ନୀତିଶ କୁମାରଙ୍କୁ ପୁଣି ଲାଗିଲା ଜୋରଦାର ଝଟକା! ଏଠାରେ ବିଜେପିରେ ଯୋଗ ଦେଲା ଜେଡିୟୁର ପୂରା ୟୁନିଟ
Advertisement
Article Detail0/zeeodisha/odisha1353051

ନୀତିଶ କୁମାରଙ୍କୁ ପୁଣି ଲାଗିଲା ଜୋରଦାର ଝଟକା! ଏଠାରେ ବିଜେପିରେ ଯୋଗ ଦେଲା ଜେଡିୟୁର ପୂରା ୟୁନିଟ

JDU: ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିହାରରେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ମିଶି ମହାମେଣ୍ଟର ସରକାର ଗଠନ କରିଥିଲେ । ଏହା ପରେ ନୀତିଶଙ୍କ ଦଳ ଜେଡିୟୁକୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି । ଏହାପୂର୍ବରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୬ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ଯୋଗ ଦେଇଥିଲେ । 

ନୀତିଶ କୁମାରଙ୍କୁ ପୁଣି ଲାଗିଲା ଜୋରଦାର ଝଟକା! ଏଠାରେ ବିଜେପିରେ ଯୋଗ ଦେଲା ଜେଡିୟୁର ପୂରା ୟୁନିଟ

ନୂଆଦିଲ୍ଲୀ: JDU: ଭାରତୀୟ ଜନତା ପାର୍ଟି (BJP) ପୁଣିଥରେ ଜନତା ଦଳ ୟୁନାଇଟେଡ (JDU) କୁ ଜୋରଦାର ଝଟକା ଦେଇଛି । ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କ ଦଳ ଜେଡିୟୁର ଦାମନ ଓ ଡିୟୁ ୟୁନିଟ୍ (Daman And Diu JDU  Unit) ଗେରୁଆ ଦଳରେ ମିଶିଛି । ବିଜେପି ତରଫରୁ ଟ୍ୱିଟ୍ କରି ଏହି ସୂଚନା ପ୍ରଦାନ କରାଯାଇଛି । ଦଳ ଟ୍ୱିଟ୍ କରି କହିଛି ଯେ, ଦାମନ ଓ ଡିୟୁର ଜେଡିୟୁର ୧୭ରୁ ୧୫ ଜିଲ୍ଲା ପଞ୍ଚାୟତ ସଦସ୍ୟ ବା ଜେଡିୟୁର ପୂରା ୟୁନିଟ୍ ସୋମବାର ବିଜେପିରେ ଯୋଗ ଦେଇଛନ୍ତି । ନୀତିଶ କୁମାରଙ୍କ ତରଫରୁ ବିହାରରେ ବିକାଶକୁ ତ୍ୱରାନ୍ୱିତ କରିଥିବା ବିଜେପିର ସାଥ୍ ଛାଡି ବାହୁବଲୀ, ଦୁର୍ନୀତିଗ୍ରସ୍ତ ତଥା ପରିବାରବାଦୀ ଦଳର ସାଥ୍ ଦେବାର ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।

ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ବିହାରରେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହ ମିଶି ମହାମେଣ୍ଟର ସରକାର ଗଠନ କରିଥିଲେ । ଏହା ପରେ ନୀତିଶଙ୍କ ଦଳ ଜେଡିୟୁକୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି । ଏହାପୂର୍ବରୁ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୬ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଜେପିରେ ଯୋଗ ଦେଇଥିଲେ । ଗୋଟିଏ ପଟେ ଜେଡିୟୁ ଏହାକୁ ଅସାମ୍ବିଧାନିକ ବୋଲି କହିଥିବାବେଳେ ବିଜେପି ସେହି ବିଧାୟକମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିଛି ।

ବିଜେପି ତରଫରୁ ମଣିପୁର ପୂର୍ବରୁ ଅରୁଣାଚଳ ପ୍ରଦେଶରେ ମଧ୍ୟ ଜେଡିୟୁକୁ ଜୋରଦାର ଝଟକା ଦିଆଯାଇଥିଲା । ଯେଉଁଠାରେ ଦଳର ଏକମାତ୍ର ବିଧାୟକ ତେକି କାସୋ ବିଜେପିରେ ଯୋଗ ଦେଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ​​ଜେଡିୟୁ ୧୫ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଥିଲା । ସେଥିମଧ୍ୟରୁ ଏହା ୭ଟି ଆସନ ଜିତିଥିଲା । ବିଜେପି ପରେ ସେ ରାଜ୍ୟର ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା । ତେବେ ୨୦୨୦ ମସିହାରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ:-କୁକୁର କାମୁଡିବା ସଙ୍ଗେ ସଙ୍ଗେ ଏହିପରି କରନ୍ତୁ ପ୍ରାଥମିକ ଚିକିତ୍ସା

ଅଧିକ ପଢ଼ନ୍ତୁ:-କଂଗ୍ରେସର ନୂଆ ଆକ୍ରାମକ ଅବତାର, ଏଣିକି ଆତ୍ମରକ୍ଷା ନୁହେଁ ପାଲଟା ଆକ୍ରମଣ କରୁଛି ଦଳ

ଅଧିକ ପଢ଼ନ୍ତୁ:-ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍

ବର୍ତ୍ତମାନ ଏହି ସବୁ ସେତେବେଳେ ଘଟୁଛି ଯେତେବେଳେ ବିହାରରେ ନୀତିଶ କୁମାର ଗୋଟିଏ ଝଟକାରେ ଏନଡିଏରୁ ଅଲଗା ହୋଇ ମହାମେଣ୍ଟ ସହିତ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେ ଯାହା ହେଉନା କାହିଁକି, ସେ ତାଙ୍କର ଗୋଟିଏ ଝଟକାରେ ବିଜେପିକୁ କ୍ଷମତାରୁ ବହିଷ୍କାର କରିଥିଲେ ଓ ନିଜ ସିଏମ୍ ଗାଦିକୁ ମଧ୍ୟ ରକ୍ଷା କରିଥିଲେ । ନୀତିଶ ପୁଣି ଥରେ ତେଜସ୍ୱୀ ଯାଦବଙ୍କ ସହ ହାତ ମିଳାଇଲେ ଓ ମୋଟ ୭ଟି ଦଳ ମିଳିତ ଭାବରେ ସରକାର ଗଠନ କଲେ । ନୂତନ ସରକାରକୁ ନେଇ ବିବାଦ ନିଶ୍ଚିତ ଭାବେ ଚାଲିଛି, ଅପରାଧି ମନ୍ତ୍ରୀକୁ ନେଇ ବିବାଦ ଲାଗି ରହିଛି । କିନ୍ତୁ ବିହାର ରାଜନୀତିରେ ନୀତିଶ-ତେଜସ୍ୱୀଙ୍କ ଏକାଠି ହେବା ବିଜେପିର ଚିନ୍ତାକୁ ବଢ଼ାଇଦେଇଛି । ଯେଉଁ ରାଜ୍ୟରେ ଗତ ଲୋକସଭା ନିର୍ବାଚନରେ ବିଜେପି ଜେଡିୟୁ ସହ ମିଶି ୩୯ଟି ଆସନ ଦଖଲ କରିଥିଲା, ୨୦୨୪ରେ ସେହି ପ୍ରଦର୍ଶନ ଦୋହରାଇବା ଏକ ଚ୍ୟାଲେଞ୍ଜ ହୋଇପାରେ ।