Maharashtra Politics: କେବେ ହେବ କ୍ୟବିନେଟ ବିସ୍ତାର? ସାମ୍ନାକୁ ଆସିଲ ବଡ଼ ଖବର
Advertisement
Article Detail0/zeeodisha/odisha1294262

Maharashtra Politics: କେବେ ହେବ କ୍ୟବିନେଟ ବିସ୍ତାର? ସାମ୍ନାକୁ ଆସିଲ ବଡ଼ ଖବର


Maharashtra Cabinet Expansion: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ବିଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ କ୍ୟାବିନେଟ ସମ୍ପ୍ରସାରଣ ବାବଦରେ ଆଲୋଚନା କରିଛନ୍ତି।

Maharashtra Politics: କେବେ ହେବ କ୍ୟବିନେଟ ବିସ୍ତାର? ସାମ୍ନାକୁ ଆସିଲ ବଡ଼ ଖବର

Maharashtra Cabinet Expansion: ରାଜ୍ୟ କ୍ୟାବିନେଟ ବିସ୍ତାରକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ଚର୍ଚ୍ଚା। ସଦ୍ୟ ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାରକୁ ନେଇ ଆସିଛି ଏକ ବଡ଼଼ ଖବର। ମହାରାଷ୍ଟ୍ରରେ ବିଜେପି ସମର୍ଥନରେ ସରକାର ଗଠନ କରିଥିବା ବିଦ୍ରୋହୀ ଶିବସେନା ବିଧାୟକ ନେତା ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ମଙ୍ଗଳବାର ହେବାକୁ ଯାଉଛି। ଏହାର ଠିକ ପରେ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଡକାଯବ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ସକାଳ ୧୧ଟା ସମୟରେ ସିନ୍ଦେ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ରଜଭବନ ଠାରେ ଅନୁଷ୍ଠିତ ହେବ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ତାଙ୍କର ନାନ୍ଦେଡ଼ ଗସ୍ତକୁ ବାତିଲ କରିଛନ୍ତି।

ରାଜ୍ୟ ମନ୍ତ୍ରୀମଣ୍ଡଳ ବିସ୍ତାର (Maharashtra Cabinet Expansion) ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜଣେ ବିଜେପି (BJP) ନେତା ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ କ୍ୟାବିନେଟ ସମ୍ପ୍ରସାରଣ ପରେ ମଙ୍ଗଳବାର ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ (Maharashtra Assembly Monsoon session) ଅଗଷ୍ଟ ୧୦ ତାରିଖରୁ ୧୮ ଅଗଷ୍ଟ ମଧ୍ୟରେ ଡକାଯିବ। ଅଗଷ୍ଟ ୧୫ ତାରିଖ ପୂର୍ବରୁ କ୍ୟାବିନେଟର ସମ୍ପ୍ରସାରଣ ହେବ। ବିଜେପି ନେତା ତଥା ବର୍ତ୍ତମାନର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ (Maharashtra Deputy Chief Minister) ଦେବେନ୍ଦ୍ର ଫଡନାଭୀସଙ୍କୁ (BJP Leader Devendra Fadnavis) ଗୃହ ବିଭାଗ ଦାୟିତ୍ୱ ମିଳିପାରେ। କ୍ୟାବିନେଟ ବିସ୍ତାରରେ ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କୁ ଅନ୍ତର୍ଭୂକ୍ତ କରାଯିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ବିଗତ ଏକ ମାସ ମଧ୍ୟରେ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ କ୍ୟାବିନେଟ ସମ୍ପ୍ରସାରଣ ବାବଦରେ ଆଲୋଚନା କରିଛନ୍ତି।

Also Read: Maharashtra Politics: କ୍ୟାବିନେଟ ସମ୍ପ୍ରସାରଣ ଉପରେ ଲାଗିଲା ଗ୍ରହଣ

ସରକାରୀ ସୂତ୍ର ଅନୁଯାୟୀ ସୁପ୍ରିମକୋର୍ଟ (Supremecourt) ଦ୍ୱାରା ଓବିସି ସଂରକ୍ଷଣ ପ୍ରସଙ୍ଗରେ (OBC Reservation Issue) ଶୁଣାଣି ହେତୁ ରାଜ୍ୟରେ ନଗର ନିଗମ ନିର୍ବାଚନ ବିଳମ୍ବିତ ହୋଇଛି। ହେଲେ ଅଦାଲତରୁ ସ୍ପଷ୍ଟୀକରଣ ମିଳିବା ପରେ ଅକ୍ଟୋବରରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ପ୍ରାୟ ୨ ଦିନ ପୂର୍ବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଏହା ସ୍ପଷ୍ଟ କରିଛନ୍ତି ଯେ କ୍ୟାବିନେଟ ବିସ୍ତାରରେ ବିଳମ୍ବ ହେତୁ ରାଜ୍ୟ ସରକାରଙ୍କ କାର୍ଯ୍ୟ କୌଣସି ପ୍ରକାରେ ପ୍ରଭାବିତ ହୋଇନାହିଁ। ଖୁବ୍ ଶୀଘ୍ର ଅଧିକ ମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ।

Also Read: Maharashtra Cabinet Expansion: ସାମ୍ନାକୁ ଆସିଲା ସମ୍ଭାବିତ ମନ୍ତ୍ରୀ ତାଲିକା, ତାଲିକାରୁ ବାଦ ପଡି଼ଲେ ବରିଷ୍ଠ ବିଧାୟକ

ଶିବସେନା ବିଧାୟକ ଦଳରେ (Shiv Sena Legislature Party) ହୋଇଥିବା ବିଦ୍ରୋହ କାରଣରୁ ଦଳର ମୁଖ୍ୟ ଉଦ୍ଧବ ଠାକେରଙ୍କ (Shiv Sena Chief Uddhav Thackeray) ନେତୃତ୍ୱାଧିନ ମହବିକାଶ ଅଘାଡ଼ି ସରକାର (Maha Vikas Aghadi Government) ଗାଦିଚ୍ୟୁତ ହେବା ପରେ ବିଜେପି ସମର୍ଥନରେ ମହାରାଷ୍ଟ୍ର ସରକାରରେ ଗଠନ କରିଥିଲେ ଏକନାଥ ସିନ୍ଦେ। ସେ ଜୁନ ୩୦ ତାରିଖରେ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେବେଠାରୁ ମହାରାଷ୍ଟ୍ର ସରକାର କେବଳ ଦୁଇ ଜଣିଆ କ୍ୟାବିନେଟ ସହିତ କାର୍ଯ୍ୟ କରିଆସୁଛନ୍ତି। ବିରୋଧି ଦଳ ଏନସିପି ଏବଂ ଶିବସେନା ରାଜ୍ୟ କ୍ୟାବିନେଟ ବିସ୍ତାର ପ୍ରସଙ୍ଗରେ ସିନ୍ଦେ ସରକାରଙ୍କୁ (Shinde Government) ଟାର୍ଗେଟ କରିଛନ୍ତି।