Modi Visit Odisha : ରାଜ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ ପ୍ରଚାର, ଜାଣିନିଅନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂରା କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2243159

Modi Visit Odisha : ରାଜ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ ପ୍ରଚାର, ଜାଣିନିଅନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଆଜି ଗତକାଲି ଶୁକ୍ରବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ହାଇଭୋଲଟେଜ ରୋଡ଼ ଶୋ କରିବା ସହିତ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ଶନିବାର ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଜୋରଦାର ହାଇଭୋଲଟେଜରେ ପ୍ରଚାର କରିବେ। ଏ

Modi Visit Odisha : ରାଜ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ହାଇଭୋଲଟେଜ ପ୍ରଚାର, ଜାଣିନିଅନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂରା କାର୍ଯ୍ୟକ୍ରମ

Modi Visit Odisha : ଭୁବନେଶ୍ୱର: ଦୁଇ ଦିନିଆ ଗସ୍ତରେ ଆଜି ଗତକାଲି ଶୁକ୍ରବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ହାଇଭୋଲଟେଜ ରୋଡ଼ ଶୋ କରିବା ସହିତ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ଶନିବାର ଫୁଲବାଣୀ, ବଲାଙ୍ଗୀର ଓ ବରଗଡ଼ରେ ଜୋରଦାର ହାଇଭୋଲଟେଜରେ ପ୍ରଚାର କରିବେ। ଏହି ତିନି ଜିଲ୍ଲାରେ ଜନ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳ ସାଢେ ୮ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ରହିଛି। 

ସକାଳ ସାଢେ ୮ଟାରୁ ବାହାରି ପ୍ରଥମେ କନ୍ଧମାଳ ଗସ୍ତ କରିବେ। ସେଠାରେ ଦିନ ସାଢେ ୧୦ଟାରେ କନ୍ଧମାଳରେ ପହଞ୍ଚିବେ। ସେଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ସେଠାରୁ ବାହାରି ହେଲିକପ୍ଟର ବଲାଙ୍ଗୀର ଅଭିମୁଖେ ଗସ୍ତ କରିବେ। ମୋଦୀ ଗସ୍ତକୁ ନେଇ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀରରୁ ବାହାରି ଶେଷରେ ବରଗଡ଼ ଗସ୍ତ କରିବେ। ଦିନ ପ୍ରାୟ ସାଢେ ଗୋଟାଏରେ ବରଗଡ଼ର ବିକାଶ ଗ୍ରାଉଣ୍ଡରେ ହେବାକୁ ଥିବା ଜନସମାବେଶକୁ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ ପିଏମ୍। ମୋଦିଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ NHରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।