ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1238401

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ତେବେ ସେ ବିଜେପିକୁ ନେଇ କଟାକ୍ଷ କରି କହିଛନ୍ତି ଯେ, ଏସବୁ ପଛରେ କିଏ ଅଛନ୍ତି ମୁଁ ସବୁ ଜାଣେ । ଏହା ପ୍ରକୃତରେ କାହାର ହାତ ଅଛି? ରାଉତ କହିଛନ୍ତି ଯେ ପୁରା ଦେଶ ଜାଣନ୍ତି ଓ ଦେଖୁଛନ୍ତି ।

ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Maharashtra Political Crisis: ଉଦ୍ଧବ ଠାକରେ (Uddhav Thackeray) ଙ୍କ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଶିବସେନା ସାଂସଦ ସଞ୍ଜୟ ରାଉତ (Sanjay Raut) ଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ସଞ୍ଜୟ ରାଉତ କହିଛନ୍ତି ଯେ, ଯେତେବେଳେ ବି ମହାରାଷ୍ଟ୍ରରେ ନୂତନ ସରକାର ଆସିବେ, ସେତେବେଳେ ସେମାନଙ୍କଠାରୁ ଆଶା କରିବୁ କି ସେମାନେ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ । ସମସ୍ତ ପକ୍ଷ ସେମାନଙ୍କ ସାଥ୍ ଦେବେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ନିଜ ଲୋକମାନେ ଆମକୁ ଧୋକା ଦେଇଛନ୍ତି । ନିଜର ଲୋକମାନେ ପିଠିରେ ଛୁରା ମାରିଛି । 

ସେ ଏହା ମଧ୍ୟ କହିଛନ୍ତି ଯେ, ଆଜି ମୁଁ ବିଦ୍ରୋହୀ ବିଧାୟକଙ୍କ ସହ କଥା ହେଲି (ମୁଁ ନାମ କହିବି ନାହିଁ) । ଶିବସେନା ବିଧାୟକଙ୍କ ଉପରେ ଚାପ ସୃଷ୍ଟି କରାଯାଇଛି । ଏବେ ପ୍ରଶ୍ନ ହେଉଛି ଯେଉଁମାନେ ଶିବସେନା (Shiv Sena) ବିରୁଦ୍ଧରେ ବିଦ୍ରୋହ କରିଛନ୍ତି, ସେମାନଙ୍କ ନେତା ମୁଖ୍ୟମନ୍ତ୍ରୀ ହେବେ କି? ସେ ଆହୁରି ମଧ୍ୟ କହିଛନ୍ତି, ଏକନାଥ ସିନ୍ଦେ (Eknath Shinde) ଜଣେ ଚରମ ଶିବ ସୈନିକ । ସେ ବହୁ ବର୍ଷ ଧରି ଦଳରେ କାର୍ଯ୍ୟ କରିଛନ୍ତି । ଏବେ ଯଦି ସେ ବିଜେପି ସହିତ ଯାଆନ୍ତି, ତେବେ ତାଙ୍କୁ ଶୁଭେଚ୍ଛା ।

ତେବେ ସେ ବିଜେପିକୁ ନେଇ କଟାକ୍ଷ କରି କହିଛନ୍ତି ଯେ, ଏସବୁ ପଛରେ କିଏ ଅଛନ୍ତି ମୁଁ ସବୁ ଜାଣେ । ଏହା ପ୍ରକୃତରେ କାହାର ହାତ ଅଛି? ରାଉତ କହିଛନ୍ତି ଯେ ପୁରା ଦେଶ ଜାଣନ୍ତି ଓ ଦେଖୁଛନ୍ତି ।

ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, ଏହା ହେଉଛି ବାଲାସାହେବଙ୍କର ଶିବସେନା । ଆମେ ଆମର କାର୍ଯ୍ୟ ଜାରି ରଖିବୁ ଓ ବାଲାସାହେବଙ୍କ ପଥ ଅନୁସରଣ କରିବୁ । ସେ କହିଥିଲେ ଯେ ଆମେ କ୍ଷମତା ପାଇଁ ଆସି ନାହୁଁ, କ୍ଷମତା ଆମ ପାଇଁ ତିଆରି ହୋଇଛି । ବର୍ତ୍ତମାନ ନିଜ କାର୍ଯ୍ୟ ଆଧାରରେ ଆମେ ପୁନର୍ବାର କ୍ଷମତାକୁ ଆସିବୁ ।

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା, ଦେଶରେ ଦିନକରେ ସଂକ୍ରମିତ ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ

 

ଇଡି ନୋଟିସ ଉପରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ଆସନ୍ତାକାଲି ମୁଁ ଇଡି ସାମ୍ନାରେ ଉପସ୍ଥାପନ ହେବି । ସରକାର ଗଠନ ହେଉ କି ନ ହେଉ ... କୌଣସି ପ୍ରକାରର ଘଟଣାକ୍ରମ ହେଉ ମୁଁ ଇଡି ସାମ୍ନାରେ ଯିବି, ଏଥିପାଇଁ ଇଡିକୁ ଯାହା କିଛି ପଦକ୍ଷେପ ନେବାର ଅଛି ନେଉ । ମୁଁ ବର୍ତ୍ତମାନ ଶରଦ ପାୱାରଙ୍କ ସହ କଥା ହୋଇଛି । ସେ ମୋତେ କହିଛନ୍ତି ଯେ ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ । ସେଥିପାଇଁ ମୋତେ ଡର ନାହିଁ ।