Lok Sabha Election: ଗାନ୍ଧୀ ନଗର ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅମିତ ଶାହ
Advertisement
Article Detail0/zeeodisha/odisha2212230

Lok Sabha Election: ଗାନ୍ଧୀ ନଗର ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅମିତ ଶାହ

Gandhi Nagar Lok Sabha Gujarat: ଶୁକ୍ରବାର ଗୁଜୁରାଟ ଗାନ୍ଧୀ ନଗର ଲୋକସଭା ଆସନରୁ ନାମଙ୍କନ ଦାଖଲ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ।

Lok Sabha Election: ଗାନ୍ଧୀ ନଗର ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଅମିତ ଶାହ

Amit Shah Files Nomination for Gandhi Nagar Lok Sabha: ୨୦୨୪ ଲୋକସଭା ନିର୍ବାଚନରେ ଗୃହ ରାଜ୍ୟ ଗୁଜୁରାଟର ଗାନ୍ଧୀ ନଗର ଲୋକସଭା ଆସନରୁ ଦ୍ୱିତୀୟ ଥର ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ର ଅମିତ ଶାହ। ଏନେଇ ସେ ଅପ୍ରେଲ ୧୯ ତାରିଖ ଅପ୍ରେଲ ୧୯ ତାରିଖ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ତଥା ଗାନ୍ଧୀନଗର ଲୋକସଭା ଆସନର ବିଜେପି ସାଂସଦ ପ୍ରାର୍ଥୀ ଭାବେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯେତେବେଳେ ଅମିତ ଶାହ ଗାନ୍ଧୀନଗର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ପ୍ରଦାନ କରୁଥିଲେ, ସେତେବେଳେ ଏହା ଏକ ବିଶେଷ ସମୟ ଥିଲା।

କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଦିନ ୧୨ ଘଣ୍ଟା ୩୯ ମିନିଟ ସମୟରେ ଗାନ୍ଧୀନଗର ଠାରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟକୁ "ବିଜୟ ମୁହୂର୍ତ୍ତ" ଭାବେ ବିବେଚନା କରାଯାଏ। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଗାନ୍ଧୀନଗର ଆସନରୁ ପ୍ରାୟ ୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜିତିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗୁଜୁରାଟର ସମସ୍ତ ୨୬ ଆସନରେ ଭୋଟ୍ ଗ୍ରହଣ ଆସନ୍ତା ମେ ୭ ତାରିଖରେ ଅନୁଷ୍ଠିତ ହେବ।

ନିଜ ନାମଙ୍କନ ଦାଖଲ ବେଳର ଫୋଟ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଗାନ୍ଧୀ ନଗର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅମିତ ଶାହ। ଏନେଇ ଟ୍ୱିଟ କରି ସେ କହିଛନ୍ତି ଯେ ଆଜି ମୁଁ ଗାନ୍ଧୀନଗର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ମୋର ନାମାଙ୍କନପତ୍ର ଦାଖଲ କରିଛି। ଏହି ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ​ମୋଦିଙ୍କ ନେତୃତ୍ୱରେ ବିଗତ ୫ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଲୋକଙ୍କୁ ସେବା କରିବାର ଯେଉଁ ସୁଯୋଗ ମୋତେ ମିଳିଛି ମୁଁ ତାହାକୁ ଆଗକୁ ନେବାକୁ ଆଗ୍ରହୀ। ମୁଁ ନିଶ୍ଚିତ ଯେ ଗାନ୍ଧୀନଗରବାସୀ ଆଶୀର୍ବାଦ ଦେବେ। ପୁଣି ଥେ ମୋଦି ସରକାର ଆଣିବାରେ ଏକ ବଡ଼ ଅବଦାନ ଦେବେ।

ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହ କହିଛନ୍ତି ଏହି ଆସନରେ ୩୦ ବର୍ଷ ଧରି ବିଧାୟକ ସହ ସାଂସଦ ରହିଆସିଛି। ଏଠାରେ ମୁଁ ଏକ ଛୋଟ ବୁଥ କର୍ମକର୍ତ୍ତା ଠାରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା କରିଛି। ଏହା ମୋ ପାଇଁ ଗର୍ବର ବିଷୟ ଯେ ଗାନ୍ଧୀ ନଗର ଆସନରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ପ୍ରତିନିଧିତ୍ୱ କରିଥିଲେ। ଏବେ ବିଜେପି ମୋତେ ସେହି ଆସନକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛି। ଯେଉଁ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ନିଜେ ଜଣେ ଭୋଟର।

ଗତ ୨୦୧୯ ନିର୍ବାଚନରେ ଗାନ୍ଧୀ ନଗର ଆସନ ପ୍ରଥମ ଥର ପାଇଁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ ଅମିତ ଶାହ। ଏଥର ସେ ଏହି ଆସନରୁ ଦ୍ୱିତୀୟ ଥର ପାଇଁ ସାଂସଦ ପ୍ରାର୍ଥ ଭାବେ ନିର୍ବାଚନ ଲଢୁଛନ୍ତି। ସାଂସଦ ହେବା ପୂର୍ବରୁ ଅମିତ ଶାହ ଗାନ୍ଧୀ ନଗର ଲୋକସଭା ଆସନ ଅଧିନସ୍ଥ ସାରଖେଜ ବିଧାନସଭା ଆସନରୁ ୧୯୯୭, ୧୯୯୮, ୨୦୦୨, ୨୦୦୭ ନିର୍ବାଚନରେ ବିଧାୟକ ନିର୍ବାଚିତ ହୋଇଥିଲେ। ଗତ ୨୦୦୮ ବର୍ଷରେ ହୋଇଥିବା ସୀମା ପୁନନିର୍ଦ୍ଧାରଣ ପରେ ସାରଖେଜ ବିଧାନସଭାକୁ ଉଚ୍ଛେଦ କରାଯାଇଥିଲା। ପରେ ନାରାୟଣପୁର ନାମରେ ଆଉ ଏକ ବିଧାନସଭା ଆସନ ଗଠିତ ହୋଇଥିଲା। ଏହି ଆସନରୁ ସେ ୨୦୧୨ ନିର୍ବାଚନରେ ନିର୍ବାଚିତ ହୋଇଥିଲେ।   
ଉଭୟ ସାରଖେଜ ଏବଂ ନାରାୟଣପୁର ବିଧାନସଭା ଆସନ ଗାନ୍ଧୀ ନଗର ଲୋକସଭା ଆସନରେ ରହିଛି। ଏହି ୨ ବିଧାନସଭା ଆସନ ଗୁଜୁରାଟ ଅହମ୍ମଦବାଦ ଜିଲ୍ଲାରେ ଅବସ୍ଥିତ ରହିଛି।