Nitish Kumar: ସେପଟେ ଉତ୍ତର ପ୍ରଦେଶର ଫୁଲପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସିଏମ ନୀତିଶ କୁମାର ନିଜର ନିରବତାକୁ ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ମୁଁ ଜାଣିଲି, ଏହା ବହୁତ ହାସ୍ୟାସ୍ପଦ ଥିଲା ।
Trending Photos
ପାଟନା: Nitish Kumar: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏବେବି ସମୟ ବାକି ରହିଛି । କିନ୍ତୁ ବର୍ତ୍ତମାନ ଲୋକସଭା ନିର୍ବାଚନ ୨୦୨୪ (Lok Sabha Elections 2024) କୁ ସାରା ଦେଶର ରାଜନୈତିକ ପାରା ବଢ଼ିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ପ୍ରୟାସରତ ଅଛନ୍ତି । ଏହି ସମୟରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (Opposition PM Candidate) ଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି । ବିରୋଧୀ ଦଳର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ତାଲିକାରେ ନୀତିଶ କୁମାରଙ୍କ ନାମ ମଧ୍ୟ ସାମିଲ ରହିଛି । ଏହି ସମୟରେ ନୀତିଶ କୁମାରଙ୍କ ଏକ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚେଷ୍ଟା କରୁଥିବା ନୀତିଶ କୁମାର ଖୁବ୍ ଶୀଘ୍ର ବିହାରର କ୍ଷମତାକୁ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା (RJD Leader) ତେଜସ୍ୱୀ ଯାଦବ (Tejashwi Yadav) ଙ୍କୁ ହସ୍ତାନ୍ତର କରିପାରନ୍ତି ।
ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି କିଛି ସଙ୍କେତ ଦେଇଛନ୍ତି । ତେଜସ୍ୱୀ ଯାଦବଙ୍କୁ ଇଙ୍ଗିତ କରି ବିହାର ସିଏମ କହିଛନ୍ତି ଯେ, ମୁଁ ନିଜ ପାଇଁ ନୁହେଁ ବରଂ ଲୋକଙ୍କ ପାଇଁ କାମ କରୁଛି । ସେମାନଙ୍କୁ ଆଗକୁ ବଢ଼ିବାରେ ଦେଖିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ରାଜନୀତିରେ ନୂତନ ପିଢ଼ିକୁ ଆଗକୁ ବଢ଼ାଇବାକୁ ତାଙ୍କର ଇଚ୍ଛା ରହିଛି । ପାଟନାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ସିଏମ ନୀତିଶ କୁମାର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, "ମୁଁ କେବଳ ଗୋଟିଏ ଜିନିଷ ପାଇଁ ଆଗ୍ରହୀ ଯେ ଅଧିକରୁ ଅଧିକ ଦଳ କିପରି ଏକଜୁଟ ହେବେ । ଯଦି ଅଧିକରୁ ଅଧିକ ଦଳ ଏକଜୁଟ ହେବେ । ତେବେ ୨୦୨୪ରେ ଆମେ ସଫଳତା ପାଇବୁ । ଏଥିପାଇଁ ଆମେ କାମ କରୁଛୁ । ନିଜ ପାଇଁ ଜମା ନୁହେଁ ।" ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପ୍ରତି ଇସାରା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ପାଇଁ ନୁହେଁ, ଆମକୁ ଏହିମାନଙ୍କୁ ଆଗକୁ ନେବାକୁ ପଡ଼ିବ । ଆମକୁ ସମସ୍ତଙ୍କ ପାଇଁ କାମ କରିବାକୁ ପଡ଼ିବ ଓ ଯୁବ ପିଢ଼ିକୁ ଆଗକୁ ବଢ଼ାଇବାକୁ ପଡିବ ।
ଅଧିକ ପଢ଼ନ୍ତୁ:-କାଶ୍ମୀରରେ ହେବ ବିଜେପି-ନ୍ୟାସନାଲ କନଫରେନ୍ସ ମଧ୍ୟରେ ମେଣ୍ଟ! ଉମରଙ୍କ ପରେ ଫାରୁକ୍ ଅବଦୁଲ୍ଲାଙ୍କ ବଦଳିଲା ସ୍ୱର
ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ଥିଲେ ରାଜୁ ଶ୍ରୀବାସ୍ତବ, ଜାଣନ୍ତୁ କ'ଣ ଥିଲା ତାଙ୍କର ପ୍ରକୃତ ନାମ
ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶର ଫୁଲପୁର ଆସନରୁ ନିର୍ବାଚନ ଲଢ଼ିବାକୁ ନେଇ ନୀତିଶ କୁମାରଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ...
ସେପଟେ ଉତ୍ତର ପ୍ରଦେଶର ଫୁଲପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସିଏମ ନୀତିଶ କୁମାର ନିଜର ନିରବତାକୁ ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ମୁଁ ଜାଣିଲି, ଏହା ବହୁତ ହାସ୍ୟାସ୍ପଦ ଥିଲା । କହୁଥିବା ଲୋକ ବହୁତ କିଛି କହନ୍ତି, ଏସବୁ ଅଯଥା କଥା । ମୋତେ ମଧ୍ୟ ଚକିତ କରିଥାଏ ଯେ ଆମର ଏହା ସହ କିଛି ସମ୍ପର୍କ ନାହିଁ । କିଏ କ’ଣ କହୁଛନ୍ତି ଆମେ ଧ୍ୟାନ ଦେଉନାହୁଁ । କେହି କେହି ସ୍ଥାନୀୟ ସ୍ତରରେ କିଛି କହିଥିବେ ନିଶ୍ଚୟ, ତେଣୁ ଏହି କଥା ଉଠିଛି । ସମର୍ଥକମାନେ କିଛି ବି କହି ଦିଅନ୍ତି କିନ୍ତୁ ଏହାର କୌଣସି ଅର୍ଥ ନାହିଁ । ମୋତେ କେବଳ ଦେଶର ପରିସ୍ଥିତିକୁ ସୁଦୃଢ଼ କରିବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବାକୁ ପଡ଼ିବ ।