ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?
Advertisement
Article Detail0/zeeodisha/odisha771552

ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?

MP Bypolls 2020: ଚଳିତ ବର୍ଷ ମାର୍ଚ୍ଚରେ ସିନ୍ଧିଆ (Jyotiraditya Scindia) କଂଗ୍ରେସ (Congress) ର ହାତ ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ । ମଧ୍ୟପ୍ରଦେଶର କମଲ ନାଥ ସରକାର (Kamal Nath Government) କୁ ଭାଙ୍ଗିବା ବଦଳରେ ବିଜେପି ସିନ୍ଧିଆଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିଥିଲା ।

ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?

ନୂଆଦିଲ୍ଲୀ: MP Bypolls 2020: ଏକଦା ସୋନିଆ (Sonia Gandhi) ଓ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଅତି ନିକଟତର ନେତାଙ୍କ ମଧ୍ୟରୁ ଅନ୍ୟତମ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କୁ ବିଜେପି (BJP)'ଠକି' ଦେଇ ନାହିଁ ତ ? ମଧ୍ୟପ୍ରଦେଶର ରାଜନୈତିକ ଏବଂ ପ୍ରଶାସନିକ ଗଳିରେ ଏହି ପ୍ରଶ୍ନ ଜୋରସୋରରେ ଉଠିବାରେ ଲାଗିଛି । ରାଜ୍ୟର ୨୮ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପରେ ସିନ୍ଧିଆଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବ । କିନ୍ତୁ ବର୍ତ୍ତମାନଠାରୁ ସିନ୍ଧିଆ ସମର୍ଥକଙ୍କ ଚିନ୍ତା, ନିଜ ରାଜନୈତିକ ଗୁରୁ ଓ ନିଜ ଭବିଷ୍ୟତକୁ ନେଇ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ବଡ଼ ଖବର! ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଚଳିତ ବର୍ଷ ମାର୍ଚ୍ଚରେ ସିନ୍ଧିଆ (Jyotiraditya Scindia) କଂଗ୍ରେସ (Congress) ର ହାତ ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ । ମଧ୍ୟପ୍ରଦେଶର କମଲ ନାଥ ସରକାର (Kamal Nath Government) କୁ ଭାଙ୍ଗିବା ବଦଳରେ ବିଜେପି ସିନ୍ଧିଆଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିଥିଲା ।

କମଲ ନାଥ ସରକାରରେ ମନ୍ତ୍ରୀ ଓ ବିଧାୟକ ପଦ ଛାଡ଼ି ଥିବା ବହୁ ସିନ୍ଧିଆ ସମର୍ଥକ ଶିବରାଜ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି । କଂଗ୍ରେସ ସହ ବିଶ୍ୱାସଘାତକତା କରି ବିଜେପି ସରକାର ଗଠନ କରିଥିବା କଂଗ୍ରେସର ସମସ୍ତ ପୂର୍ବତନ ବିଧାୟକଙ୍କୁ ମଧ୍ୟ ଉପନିର୍ବାଚନରେ ​​ବିଜେପି ଟିକେଟ୍ ଦେଇଛି ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ତେଜସ୍ୱୀଙ୍କ ଗଣିତ ନୀତିଶଙ୍କ ଉପରେ ପଡ଼ିବ ଭାରି

କଠିନ ପରିଶ୍ରମ କରୁଛନ୍ତି ସିନ୍ଧିଆ

ଉପନିର୍ବାଚନରେ ନିଜ ସମର୍ଥକଙ୍କୁ ଜିତାଇବା ପାଇଁ ସିନ୍ଧିଆ କଠିନ ପରିଶ୍ରମ କରୁଥିବାର ନଜରକୁ ଆସୁଛି । ମୋଟ ୨୮ଟି ଆସନ ମଧ୍ୟରୁ ୨୫ଟି ଆସନ ଅଛି ଯାହା କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ଖାଲି ପଡିଛି । ଅନ୍ୟପକ୍ଷେ ତିନୋଟି ଆସନ ଏପରି ଅଛି, ଯାହା ବିଧାୟକଙ୍କ ଅକାଳ ବିୟୋଗରେ ଖାଲି ପଡିଛି । ୨୦୧୮ ବିଧାନସଭା ନିର୍ବାଚନର ଫଳାଫଳରେ ଏହି ୨୮ଟି ଆସନ ମଧ୍ୟରୁ ୨୭ଟି କଂଗ୍ରେସ ଖାତାକୁ ଯାଇଥିବାବେଳେ ବିଜେପି ଶାଜାପୁର ଜିଲ୍ଲାର ଆଗର ବିଧାନସଭା ଆସନ ଜିତିଥିଲା ।

ପ୍ରଶ୍ନ ପଚାରୁଛନ୍ତି ଜନସାଧାରଣ

​​ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଦିଗବିଜୟ ସିଂଙ୍କ ଯୋଡ଼ି ଏବଂ ମଧ୍ୟପ୍ରଦେଶ କଂଗ୍ରେସ କମିଟି ଉପନିର୍ବାଚନରେ 'ବିଶ୍ୱାସଘାତକ ବା ଗଦ୍ଦାର କାର୍ଡ' ଜୋରଦାର ଖେଳୁଛନ୍ତି । ସମଗ୍ର ଉପନିର୍ବାଚନ 'ସ୍ଥାୟୀ ବନାମ ବିକ୍ରିୟ' ପ୍ରସଙ୍ଗର ଆଖପାଖ ରହିଛି । ସିନ୍ଧିଆ ଓ ତାଙ୍କ ସମର୍ଥକ, ବିଜେପି ପ୍ରାର୍ଥୀଙ୍କୁ ନିଜ ନିଜ ଅଞ୍ଚଳରେ କଂଗ୍ରେସ ସହ ବିଶ୍ୱାସଘାତକକୁ ନେଇ ଅନେକ ଜବାବ ଦେବାକୁ ପଡ଼ୁଛି । କଂଗ୍ରେସ କାହିଁକି ଛାଡିଲେ ? ଆପଣ କାହିଁକି ବିଜେପିକୁ ଆସିଲେ ? ପ୍ରାର୍ଥୀଙ୍କୁ ଏପରି ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି ।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଜେପିର 'ରଙ୍ଗ-ଢଙ୍ଗ' ସିନ୍ଧିଆ ସମର୍ଥକଙ୍କ ଚିନ୍ତା ବଢ଼ାଇ ଦେଇଛି । ଯେତେବେଳେ ବିଜେପିର ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଲା, ସିନ୍ଧିଆଙ୍କୁ ଦଶ ନମ୍ବରରେ ରଖାଯାଇଥିଲା । ସିନ୍ଧିଆଙ୍କ ଉପରେ ଅନେକ ବିଜେପିର ଏପରି ନେତା ଥିଲେ, ଯାହାଙ୍କ ସ୍ଥିତି ସିନ୍ଧିଆଠାରୁ ବହୁତ କମ୍ ରହିଛି ।

ଅଧିକ ପଢ଼ନ୍ତୁ:-ଆମେରିକା ଛାଡିବା କଥା କାହିଁକି କହୁଛନ୍ତି ଟ୍ରମ୍ପ?

ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପିର ରଥରେ ​ସିନ୍ଧିଆଙ୍କ ଚେହେରା ନଥିବା ସ୍ୱୟଂ ସିନ୍ଧିଆ ଓ ତାଙ୍କ ସମର୍ଥଙ୍କୁ ମଧ୍ୟ ପସନ୍ଦ ଆସି ନାହିଁ । ସିନ୍ଧିଆ କଂଗ୍ରେସର ପୋଷ୍ଟର ବୟ ଥିଲେ । ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ମଧ୍ୟ ସେ କଂଗ୍ରେସର ତାଲିକାରେ ଶୀର୍ଷ ସ୍ଥାନରେ ରହୁଥିଲେ ।

ବିଜେପିର ଷ୍ଟାର ପ୍ରଚାରଙ୍କ ତାଲିକାରେ ତଳକୁ ନାଁ ରହିବା ଓ ବ୍ୟାନର-ପୋଷ୍ଟରରୁ ଅଦୃଶ୍ୟ ହୋଇଯିବା 'ମହାରାଜା' ସମର୍ଥକମାନେ ହଜମ କରିପାରୁନାହାଁନ୍ତି । ଉପନିର୍ବାଚନରେ ​​ମୋଟ ୨୮ଟି ଆସନ ମଧ୍ୟରୁ ୧୬ଟି ଗ୍ୱାଲିଅର୍-ଚମ୍ବଲ୍ ଅଞ୍ଚଳରୁ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ​​ଏହି ସମସ୍ତ ଆସନ କଂଗ୍ରେସ ଜିତିଥିଲା । ସିନ୍ଧିଆ ବିଜୟର ମୁଖ୍ୟ କାରଣ ଥିଲେ । ସିନ୍ଧିଆ ଫ୍ୟାକ୍ଟର ଯୋଗୁଁ କମଲ ନାଥଙ୍କ ସରକାର ମଧ୍ୟ ଗଠନ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ଦିଦିଙ୍କ ରାସ୍ତାରେ ଉଦ୍ଧବ ! ଯାଞ୍ଚ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ଭି.ଡି ଶର୍ମାଙ୍କୁ ପଚରାଯାଇଥିଲା ଯେ, ସିନ୍ଧିଆଙ୍କ ଚେହେରା କାହିଁକି ବିଜେପିର ବ୍ୟାନର-ପୋଷ୍ଟରରୁ ହଜିଯାଇଛି, ଯାହାର ଉତ୍ତର କୌତୁହଳପୂର୍ଣ୍ଣ ଥିଲା । ଶର୍ମା କହିଛନ୍ତି ଯେ, ଆମ ଦଳର ପୋଷ୍ଟର-ବ୍ୟାନରରେ କିଏ ସ୍ଥାନ ପାଇବେ ଏବଂ କିଏ ନାହିଁ? ଏହି ସମସ୍ତ ଯୋଜନା ଏବଂ ନିୟମ ଅନୁଯାୟୀ ସ୍ଥିର ହୋଇଥାଏ । କୌଣସି ନେତାଙ୍କ ଚେହେରା ପୋଷ୍ଟରରେ ନ ରହିବା ଅର୍ଥ ସେହି ନେତାଙ୍କୁ ଅସମ୍ମାନ କରାଯାଉନାହିଁ ।