ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ
Advertisement
Article Detail0/zeeodisha/odisha1258522

ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ

Maharashtra Politics: ମହାରାଷ୍ଟ୍ରର ଔରଙ୍ଗାବାଦ (Aurangabad) ଓ ଓସମାନାବାଦ (Osmanabad) ର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ଠାକରେ ସରକାର (Uddhav Thackeray government) ଙ୍କ ନିଷ୍ପତ୍ତିକୁ ବର୍ତ୍ତମାନ ସିନ୍ଦେ ସରକାର (Eknath Shinde government) ପଲଟି ଦେଇଛନ୍ତି । ଏହା ପୂର୍ବରୁ ଉଦ୍ଧବ ସରକାର ଔରଙ୍ଗାବାଦର ନାମ ପରିବର୍ତ୍ତନ

ଔରଙ୍ଗଜେବ ଆପଣଙ୍କ ସମ୍ପର୍କୀୟ କେବେଠୁ ହେଲେ? ଜାଣନ୍ତୁ ସିନ୍ଦେ ସରକାର ଉପରେ କାହିଁକି ବର୍ଷିଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: Maharashtra Politics: ମହାରାଷ୍ଟ୍ରର ଔରଙ୍ଗାବାଦ (Aurangabad) ଓ ଓସମାନାବାଦ (Osmanabad) ର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ଠାକରେ ସରକାର (Uddhav Thackeray government) ଙ୍କ ନିଷ୍ପତ୍ତିକୁ ବର୍ତ୍ତମାନ ସିନ୍ଦେ ସରକାର (Eknath Shinde government) ପଲଟି ଦେଇଛନ୍ତି । ଏହା ପୂର୍ବରୁ ଉଦ୍ଧବ ସରକାର ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ୱାଜୀ ନଗର ଓ ଓସମାନାବାଦର ଧାରାଶିବ କରିବାର ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସିନ୍ଦେ ସରକାର କହିଛନ୍ତି ଯେ, ଏହା ପାଇଁ ପ୍ରକ୍ରିୟା ପାଳନ କରାଯାଇନଥିଲା ଓ ଏହାକୁ ପୁଣି ଥରେ କ୍ୟାବିନେଟରେ ପାରିତ କରିବାକୁ ପଡ଼ିବ । ବର୍ତ୍ତମାନ ନାମ ପରିବର୍ତ୍ତନ ନିଷ୍ପତ୍ତି ସ୍ଥଗିତ ରଖିଥିବାରୁ ଉଦ୍ଧବ ଠାକରେ ଗୋଷ୍ଠୀ ଏକନାଥ ସିନ୍ଦେ ସରକାର ଉପରେ ବର୍ଷିଛନ୍ତି । ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କଟାକ୍ଷ କରି ପ୍ରଶ୍ନ କରିବା ଅନ୍ଦାଜରେ କହିଛନ୍ତି ଯେ, ଔରଙ୍ଗଜେବ ଆପଣଙ୍କ କେବେଠାରୁ ସମ୍ପର୍କୀୟ ହେଲେ?

ଦୁଇ ଦିନିଆ ବିଦର୍ଭ ଗସ୍ତରେ ଯାଇଥିବା ସଞ୍ଜୟ ରାଉତ ନାଗପୁରରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ହିନ୍ଦୁତ୍ୱ ପ୍ରସଙ୍ଗରେ ସରକାର ଗଠନ କରିଥିବା ଲୋକମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସରକାର ମହାରାଷ୍ଟ୍ର ବିରୋଧୀ । ସେଥିପାଇଁ ଔରଙ୍ଗାବାଦ ଓ ଓସମାନାବାଦର ନାମ ପରିବର୍ତ୍ତନ କରିବାର ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ହିନ୍ଦୁ ନେତା ଡିବି ପାଟିଲଙ୍କ ନାମରେ ନାମିତ ନଭି ମୁମ୍ବାଇ ବିମାନବନ୍ଦରର ନାମ ପରିବର୍ତ୍ତନ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଛି । ସଞ୍ଜୟ ରାଉତ କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ହାତରେ କିଛି ନାହିଁ । ଦେବେନ୍ଦ୍ର ଫଡନାଭିସ୍ ସରକାର ଚଳାଉଛନ୍ତି । ବୁଲେଟ୍ ଟ୍ରେନ୍ ଭଳି ନିଷ୍ପତ୍ତି ବୁଝି ହେଉଛି, କିନ୍ତୁ ଏହା ଭୁଲ ।

କେବଳ ଏତିକି ନୁହେଁ ସଞ୍ଜୟ ରାଉତ କହିଛନ୍ତି ଯେ, "ଏହି ସରକାର ଉପରେ ସୁପ୍ରିମକୋର୍ଟର ଖଣ୍ଡା ଝୁଲୁଛି । ଏକନାଥ ସିନ୍ଦେ ଗୋଷ୍ଠୀ ତରଫରୁ ତାଙ୍କ ଉପରେ କରିଥିବା ଆକ୍ରମଣର ଜବାବ ମଧ୍ୟ ସେ ଦେଇଛନ୍ତି । ରାଉତ କହିଛନ୍ତି ଯେ, ମୁଁ ଶିବସେନାର ମାଲିକ କି? ଶିବସେନା ବାଲାସାହେବ ଠାକରେଙ୍କର । ଲକ୍ଷ ଲକ୍ଷ ଶିବ ସୈନିକ ବାଲାସାହେବ ଠାକରେଙ୍କ ଶିବସେନା ପାଇଁ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଯଦି ବାଲାସାହେବ ଠାକରେଙ୍କ ଶିବସେନା ସହ ରହିବା ଶିବସେନାର ଅନ୍ତ ବୋଲି କୁହାଯାଉଛି, ତେବେ ବିଶ୍ୱସ୍ତତାର ସଂଜ୍ଞା ପରିବର୍ତ୍ତନ କରିବାକୁ ପଡିବ ।" 

ଏହା ବି ପଢ଼ନ୍ତୁ:-ଏଣିକି ସଂସଦରେ ମଧ୍ୟ ବିରୋଧ ପ୍ରଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ!

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଝଟକା! ସିନ୍ଦେ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ନେଇ ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା, ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ

ସେପଟେ ସଂସଦର ଶବ୍ଦର ମର୍ଯ୍ୟାଦା ସ୍ଥିର କରିବା ଉପରେ ସଞ୍ଜୟ ରାଉତ ମଧ୍ୟ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ସଂସଦରେ ଆମ ହାତ ଓ ପାଦ ବାନ୍ଧି ଆମ ମୁହଁରେ ଅଠା ଲଗାଇବାକୁ ପଡ଼ିବ ।