ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ
Advertisement

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ

Maharashtra Politics: ଗତ କିଛି ଦିନ ହେବ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଧାୟକଙ୍କ ଅଯୋଗ୍ୟତା ମାମଲା କୋର୍ଟରେ ପହଞ୍ଚିଥିଲା । ଏହି ସମୟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ଓ ପରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଛନ୍ତି ।

ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ

ନୂଆଦିଲ୍ଲୀ: Maharashtra Politics: ମହାରାଷ୍ଟ୍ରର ୧୬ ବିଦ୍ରୋହୀ ଶିବସେନା ବିଧାୟକ (Shiv Sena Rebel MLA) ଙ୍କ ଅଯୋଗ୍ୟତା ମାମଲା ଉପରେ ସୁପ୍ରିମକୋର୍ଟ (Supreme Court) ବର୍ତ୍ତମାନ ଶୁଣାଣି ସ୍ଥଗିତ ରଖିଛନ୍ତି । ଏହି ସମୟରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଭେକର (Rahul Narvekar) ଙ୍କୁ କହିଛନ୍ତି ଯେ ସେ ଏହି ମାମଲାରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନ ନିଅନ୍ତୁ ।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଏନଭି ରମନ୍ନା କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଅନେକ ପିଟିସନ ଦାଖଲ ହୋଇଥିବାରୁ ଏହି ମାମଲାର ଶୁଣାଣି ପାଇଁ ସାମ୍ବିଧାନିକ ଖଣ୍ଡପୀଠର ଆବଶ୍ୟକତା ରହିଛି । ତେଣୁ ଏହି ମାମଲା ତାଲିକାଭୁକ୍ତ କରିବାକୁ ସମୟ ଲାଗିବ । ଗତ କିଛି ଦିନ ହେବ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଧାୟକଙ୍କ ଅଯୋଗ୍ୟତା ମାମଲା କୋର୍ଟରେ ପହଞ୍ଚିଥିଲା ।

ଏହି ସମୟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଇସ୍ତଫା ଦେଇଥିଲେ ଓ ପରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଛନ୍ତି । ପ୍ରଥମ ଅଯୋଗ୍ୟତା ମାମଲା ବିଦ୍ରୋହୀ ଶିବସେନା ଗୋଷ୍ଠୀର କିଛି ବିଧାୟକଙ୍କ ସହ ଜଡିତ ଥିଲା, ଯେଉଁମାନଙ୍କୁ ଉପବାଚସ୍ପତି ନୋଟିସ୍ ପ୍ରଦାନ କରିଥିଲେ । କାରଣ ସେହି ସମୟରେ ବାଚସ୍ପତିଙ୍କ ସ୍ଥାନ ଖାଲି ଥିଲା । ଏହି ନୋଟିସକୁ ସିନ୍ଦେ ଗୋଷ୍ଠୀ ପକ୍ଷରୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ଉପରେ ଶୁଣାଣି ଜୁଲାଇ ୧୧ ରେ ଧାର୍ଯ୍ୟ କରାଯାଇଥିଲା ।

ଏହି ସମୟରେ ଏକନାଥ ସିନ୍ଦେ ସରକାର ଗଠନ ପରେ ବିଜେପିର ରାହୁଲ ନର୍ଭେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସ୍ଥିତି ବଦଳିଗଲା ଓ ହ୍ୱିପ୍ ସତ୍ତ୍ୱେ ଯେତେବେଳେ ଉଦ୍ଧବ ଗୋଷ୍ଠୀର ବିଧାୟକମାନେ ସିନ୍ଦେଙ୍କୁ ଭୋଟ୍ ନ ଦେଲେ, ସେତେବେଳେ ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା ।

ଏହା ପରେ ଉଦ୍ଧବ ଗୋଷ୍ଠୀ ମଧ୍ୟ ସୁପ୍ରିମକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରିଥିଲେ । ଏହାର ଶୁଣାଣି ତାରିଖ ମଧ୍ୟ ଜୁଲାଇ ୧୧ରେ ରଖାଯାଇଥିଲା । ଏହି ସମୟରେ ଏକନାଥ ସିନ୍ଦେଙ୍କ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିସାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ସିଞ୍ଜୋ ଆବେଙ୍କ ସପକ୍ଷରେ ଚାଲିଲା ସହାନୁଭୂତି ଲହର, ତାଙ୍କ ଦଳକୁ ମିଳିଲା ନିର୍ବାଚନରେ ବୃହତ ବିଜୟ

ଏହା ବି ପଢ଼ନ୍ତୁ:-ଠାକରେ ନା ସିନ୍ଦେ, କାହାର ହେବ ଶିବସେନା? ସୁପ୍ରିମକୋର୍ଟ ଆଜି ସ୍ଥିର କରିବେ ଏକନାଥ ସରକାରଙ୍କ ଭବିଷ୍ୟତ

ଏହା ବି ପଢ଼ନ୍ତୁ:-ଶ୍ରୀଲଙ୍କାକୁ ପଠାଯିବ ଭାରତୀୟ ସେନା? ହାଇ କମିଶନ ଜାରି କଲେ ବୟାନ

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ଘଟଣାକ୍ରମ ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଅନେକ ଶିବସେନା ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ଗୁଜୁରାଟର ସୁରଟକୁ ଯାଇ ଆସାମର ଗୁଆହାଟୀରେ ପହଞ୍ଚିଥିଲେ । ଅନେକ ଦିନର ଉତ୍ତେଜନା ପରେ ଯେତେବେଳେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଥିଲେ ସେତେବେଳେ ସେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳି ନଥିଲା ।

ଏହା ପରେ ସେ ଇସ୍ତଫା ଦେଇଥିଲେ । ତା’ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ ।