ମମତା ବାନାର୍ଜୀ ଛାଡ଼ିବେ ରାଜନୀତି!
Advertisement
Article Detail0/zeeodisha/odisha1326863

ମମତା ବାନାର୍ଜୀ ଛାଡ଼ିବେ ରାଜନୀତି!

Mamata Banerjee: ଦୀର୍ଘ ସମୟ ଧରି ମମତା ବାନାର୍ଜୀ ତୃତୀୟ ମୋର୍ଚ୍ଚା ଗଠନ ପାଇଁ ପ୍ରୟାସ କରିଆସୁଛି । ଯେଉଁଥିରେ କଂଗ୍ରେସ ସାମିଲ ରହିବ ନାହିଁ । ଏହା ଅନ୍ତର୍ଗତ ବିଗତ ଦିନରେ ସେ ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ସମେତ ଅନେକ ଦଳର ନେତାଙ୍କ ସହ ସାକ୍ଷାତ କରିଥିଲେ । କିନ୍ତୁ...

ମମତା ବାନାର୍ଜୀ ଛାଡ଼ିବେ ରାଜନୀତି!

କୋଲକାତା: Mamata Banerjee: ରାଜନୀତି ଛାଡ଼ିବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (West Bengal CM) ମମତା ବାନାର୍ଜୀ (Mamata Banerjee)? ୨୦୨୪ ଲୋକସଭା ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ହେବ କି? ଦିଦି ପଶ୍ଚିମବଙ୍ଗ ଛାଡ଼ି ଦିଲ୍ଲୀ ଗାଦି ଦଖଲ ପାଇଁ ଯୋଜନା କରୁଛନ୍ତି କି? ବିଗତ ଦିନରେ ମମତା ବାନାର୍ଜୀଙ୍କ ଏକ ବୟାନ ପରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି । ପଶ୍ଚିମବଙ୍ଗ ସିଏମ ସୋମବାର କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି (BJP) କୁ ୨୦୨୪ରେ (Lok Sabha Election 2024) କେନ୍ଦ୍ରର କ୍ଷମତାରୁ ହଟାଇବା ତାଙ୍କର ଶେଷ ଲଢ଼େଇ ହେବ । ବିଶେଷ କଥା ହେଉଛି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଦିଦିଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ରେକର୍ଡ ବିଜୟ ହାସଲ କରିଥିଲା । ଅନ୍ୟପଟେ ବିଜେପିକୁ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟର ବିଧାନସଭା ନିର୍ବାଚନରେ ୭୭ଟି ଆସନରେ ବିଜୟ ମିଳିଥିଲା ।

୬୭ ବର୍ଷୀୟ ଟିମସି ମୁଖିଆ (TMC Chief) ମମତା ବାନାର୍ଜୀ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, "୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ରେ ​​ବିଜେପି (BJP) କୁ ପରାସ୍ତ କରିବାକୁ ହେବ । ବିଜେପିକୁ କେନ୍ଦ୍ରର କ୍ଷମତାରୁ ହଟାଇବା ପାଇଁ ଦିଲ୍ଲୀର ଲଢେଇ ମୋର ଶେଷ ଲଢ଼େଇ ହେବ । ମୁଁ ବିଜେପିକୁ କ୍ଷମତାରୁ ହଟାଇବାକୁ ପ୍ରତିଶୃତି ଦେଉଛି । ବିଜେପିକୁ ଯେକୌଣସି ମୂଲ୍ୟରେ ପରାସ୍ତ କରିବାକୁ ପଡ଼ିବ ।"

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗକୁ କହିଛନ୍ତି ଯେ, "ପଶ୍ଚିମବଙ୍ଗକୁ ବଞ୍ଚାଇବା ହେଉଛି ଆମର ପ୍ରଥମ ଲଢ଼େଇ । ମୁଁ ପ୍ରତିଶୃତି ଦେଉଛି ଯେ ଆମେ ୨୦୨୪ରେ କେନ୍ଦ୍ରର କ୍ଷମତାରୁ ବିଜେପିକୁ ହଟାଇବୁ । ଯଦି ଆପଣ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରିବେ, ତେବେ ଆମେ ଜବାବ ଦେବୁ ।" ଏହାସହ ସେ ୧୯୮୪ରେ ୪୦୦ରୁ ଅଧିକ ଆସନ ଜିତିବା ସତ୍ତ୍ୱେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରାଜୟ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯ, "ସମସ୍ତଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥାଏ । ଇନ୍ଦିରା ଗାନ୍ଧୀ ଜଣେ ବଡ଼ ନେତ୍ରୀ ଥିଲେ, କିନ୍ତୁ ତାଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି । ବିଜେପି ପାଖରେ ପାଖାପାଖି ୩୦୦ ସାଂସଦ ଅଛନ୍ତି, କିନ୍ତୁ ବିହାର ହାତରୁ ଚାଲିଗଲାଣି, ଅନ୍ୟ କେତେକ ରାଜ୍ୟ ମଧ୍ୟ ତାଙ୍କ ହାତରୁ ଯିବ ।"

ସେପଟେ ଭାରତୀୟ ଜନତା ପାର୍ଟି (BJP) ମମତା ବାନାର୍ଜୀଙ୍କ 'ଶେଷ ଲଢ଼େଇ'ର ଟିପ୍ପଣୀ ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛି ଓ କହିଛି ସତରେ କି ଦିଦି ଲୋକସଭା ନିର୍ବାଚନ ପରେ ରାଜନୀତିରୁ ଅବସର ନେବେ । ବିଜେପି ମୁଖପାତ୍ର ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ତାଙ୍କୁ ସ୍ପଷ୍ଟ କରିବାର ଆବଶ୍ୟକତା ରହିଛି କି ସେ ୨୦୨୪ ଲୋକସଭା ନିର୍ବାଚନ ପରେ ଅବସର ନେବେ କି ନାହିଁ । 

ଏହା ବି ପଢ଼ନ୍ତୁ:-ଦିଦିଙ୍କ ରାସ୍ତାରେ ନୀତିଶ କୁମାର! କେନ୍ଦ୍ରୀୟ ଏଜେନ୍ସିକୁ ନେଇ ମହାମେଣ୍ଟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ କେସିଆର, ଟିଆରଏସର ଏହା ହେଉଛି ମାଷ୍ଟର ପ୍ଲାନ୍

ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ଏହି ବ୍ୟକ୍ତି ରହିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ତା'ପରେ ଏହି ଓଡ଼ିଆ ନେତା ସମ୍ଭାଳିବେ ଗେରୁଆ ଦଳର କମାଣ!

ଏଠାରେ କହି ରଖୁଛୁ ଯେ, ଦୀର୍ଘ ସମୟ ଧରି ମମତା ବାନାର୍ଜୀ ତୃତୀୟ ମୋର୍ଚ୍ଚା ଗଠନ ପାଇଁ ପ୍ରୟାସ କରିଆସୁଛି । ଯେଉଁଥିରେ କଂଗ୍ରେସ ସାମିଲ ରହିବ ନାହିଁ । ଏହା ଅନ୍ତର୍ଗତ ବିଗତ ଦିନରେ ସେ ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ସମେତ ଅନେକ ଦଳର ନେତାଙ୍କ ସହ ସାକ୍ଷାତ କରିଥିଲେ । କିନ୍ତୁ ଦିଦିଙ୍କୁ ସବୁଠାରୁ ବଡ଼ ଝଟକା ଏନସିପି ମୁଖିଆ ଦେଇଥିଲେ । ଶରଦ ପାୱାର କହିଥିଲେ ଯେ, ବିଜେପି ବିରୋଧୀ ଲଢ଼େଇରେ କଂଗ୍ରେସ ବିନା କୌଣସି ମେଣ୍ଟ ସମ୍ଭବ ନୁହେଁ । ଏହାସହ ମମତା ବାନାର୍ଜୀଙ୍କ ଦଳ ଟିଏମସି ପ୍ରଥମ ଥର ପାଇଁ ଗୋଆରେ ନିର୍ବାଚନ ଲଢ଼ିଥିଲା । ଅବଶ୍ୟ ଏହି ନିର୍ବାଚନରେ ଦଳକୁ ସଫଳତା ମିଳିନାହିଁ । କଳ୍ପନାଜଳ୍ପନା ଚାଲିଛି ଯେ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ସାମିଲ ଅଛନ୍ତି ।