ଏକନାଥ ସିନ୍ଦେ କାହିଁକି କଲେ ବିଦ୍ରୋହ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ
Advertisement
Article Detail0/zeeodisha/odisha1228417

ଏକନାଥ ସିନ୍ଦେ କାହିଁକି କଲେ ବିଦ୍ରୋହ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ

Maharashtra Political Crisis: ଯଦି ସ୍ୱାଧୀନ ଓ ଅନ୍ୟ ଛୋଟ ଦଳରୁ ୨ରୁ ୩ ବିଧାୟକ ଠାକରେ ସରକାରଙ୍କ ସାଥ୍ ଛାଡିଦିଅନ୍ତି, ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ସରକାରଙ୍କ ପାଇଁ କଷ୍ଟକର ହେବ । ସରକାରଙ୍କ ପାଇଁ ମଧ୍ୟ ଏକ ସମସ୍ୟା ରହିଛି ଯେ ଦୁଇଜଣ ଏନସିପି ବିଧାୟକ ଜେଲରେ ଅଛନ୍ତି, ଯେଉଁଥିପାଇଁ ସେମାନେ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ଭୋଟ୍ ଦେଇପାରି ନଥିଲେ । ଏବେ ଦେଖିବାକୁ ବାକି ରହିଲା ଏହି ସଂଖ୍ୟା କେଉଁ ପଟକୁ ଯାଉଛି ।

ଏକନାଥ ସିନ୍ଦେ କାହିଁକି କଲେ ବିଦ୍ରୋହ? ସାମ୍ନାକୁ ଆସିଲା ସବୁଠାରୁ ବଡ଼ କାରଣ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଶିବସେନା (Shiv Sena) ଓ ଉଦ୍ଧବ ଠାକର (Uddhav Thackeray) ରେ ଉପରେ ପଡ଼ିଛି । ଶିବସେନା ମଧ୍ୟରେ ଦେଖାଦେଇଥିବା କଳହ ପରେ ମହା ବିକାଶ ଅଘାଡ଼ୀ (MVA) ସରକାର ଉପରେ ବିପଦର କଳା ବାଦଳ ଦେଖାଦେଇଛି । ମହାରାଷ୍ଟ୍ରରୁ ଗୁଜୁରାଟର ସୁରଟରେ ଡେରା ପକାଇଥିବା ଏକନାଥ ସିନ୍ଦେ ଦଳର ୩୩ ବିଧାୟକ ଓ ୭ ଜଣ ସ୍ୱାଧୀନ ବିଧାୟକଙ୍କ ସହ ଗୁଆହାଟୀରେ ପହଞ୍ଚିଛନ୍ତି । ଗୁଆହାଟୀରେ ପହଞ୍ଚିବା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏକନାଥ ସିନ୍ଦେ କହିଛନ୍ତି ଯେ, ଆମ ପାଖରେ ୪୦ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ, ସିଏମ୍ ଉଦ୍ଧବ ଠାକରେ ଆଜି ଅପରାହ୍ନ ୧ଟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଏହି ସମୟରେ ପ୍ରଶ୍ନ ଉଠୁଛି ଯେ ଶିବସେନାର ଅତି ବିଶ୍ୱସ୍ତ ଶିବ ସୈନିକ ସିନ୍ଦେ ଉଦ୍ଧବ ଠାକରେଙ୍କ ସହ କାହିଁକି ବିଶ୍ୱାସଘାତକତା କଲେ? ସିନ୍ଦେ ଏପରି ପଦକ୍ଷେପ ନେବା ପଛରେ କ'ଣ କାରଣ ରହିଛି । ଆସନ୍ତୁ ଜାଣିବା...

ସୂଚନାନୁସାରେ, ବିଦ୍ରୋହର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ମୁମ୍ବାଇର ପୋୱାଇର ଏକ ହୋଟେଲରେ ଏକନାଥ ସିନ୍ଦେ ଓ ଆଦିତ୍ୟ ଠାକରେ (Aaditya Thackeray) ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବିଧାନ ପରିଷଦ ନିର୍ବାଚନ ସମୟରେ କଂଗ୍ରେସ ଦଳ ପାଇଁ ଅତିରିକ୍ତ ଭୋଟ୍ ବ୍ୟବହାର କରିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହାକୁ ସିନ୍ଦେ ବିରୋଧ କରିଥିଲେ । ସିନ୍ଦେଙ୍କ ବିରୋଧ ଯୋଗୁଁ କଂଗ୍ରେସର ଜଣେ ପ୍ରାର୍ଥୀ ଭାଇ ଜଗତାପଙ୍କୁ ତାଙ୍କ ଆବଶ୍ୟକ ଭୋଟ୍ ଠାରୁ ଗୋଟିଏ ଭୋଟ ଅଧିକ ମିଳିଥିଲା, କିନ୍ତୁ ଅନ୍ୟ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହଣ୍ଡୋରେ ନିର୍ବାଚିତ ହୋଇନଥିଲେ ।

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର  ବିଧାନସଭା ମୋଟ ୨୮୮ ସଦସ୍ୟକୁ ନେଇ ଗଠିତ । ବିଧାନସଭାରେ ଶିବସେନା ବିଧାୟକ ରମେଶ ଲଟକେଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ଅଛି । ଏହି ସମୟରେ ଏନସିପିର ୨ ବିଧାୟକ ଅନିଲ ଦେଶମୁଖ ଓ ନବାବ ମଲିକ ବର୍ତ୍ତମାନ ଜେଲରେ ଅଛନ୍ତି । କୋର୍ଟ ସେମାନଙ୍କୁ ରାଜ୍ୟସଭା ଓ ଏମଏଲସି ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ତେଣୁ ରାଜ୍ୟରେ ସରକାର ଗଠନ ପାଇଁ ବର୍ତ୍ତମାନ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି । ସେପଟେ ମହା ବିକାଶ ଅଘାଡ଼ି ସରକାର ପାଖରେ ୧୬୯ ବିଧାୟକଙ୍କ ସମର୍ଥନ ରହିଛି । ସରକାର ପାଖରେ ଶିବସେନାର ୫୬ ଜଣ ବିଧାୟକ ସହିତ ଏନସିପିର ୫୩, କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି ।  ଏହା ବ୍ୟତୀତ ବହୁଜନ ବିକାଶ ଆଘାଡି (BVA) ର ୩ ଜଣ ବିଧାୟକ, ସମାଜବାଦୀ ପାର୍ଟିର ୨,ପିଜିପିର ୨ ଜଣ ଏବଂ ୯ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । 

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ନାଲି ଆଖି ଦେଖାଇଲେ ଏକନାଥ ସିନ୍ଦେ! ଦଳ ନ ଭାଙ୍ଗିବା ପାଇଁ ରଖିଲେ ଏହି ସର୍ତ୍ତ

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଟେନସନ୍ ବଢ଼ାଇଲେ ଏକନାଥ ସିନ୍ଦେ, ୪୧ ବିଧାୟକଙ୍କ ସହ ଗୁଜୁରାଟରୁ ପହଞ୍ଚିଲେ ଆସାମ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଦ୍ରୌପଦୀ ମୁର୍ମୁ କିଏ? ଯାହାଙ୍କୁ NDA କରିଛି ରାଷ୍ଟ୍ରପତି ପ୍ରାର୍ଥୀ

 

ଅନ୍ୟପଟେ ବିରୋଧୀଙ୍କ ପାଖରେ ୧୧୩ ଜଣ ବିଧାୟକ ଅଛନ୍ତି । ଏଥିରେ ୧୦୬ ବିଧାୟକଙ୍କ ସହ ବିଜେପି ହେଉଛି ଏକକ ବୃହତ ଦଳ । ଆରଏସପିର ଜଣେ, ଜେଏସଏସର ଜଣେ ଏବଂ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଅନ୍ୟ ଦଳ ପାଖରେ ୫ ଜଣ ବିଧାୟକ ଅଛନ୍ତି । ଏଥିରେ AIMIM ରୁ ୨ ବିଧାୟକ, CPI ରୁ ଜଣେ ଏବଂ MNS ରୁ ଜଣେ ବିଧାୟକ ଅଛନ୍ତି । ଏକନାଥ ସିନ୍ଦେଙ୍କ ସହ ବିଦ୍ରୋହ କରିଥିବା ୩୩ ଜଣ ବିଧାୟକ, ଯେଉଁମାନେ ଉଦ୍ଧବ ସରକାରଙ୍କ ସହ ଥିଲେ । ଏପରି ପରିସ୍ଥିତିରେ ଯଦି ଉଦ୍ଧବ ସରକାରଙ୍କ ଠାରୁ ଏହି ୩୩ ଜଣ ବିଧାୟକଙ୍କ ସମର୍ଥନ ହଟିଯାଏ, ତେବେ ୧୩୬ ଜଣ ବିଧାୟକ ରହିଯିବେ ।

ଯଦି ସ୍ୱାଧୀନ ଓ ଅନ୍ୟ ଛୋଟ ଦଳରୁ ୨ରୁ ୩ ବିଧାୟକ ଠାକରେ ସରକାରଙ୍କ ସାଥ୍ ଛାଡିଦିଅନ୍ତି, ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ସରକାରଙ୍କ ପାଇଁ କଷ୍ଟକର ହେବ । ସରକାରଙ୍କ ପାଇଁ ମଧ୍ୟ ଏକ ସମସ୍ୟା ରହିଛି ଯେ ଦୁଇଜଣ ଏନସିପି ବିଧାୟକ ଜେଲରେ ଅଛନ୍ତି, ଯେଉଁଥିପାଇଁ ସେମାନେ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ଭୋଟ୍ ଦେଇପାରି ନଥିଲେ । ଏବେ ଦେଖିବାକୁ ବାକି ରହିଲା ଏହି ସଂଖ୍ୟା କେଉଁ ପଟକୁ ଯାଉଛି ।