Odisha By Poll: ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
Advertisement
Article Detail0/zeeodisha/odisha1382013

Odisha By Poll: ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

Dhamnagar Bypoll 2022: ଧାମନଗର ଉପନିର୍ବାଚନ ଲାଗି ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ମତଦାନ। ନଭେମ୍ବର ୬ ତାରିଖରେ ପ୍ରକାଶ ପାଇବା ନିର୍ବାଚନ ପଳାଫଳ। 

 

Odisha By Poll: ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

Dhamnagar By Election 2022: ଓଡ଼ିଶା ରାଜନୀତିରେ ସାମ୍ପ୍ରତିକ ପରିସ୍ଥିତିରେ ଧାମ ନଗର ଉପନିର୍ବାଚନ ଏତ ଚର୍ଚ୍ଚାର କେନ୍ଦ୍ର ପାଲିଟିଛି। ପ୍ରତ୍ୟେକ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତିରେ ତତ୍ପରତା ଦେଖାଇ ଥିବା ବେଳେ ଧାମନଗର ଉପନିର୍ବାଚନ ପାଇଁ  ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଜିଲ୍ଲାର ଧାମନଗର ଆସନରେ (Dhamnagar Assembly Constituency) ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି (Model Code of Conduct) ଲାଗୁ  ହେବା ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କ (Bhadrak Collectorate) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆସନର ଦିବଂଗତ (Former MLA of Dhamnagar) ବିଧାୟକ ବିଷ୍ଣୁ ସେଠୀଙ୍କ (Bishnu Sethi) ଭଳି ଜଣ ଟାଣୁଆ ନେତାଙ୍କ ଦେହାନ୍ତ ପରେ ଧାମନଗର ନିର୍ବାଚନମଣ୍ଡଳୀର ପାଣିପାଗର ଉଷ୍ମତାକୁ ଆଦର୍ଶ ଆଚଚଣ ବିଧି ଲାଗୁ ହେବା ପରେ ରାଜନୈତିକ ସରଗରମ ବଢିଯାଇଛି।    

ପ୍ରକାଶ ଥାଉକି ଗତ ଅକ୍ଟଟୋବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ତାରିଖ ଘୋଷଣା କରିଥିଲେ। ଏତିସହିତ ନିର୍ବାଚନ ଲଢିବାକୁ ଯାଉଥିବା ପ୍ରାର୍ଥୀଙ୍କ ତଥ୍ୟାବଳୀ ଏହଂ ନାମାଙ୍କନ ସହିତ ଅନେକ ସୂଚନା ଦେଇଥିଲେ। ଏହି ସୂଚନା ଅନୁସାରେ ଏହି ଉପନିର୍ବାଚନ ଲାଗି ନିର୍ଦ୍ଦିଷ୍ଟ ଗ୍ୟାଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀମାନଙ୍କ ଦ୍ୱାରା ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ୧୪ ଅକ୍ଟୋବର। ସେହିପରି ୧୫ ଅକ୍ଟୋବରରେ ନାମାଙ୍କନ ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ୧୭ ଅକ୍ଟୋବର। 

ଧାମନଗର ଉପନିର୍ବାଚନ ଲାଗି ନଭେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ମତଦାନ। ନଭେମ୍ବର ୬ ତାରିଖରେ ପ୍ରକାଶ ପାଇବା ନିର୍ବାଚନ ପଳାଫଳ। ଆସନ୍ତା ୮ ନଭେମ୍ବର ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଧାମନଗର ନିର୍ବାଚନମଣ୍ଡଳୀ ରାଜନୈକି ଦଳ ପାଇଁ  ବିଶେଶତ୍ୱ ରଖିବାର କାରଣ ହେଲା ଏହି ଅସନର ଦିବଂଗତ ବିଧାୟକ ବିଷ୍ଣୁ ସେଠୀ ହେଉଛନ୍ତି  ଜଣାଶୁଣା ଟାମୁଆ ନେତା।  ବିଜେପିର ରାଷ୍ଟ୍ରୀୟ ସଭାପତି ଜେିପ ନଡ୍ଡା ଦିବଂଗତ ବିଧାୟକଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟ ପକ୍ଷରେ ବିଜେଡିର ଟ୍ରାକ  ରେକର୍ଡ ରେ କୌଣସି ଉପନିର୍ବାଚନ ଏ ପର୍ଯ୍ୟନ୍ତ ହାରି ନଥିବାର ରେକର୍ଡ ରହିଛି। ତୃତୀୟରେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ସାଜିଥିବା ଶରତ ପଟ୍ଟନାୟକ ଭଦ୍ରକ ଜିଲ୍ଲାରେ ରହିଥିବା ଦଳର ପୁରୁଣା ତୁଙ୍ଗା ନେତାଙ୍କୁ ଏକାଠି କରି ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ଭଲ ପ୍ରଦର୍ଶନକୁ ସୁଧାରିବାକୁ ପ୍ରୟାସ ଜାରି ରଖିଛନ୍ତି।