ଓଡ଼ିଶାର ବିଧାୟକଙ୍କ ଉପରେ ମହଙ୍ଗା ମାଡ଼! ଦରମା ବଢ଼ାଇବାକୁ ଦାବି
Advertisement
Article Detail0/zeeodisha/odisha1281750

ଓଡ଼ିଶାର ବିଧାୟକଙ୍କ ଉପରେ ମହଙ୍ଗା ମାଡ଼! ଦରମା ବଢ଼ାଇବାକୁ ଦାବି

Odisha MLA Salary: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି (Taraprasad Bahinipati) ବିଜେପି ସଦସ୍ୟଙ୍କ ଦାବିକୁ ସମର୍ଥନ କରି ଦାବି କରିଛନ୍ତି ଯେ, ଓଡିଶା ବିଧାୟକଙ୍କଠାରୁ ଅନ୍ୟ ରାଜ୍ୟ ବିଧାୟକମାନେ ଅଧିକ ଦରମା ପାଉଛନ୍ତି ।

ଓଡ଼ିଶାର ବିଧାୟକଙ୍କ ଉପରେ ମହଙ୍ଗା ମାଡ଼! ଦରମା ବଢ଼ାଇବାକୁ ଦାବି

ଭୁବନେଶ୍ୱର: Odisha MLA Salary: ଓଡ଼ିଶା ବିଧାନସଭା ସଦସ୍ୟମାନେ (Odisha MLAs) ପାର୍ଟି ଲାଇନ ନିର୍ବିଶେଷରେ ସମସ୍ତ ଜରୁରୀ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସେମାନଙ୍କ ଦରମା ବୃଦ୍ଧି (MLA Salary Hike) କରିବାକୁ ଦାବି କରିଛନ୍ତି । ଶନିବାର ଅର୍ଥାତ ଜୁଲାଇ ୩୦ ଶୂନ୍ୟକାଳରେ ଗୃହର ପ୍ରକ୍ରିୟା ସମୟରେ ବିରୋଧୀ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ (Mohan Manjhi) କହିଛନ୍ତି ଯେ, ସେପ୍ଟେମ୍ବର ୧୩, ୨୦୧୭ରେ ବିଧାୟକଙ୍କ ଦରମା ଓ ଭ୍ରମଣ ଭତ୍ତା ବୃଦ୍ଧି କରାଯାଇଥିଲା । ଯେମିତି ଯେମିତି ବଜାରରେ ମୂଲ୍ୟ ବୃଦ୍ଧି ହୋଇଛି, ବିଧାୟକଙ୍କ ଦରମା ମଧ୍ୟ ସେହି ଅନୁଯାୟୀ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଛନ୍ତି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି (Taraprasad Bahinipati) ବିଜେପି ସଦସ୍ୟଙ୍କ ଦାବିକୁ ସମର୍ଥନ କରି ଦାବି କରିଛନ୍ତି ଯେ, ଓଡିଶା ବିଧାୟକଙ୍କଠାରୁ ଅନ୍ୟ ରାଜ୍ୟ ବିଧାୟକମାନେ ଅଧିକ ଦରମା ପାଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଧାୟକମାନେ ବହୁ ଗସ୍ତ କରନ୍ତି କିନ୍ତୁ ଏଭଳି ଖର୍ଚ୍ଚ ତୁଳନାରେ ସେମାନେ କମ୍ ପରିମାଣ ଅର୍ଥ ରାଶି ପାଆନ୍ତି । ପୂର୍ବତନ ବିଧାୟକମାନେ ପେନସନ ଭାବରେ ମାତ୍ର ୩୦,୦୦୦ ଟଙ୍କା ପାଉଛନ୍ତି, ଯାହା ମୁଦ୍ରାସ୍ଫୀତି ଦୃଷ୍ଟିରୁ ମଧ୍ୟ ବୃଦ୍ଧି କରାଯିବା ଉଚିତ ।

ଏହା ବି ପଢ଼ନ୍ତୁ:-ଖୁସି ଖବର: ଟ୍ରେନକୁ ନେଇ ବଡ଼ ଘୋଷଣା କଲେ ରେଳ ମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପି ଓ କଂଗ୍ରେସକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କୁ କିଏ ଦେଉଛନ୍ତି ଟକ୍କର, ଜାଣନ୍ତୁ ସବୁକିଛି

ଏହା ବି ପଢ଼ନ୍ତୁ:-ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ଓଡ଼ିଶାରେ ନବୀନଙ୍କ ଚାଲିବ ଯାଦୁ ନା ବିଜେପି ମାରିବ ବାଜି, ଜାଣନ୍ତୁ କାହାକୁ ମିଳିବ କେତେ ଆସନ

କଂଗ୍ରେସ ବିଧାୟକ ସୁର ରାଉତ ଦାବି କରିଛନ୍ତି ଯେ, ପୂର୍ବତନ ବିଧାୟକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ଓ ସେମାନଙ୍କ ମଧ୍ୟରୁ ଅନେକ ଉପଯୁକ୍ତ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ କହିଛନ୍ତି ଯେ ସରକାର ସେମାନଙ୍କ ଚିନ୍ତା ଓ ବର୍ତ୍ତମାନର ବିଧାୟକଙ୍କ ଅବସ୍ଥା ଉପରେ ମଧ୍ୟ ବିଚାର କରିବା ଉଚିତ ।

ଶାସକ ବିଜେଡି ବିଧାୟକ ଅମର ପ୍ରସାଦ ସତପଥୀ ଦାବି କରିଛନ୍ତି ଯେ, ବର୍ତ୍ତମାନର ଅନେକ ବିଧାୟକ ମଧ୍ୟ ଆର୍ଥିକ ପ୍ରତିବନ୍ଧକର ସାମ୍ନା କରୁଛନ୍ତି କିନ୍ତୁ କିଛି କହିବାକୁ ଅସମର୍ଥ । ସେ କହିଛନ୍ତି ଯେ ଦରମା, ଭ୍ରମଣ ଭତ୍ତା, ପେନସନ ଏବଂ ଚିକିତ୍ସା ଦେୟ ବୃଦ୍ଧି କରାଯିବା ଉଚିତ୍ । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଓଡିଶାରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି । ପାର୍ଟି ଲାଇନରୁ ହଟି ବିଧାୟକମାନେ ସେମାନଙ୍କ ଦରମାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଅରୁଖ ସେମାନଙ୍କ ଦାବି ଉପରେ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।
 
ରାଜ୍ୟ ସରକାର ପାଞ୍ଚ ବର୍ଷ ପୂର୍ବେ ବିଧାୟକ ଓ ମନ୍ତ୍ରୀଙ୍କ ଦରମାକୁ ପଚାଶ ପ୍ରତିଶତରୁ ଅଧିକ ବୃଦ୍ଧି କରି ପ୍ରତ୍ୟେକ ବିଧାୟକଙ୍କ ପାଇଁ ମାସିକ ୧ ଲକ୍ଷ ଟଙ୍କାର ପ୍ରାବଧାନ କରିଥିଲେ । ଶେଷ ବେତନ ସଂଶୋଧନ ୨୦୧୧ରେ କରାଯାଇଥିଲା ।