ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା
Advertisement
Article Detail0/zeeodisha/odisha1360651

ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା

Maharashtra Gram Panchayat Elections 2022: ଫଡନାଭିସ୍ କହିଛନ୍ତି ଯେ, ସିନ୍ଦେ ଗୋଷ୍ଠୀ ହେଉଛି ପ୍ରକୃତ ଶିବସେନା ଓ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଅନୁସରଣ କରୁଛନ୍ତି । ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇ ସେ ମରାଠୀରେ ଟ୍ୱିଟ୍ କରିଛନ୍ତି...

ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା

ମୁମ୍ୱାଇ: Maharashtra Gram Panchayat Elections 2022: ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନରେ ଉଭୟ ଭାରତୀୟ ଜନତା ପାର୍ଟି-ଏକନାଥ ସିନ୍ଦେ ଗୋଷ୍ଠୀ (BJP Shinde Camp Alliance) ଏବଂ ଉଦ୍ଧବ ଠାକରେ (Uddhav Thackeray) ନିଜ ନିଜର ​​ବିଜୟ ଦାବି କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) କହିଛନ୍ତି ଯେ, ବିଜେପି ମହାରାଷ୍ଟ୍ରରେ ପୁଣିଥରେ ଏକ ନମ୍ବର ପାର୍ଟି ହୋଇଯାଇଛନ୍ତି । ଅନ୍ୟ ପଟେ ଜାତୀୟବାଦୀ କଂଗ୍ରେସ ପାର୍ଟି (NCP) ର ନେତା ଅଜିତ ପାୱାର (Ajit Pawar) ଦାବି କରିଛନ୍ତି ଯେ, ମହା ବିକାଶ ଅଘାଡ଼ି (MVA) ମେଣ୍ଟ ସବୁଠାରୁ ଅଧିକ ଆସନ ଜିତିଛି ।

ଫଡନାଭିସ୍ କହିଛନ୍ତି ଯେ, ସିନ୍ଦେ ଗୋଷ୍ଠୀ ହେଉଛି ପ୍ରକୃତ ଶିବସେନା ଓ ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ଅନୁସରଣ କରୁଛନ୍ତି । ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇ ସେ ମରାଠୀରେ ଟ୍ୱିଟ୍ କରିଛନ୍ତି ଓ କହିଛନ୍ତି ଯେ, "ବିଜେପି ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଥିବା ଶିବସେନାକୁ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଚମତ୍କାର ସଫଳତା ମିଳିଛି । ବିଜେପି ପୁଣି ଏକ ନମ୍ୱର ପାର୍ଟି ହୋଇଯାଇଛି । ସମସ୍ତ ଜିତିଥିବା ପ୍ରାର୍ଥୀଙ୍କୁ ଓ ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।" ସେପଟେ ମହାରାଷ୍ଟ୍ର ବିଜେପି ନେତା ଚନ୍ଦ୍ରଶେଖ ବାୱାନକୁଲେ ଦାବି କରିଛନ୍ତି ଯେ, ନିର୍ବାଚିତ ସରପଞ୍ଚଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଲୋକ ସିନ୍ଦେ-ବିଜେପି ମେଣ୍ଟ (BJP Shinde camp alliance) ର ସମର୍ଥକ । ଗ୍ରାମ ପଞ୍ଚାୟତର ଫଳାଫଳ ସିନ୍ଦେ-ଫଡନାଭିସ୍ ସରକାରଙ୍କ ଉପରେ ମହାରାଷ୍ଟ୍ରର ଲୋକମାନଙ୍କର ଭରସାକୁ ପ୍ରମାଣିତ କରିଛି ।

ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ଛକା ମାରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଅଧିକ ପଢ଼ନ୍ତୁ:-ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ

 

ଶିବସେନା, ଶରଦ ପାୱାରଙ୍କ ଜାତୀୟବାଦୀ କଂଗ୍ରେସ ପାର୍ଟି (NCP) ଏବଂ କଂଗ୍ରେସ ଅଲଗା ନମ୍ୱର ଉପସ୍ଥାପନ କରିଛନ୍ତି । ରାତି ପର୍ଯ୍ୟନ୍ତ ମେଣ୍ଟର ନେତାମାନେ କହିଛନ୍ତି ଯେ, ୪୯୪ ଗ୍ରାମ ପଞ୍ଚାୟତ ନିର୍ବାଚନର ଫଳାଫଳ ଆସିଛି । ସେମାନଙ୍କ ଅନୁସାରେ, ବିଜେପି ୧୪୪ ଆସନ ଜିତିଛି । ସେହିପରି ଏନସିପି ୧୨୬ ଆସନ, କଂଗ୍ରେସ ୬୨ଟି ଆସନ, ଉଦ୍ଧବ ଠାକରେଙ୍କ ଶିନସେନା ୩୭ ଆସନ ଏବଂ ସିନ୍ଦେଙ୍କ ଶିବସେନା ୪୧ଟି ଆସନ ଜିତିଛି । ତେଣୁ MVA ଗଣନା ହିସାବରେ ସେ ୪୯୪ ଆସନରୁ ୨୨୫ ଆସନ ଜିତିଛି । ଯେତେବେଳେ କି ବିଜେପି-ଏକନାଥ ସିନ୍ଦେ ଗୋଷ୍ଠୀର ମେଣ୍ଟ ୧୮୫ ଆସନ ଜିତିଛି ।

ବରିଷ୍ଠ NCP ନେତା ଅଜିତ ପାୱାର କହିଛନ୍ତି ଯେ, ଗ୍ରାମ ପଞ୍ଚାୟତ ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ା ଯାଇ ନଥାଏ । କିଛି ଲୋକ କହୁଛନ୍ତି ଯେ ସେମାନେ ୧ ନମ୍ବର, ୨ ନମ୍ୱରରେ ଅଛନ୍ତି... ବାସ୍ତବତା ହେଉଛି ଯେ ଏହି ନିର୍ବାଚନ ଦଳୀୟ ଚିହ୍ନରେ ଲଢ଼ାଇ ଯାଇ ନଥାଏ । ଯଦି ସରପଞ୍ଚ ଲେଖନ୍ତି ଓ କୁହନ୍ତି କି ମୁଁ ଏହି ଦଳର ସମର୍ଥନ କରୁଛି ତେବେ ଏହା ଅଲଗା ବିଷୟ । ସଂଖ୍ୟା ହିସାବରେ ଏମଭିଏ ପାଖରେ ସର୍ବାଧିକ ଆସନ ରହିଛି ।