠକ ଏକ ବାହାନା, ବାସ୍ତବରେ କମଲ ନାଥଙ୍କୁ ନିଜ ଗାଦି ବଞ୍ଚାଇବାର ଅଛି । ସେ ଚାହୁଁଥିଲେ ଯେ ସମସ୍ତ ନେତା ତାଙ୍କ ଗାଦି ଉପରେ ମୋହର ଲଗାନ୍ତୁ । ବିଜେପି ଏହା ମଧ୍ୟ କହିଛି ଯେ କମଲ ନାଥ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱକୁ ମଧ୍ୟ ଚେତାବନୀ ଦେବାକୁ ଚାହୁଁଛନ୍ତି । ଜାତୀୟ ସ୍ତରରେ ଯେଉଁ ନିଷ୍ପତ୍ତି ନିଆଯାଉଥିଲା, ତାହା ସେମାନେ ଏଠାରେ ନେବାର କାର୍ଯ୍ୟ କରିଛନ୍ତି ବୋଲି ବିଜେପି କହିଛି । ଏହା ସ୍ଥିର ଥିଲା ଯେ ସେ ବିରୋଧୀ ଦଳର ନେତା ପଦ ଛାଡିବେ କିନ୍ତୁ ତାହା ହୋଇ ନାହିଁ ।