'ଗୋ-କ୍ୟାବିନେଟ୍' ଗଠନ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ସେ ଏକ କ୍ୟାବିନେଟ ବୈଠକ ମଧ୍ୟ ସ୍ଥିର କରିଛନ୍ତି । ସେ ଏ ବିଷୟରେ ଟ୍ୱିଟ୍ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଗୋ-ସୁରକ୍ଷା ପାଇଁ ବିଭାଗ କିମ୍ବା ମନ୍ତ୍ରଣାଳୟ ନୁହେଁ ଏକ ସମ୍ପୂର୍ଣ୍ଣ କ୍ୟାବିନେଟ୍ ରହିବ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଏହି ନିଷ୍ପତ୍ତିରୁ ଚକିତ ହୁଅନ୍ତୁ ନାହିଁ । ଏହି ନିଷ୍ପତ୍ତିରୁ ପ୍ରଶ୍ନ ଉଠିପାରେ, ଗାଈମାନଙ୍କର ଚିନ୍ତା ଏତେ ପରିମାଣରେ କାହିଁକି? ଗୋ-ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ପର୍ଯ୍ୟାପ୍ତ ନୁହେଁ କି? ଏଥିପାଇଁ ମଧ୍ୟପ୍ରଦେଶରେ ସମ୍ପୂର୍ଣ୍ଣ କ୍ୟାବିନେଟ୍ ଗଠନ ପାଇଁ ଘୋଷଣା କରାଯାଇଛି । ସେହି କ୍ୟାବିନେଟରେ ଅନେକ ବିଭାଗକୁ ସାମିଲ କରାଯାଇଛି ।
प्रदेश में गोधन संरक्षण व संवर्धन के लिए 'गौकैबिनेट' गठित करने का निर्णय लिया गया है।
पशुपालन, वन, पंचायत व ग्रामीण विकास, राजस्व, गृह और किसान कल्याण विभाग गौ कैबिनेट में शामिल होंगे।
पहली बैठक 22 नवंबर को गोपाष्टमी पर दोपहर 12 बजे गौ अभ्यारण, आगर मालवा में आयोजित की जाएगी।
— Shivraj Singh Chouhan (@ChouhanShivraj) November 18, 2020
'ଗୋ-କ୍ୟାବିନେଟ୍' ଗଠନ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ସେ ଏକ କ୍ୟାବିନେଟ ବୈଠକ ମଧ୍ୟ ସ୍ଥିର କରିଛନ୍ତି । ସେ ଏ ବିଷୟରେ ଟ୍ୱିଟ୍ କରିଛନ୍ତି ।
ଉଲ୍ଲେଖଥାଉ କି, ଗୋ-ସୁରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତିରୁ ଲାଗୁଛି ଯେ ମଧ୍ୟପ୍ରଦେଶରେ ଗାଈମାନଙ୍କ ପାଇଁ ଏକ ବଡ଼ ବିପଦ ରହିଛି । ଯଦିଓ ବିଜେପି କ୍ରମାଗତ ଭାବରେ ଗୋ-ସୁରକ୍ଷା ବିଷୟରେ କହୁଛି, କିନ୍ତୁ ଗୋ-ସୁରକ୍ଷା ନାମରେ ରାଜନୀତି କରୁଥିବା ଅଭିଯୋଗ ହୋଇଛି । ରାଜ୍ୟରେ ବିରୋଧୀ କଂଗ୍ରେସ ଶିବରାଜ ସରକାରଙ୍କୁ ଗୋ-ସୁରକ୍ଷା ପାଇଁ କିଛି ନକରିବା ଏବଂ ଭୋଟ୍ ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଛି ।
ରାଜ୍ୟରେ ଗାଈ ନାମରେ ଭୋଟ୍ ମିଳୁ କି ନାହିଁ, ଏହା କେବଳ ରାଜନୈତିକ ଦଳର ରାଜନୀତିରୁ ଜଣା ପଡ଼ିଥାଏ । ଯେତେବେଳେ ବିଜେପି କ୍ଷମତା ରହିଛି, ସେତେବେଳେ ସେ ଗୋ-ସୁରକ୍ଷା ବିଷୟରେ କହୁଛି । ସେହିପରି ଯେତେବେଳେ କଂଗ୍ରେସର କମଲ ନାଥ ସରକାର କ୍ଷମତାରେ ଥିଲେ, ସେ ମଧ୍ୟ ଗୋ-ସୁରକ୍ଷା ବିଷୟରେ କହୁଥିଲେ । କମଲ ନାଥ ସରକାର ରାଜ୍ୟରେ ଶହେ ସ୍ମାର୍ଟ ଗୋଶାଳା ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଏହିପରି ଗାଈଗୋରୁଗୁଡିକ ପାଇଁ ଗୃହ ନିର୍ମାଣ କରାଯାଉଥିଲା । ତଥାପି ଗାଈଗୋରୁମାନଙ୍କର ଅସୁବିଧା ଖବର ମଧ୍ୟ ଆସୁଥିଲା ।