କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!
Advertisement

କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

Maharashtra Political Crisis: ଗୁଆହାଟୀରେ ପହଞ୍ଚିଥିବା ଶିବସେନା ବିଧାୟକଙ୍କ ମଧ୍ୟରେ ଗୁଲାବରାଓ ପାଟିଲ ଓ ଯୋଗେଶ କଦମ ମଧ୍ୟ ସାମିଲ ଅଛନ୍ତି । ଅବଶିଷ୍ଟ ଦୁଇଜଣ ବିଧାୟକ (ମଞ୍ଜୁଲା ଗାଭିତ ଓ ଚନ୍ଦ୍ରକାନ୍ତ ପାଟିଲ୍) ସ୍ୱାଧୀନ ଅଟନ୍ତି ।

କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ବଢ଼ି ବଢ଼ି ଚାଲିଛି । ଏହାସହ ଉଦ୍ଧବ ସରକାର (Uddhav Govt) ଙ୍କ ଅସୁବିଧା ମଧ୍ୟ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଇମୋସନାଲ ଅପିଲ ସତ୍ତ୍ୱେ ଶିବସେନା ବିଧାୟକ (Shiv Sena MLAs) ଙ୍କ ଗୋଷ୍ଠୀ ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳେ ଆଉ ତିନିଜଣ ବିଧାୟକ ଗୁଆହାଟୀରେ ପହଞ୍ଚିଛନ୍ତି । ଏହାପୂର୍ବରୁ ବୁଧବାର ଗୁଆହାଟୀରେ ସିନ୍ଦେ ଗୋଷ୍ଠୀରେ ଆଉ ଚାରିଜଣ ବିଧାୟକ ଯୋଗ ଦେଇଥିଲେ । ମହାରାଷ୍ଟ୍ରର ବିଧାୟକଙ୍କ ସହ ବର୍ତ୍ତମାନ ସାଂସଦମାନେ ମଧ୍ୟ ଏକନାଥ ସିନ୍ଦେଙ୍କ ସମର୍ଥନରେ ଆସୁଥିବାର ନଜର ଆସିଛନ୍ତି । ସୂତ୍ର କହିଛି ଯେ, ୧୭ ଜଣ ସାଂସଦ ଏକନାଥ ସିନ୍ଦେଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗୁଆହାଟୀରେ ଥାନେ ସାଂସଦ ରାଜନ ଭିକେୟାର ଏବଂ କଲ୍ୟାଣ ସାଂସଦ ଶ୍ରୀକାନ୍ତ ସିନ୍ଦେ ଉପସ୍ଥିତ ଅଛନ୍ତି । ୱସିମ ସାଂସଦ ଭାବନା ଗୱଲି, ପାଲଘର ସାଂସଦ ରାଜେନ୍ଦ୍ର ଗାଭିତ, ରାମଟେକ ସାଂସଦ କ୍ରୁପାଲ ମଧ୍ୟ ନିଜ ସମର୍ଥନ ଦେଇଛନ୍ତି ।

ବୁଧବାର ରାତି ପ୍ରାୟ ୮ଟା ସମୟରେ ୪ ଜଣ ବିଧାୟକ ଗୁଆହାଟୀର ରେଡିସନ୍ ବ୍ଲୁ ହୋଟେଲରେ ପହଞ୍ଚିଛନ୍ତି । ଏକନାଥ ସିନ୍ଦେ (Eknath Shinde) ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ସହ ଏହି ହୋଟେଲରେ ରହିଛନ୍ତି । ସୂଚନାନୁସାରେ, ସନ୍ଧ୍ୟାରେ ପହଞ୍ଚିଥିବା ଚାରିଜଣ ବିଧାୟକ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ସହ ସୁରଟରୁ ଗୁଆହାଟୀ ଯାଇଥିଲେ ।

ଗୁଆହାଟୀରେ ପହଞ୍ଚିଥିବା ଶିବସେନା ବିଧାୟକଙ୍କ ମଧ୍ୟରେ ଗୁଲାବରାଓ ପାଟିଲ ଓ ଯୋଗେଶ କଦମ ମଧ୍ୟ ସାମିଲ ଅଛନ୍ତି । ଅବଶିଷ୍ଟ ଦୁଇଜଣ ବିଧାୟକ (ମଞ୍ଜୁଲା ଗାଭିତ ଓ ଚନ୍ଦ୍ରକାନ୍ତ ପାଟିଲ୍) ସ୍ୱାଧୀନ ଅଟନ୍ତି ।

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ଫେଲ୍ ମାରିଲା ​​ବିରୋଧୀଙ୍କ ରଣନୀତି! ଏହି କାରଣରୁ ଆହୁରି ବଢ଼ିଲା ସଙ୍କଟ

ଏହା ବି ପଢ଼ନ୍ତୁ:-ପିତା ଯଶୱନ୍ତଙ୍କୁ ନା ଦ୍ରୌପଦୀ ମୁର୍ମୁଙ୍କୁ; ଜାଣନ୍ତୁ କାହାକୁ ସମର୍ଥନ କରିବେ ବିଜେପି ସାଂସଦ ଜୟନ୍ତ ସିହ୍ନା

ଆଜି (ଜୁନ ୨୩) କୁର୍ଲା ବିଧାୟକ ମଙ୍ଗେଶ କୁଦାଲକର ଓ ଦାଦର ବିଧାୟକ ସଦା ସର୍ଭାନକର ଗୁଆହାଟୀ ଯାଉଥିବାର ଖବର ରହିଛି । ସକାଳେ ଗୁଆହାଟୀରେ ପହଞ୍ଚିଥିବା ବିଧାୟକଙ୍କ ସହ ଏହି ଦୁଇଜଣ ସାମିଲ ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯଦି ଦାବି ଅନୁସାରେ ଏହି ବିଧାୟକମାନେ ସିନ୍ଦେ କ୍ୟାମ୍ପରେ ଯୋଗ ଦିଅନ୍ତି, ତେବେ ସିନ୍ଦେଙ୍କ ସହ ଶିବସେନା ବିଧାୟକଙ୍କ ସଂଖ୍ୟା ୩୬ରେ ପହଞ୍ଚିବ, ଅନ୍ୟ ୧୨ ଜଣ ବିଧାୟକ ମଧ୍ୟ ସିନ୍ଦେଙ୍କ ସହ ଅଛନ୍ତି ବୋଲି କୁହାଯାଉଛି ।

ସେପଟେ ଗତକାଲି ସିନ୍ଦେ ଗୋଷ୍ଠୀ ୩୪ ଜଣ ବିଧାୟକଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଏକ ଚିଠି ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କ ନିକଟକୁ ପଠାଇଛନ୍ତି । ଚିଠିରେ କୁହାଯାଇଛି ଯେ ଏକନାଥ ସିନ୍ଦେ ହେଉଛନ୍ତି ଶିବସେନା ବିଧାନସଭା ଦଳର ନେତା । ଭରତ ଗୋଗାଭଲେ ନୂତନ ଚିପ୍ ଭାବରେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ଶିବସେନା ବିଧାନସଭା ଦଳର ନେତା ପଦରୁ ସିନ୍ଦେଙ୍କୁ ହଟାଇ ଦେଇଥିଲା ।