ଖବର ଏହା ମଧ୍ୟ ରହିଛି ଯେ ମନସୁଖ ଭସାଭା ଲୋକସଭାର ସଦସ୍ୟତାରୁ ବି ଇସ୍ତଫା ଦେବେ । ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ ମନସୁଖ ଭସାଭା (Mansukh Vasava) କହିଛନ୍ତି ଯେ ମୋର ଭୁଲରୁ ଦଳକୁ କ୍ଷତି ନପହଞ୍ଚୁ ତେଣୁ ମୁଁ ଇସ୍ତଫା ଦେଉଛି ।
Trending Photos
ନୂଆଦିଲ୍ଲୀ: ବିଜେପି (BJP) କୁ ବଡ଼ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ଗୃହ ରାଜ୍ୟ ଗୁଜରାଟର ଭରୁଚରୁ ସାଂସଦ ମନସୁଖ ଭସାଭା (Mansukh Vasava) ଦଳରୁ ଇସ୍ତଫା ଦେଇଛନ୍ତି । ମନସୁଖ ଭସାଭା ତାଙ୍କ ଇସ୍ତଫା ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କ ନିକଟକୁ ପଠାଇଛନ୍ତି ।
ଅଧିକ ପଢ଼ନ୍ତୁ:-ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍
ତେବେ ଖବର ଏହା ମଧ୍ୟ ରହିଛି ଯେ ମନସୁଖ ଭସାଭା ଲୋକସଭାର ସଦସ୍ୟତାରୁ ବି ଇସ୍ତଫା ଦେବେ । ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ ମନସୁଖ ଭସାଭା କହିଛନ୍ତି ଯେ ମୋର ଭୁଲରୁ ଦଳକୁ କ୍ଷତି ନପହଞ୍ଚୁ ତେଣୁ ମୁଁ ଇସ୍ତଫା ଦେଉଛି ।
ଅଧିକ ପଢ଼ନ୍ତୁ:-'ମୋ ପାଖରେ ଅଛି ବିଜେପିର ଫାଇଲ, ଏଥିରେ ରହିଛି ୧୨୧ ଜଣଙ୍କ ନାଁ'
ଆପଣଙ୍କୁ କହିରଖୁଛୁ ଯେ, ମନସୁଖ ଭାଇ ଭସାଭାଙ୍କୁ ବିଜେପିର ବଡ଼ ନେତାଙ୍କ ମଧ୍ୟରେ ଗଣାଯାଉଥିଲା । ସେ ୬ ଥର ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଛନ୍ତି । ସେ ଗତ ମୋଦି ସରକାରରେ ରାଜ୍ୟ ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ । କିନ୍ତୁ ଗତ କିଛି ଦିନ ହେବ ଦଳର କାର୍ଯ୍ୟକଳାପକୁ ନେଇ ସେ ଅସନ୍ତୁଷ୍ଟ ମନେ ହେଉଥିଲେ ।