Akhilesh Yadav Assets, UP Assembly Elections 2022: ଅଖିଳେଶ (Akhilesh Yadav) ଙ୍କ ପାଖରେ ୭୬ ହଜାର ୧୫ ଟଙ୍କାର ମୋବାଇଲ ଫୋନ (Mobile Phone) ଓ ୫.୩୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ୟାୟାମ ମେସିନ ରହିଛି । ସପା ମୁଖ୍ୟଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ବେଳେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ଏସପି ସିଂ ବଘେଲଙ୍କ ପାଖରେ ଲାଇସେନ୍ସପ୍ରାପ୍ତ ରାଇଫଲ ଏବଂ ରିଭଲଭର ରହିଛି । ତାଙ୍କ ନିର୍ବାଚନ ପ୍ରମାଣପତ୍ର ଅନୁଯାୟୀ, ଅଖିଳେଶ ଓ ତାଙ୍କ ପତ୍ନୀ ଡିମ୍ପଲଙ୍କ ମୋଟ ସମ୍ପତ୍ତି ୪୦.୧୪ କୋଟିରୁ ଅଧିକ ରହିଛି ।
ନୂଆଦିଲ୍ଲୀ: Akhilesh Yadav Assets, UP Assembly Elections 2022: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (Samajwadi Party) ର ମୁଖିଆ ଅଖିଳେଶ ଯାଦବ (Former Uttar Pradesh Chief Minister Akhilesh Yadav) ୟୁପି ବିଧାନସଭା ନିର୍ବାଚନ ପାଇଁ ମେନପୁରୀର କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିର୍ବାଚନ ପ୍ରମାଣପତ୍ରରେ ନିଜ ଓ ନିଜ ପତ୍ନୀଙ୍କ ମୋଟ ସମ୍ପତ୍ତିର ସବିଶେଷ ତଥ୍ୟ ଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଖିଳେଶ ଯାଦବ (Akhilesh Yadav)) ଓ ତାଙ୍କ ପତ୍ନୀଙ୍କ ନାମରେ ଗୋଟିଏ କାର ବି ନାହିଁ । ଆସନ୍ତୁ ଜାଣିବା ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡିମ୍ପଲ୍ ଯାଦବ (Dimple Yadav) ଙ୍କର କେତେ ସମ୍ପତ୍ତି ଅଛି...
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଖିଳେଶ ଯାଦବ (Akhilesh Yadav) ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବ (Dimple Yadav) ଙ୍କର କୌଣସି କାର ନାହିଁ । ଅଖିଳେଶ ଯାଦବ ଓ ଡିମ୍ପଲ୍ ଯାଦବଙ୍କ ମୋଟ ସମ୍ପତ୍ତି ୪୦.୦୨ କୋଟି ଟଙ୍କା ରହିଛି ।
ଅଖିଳେଶ ଯାଦବ (Akhilesh Yadav) ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮.୪୩ କୋଟି ଟଙ୍କା ଜମା ରହିଛି । ଅଖିଳେଶଙ୍କ ପାଖରେ ୮.୪୩ କୋଟି ଟଙ୍କା ଓ ଡିମ୍ପଲଙ୍କ ପାଖରେ ୪.୭୬ କୋଟି ଟଙ୍କା ମୂଲ୍ୟର ଚଳନ ସମ୍ପତ୍ତି ଅଛି । ଅନ୍ୟପକ୍ଷରେ ଅଖିଳେଶ ଯାଦବଙ୍କ ପାଖରେ ୧୭.୨୨ କୋଟି ଟଙ୍କା ଓ ଡିମ୍ପଲ୍ ଯାଦବଙ୍କ ପାଖରେ ୯.୬୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଉଭୟଙ୍କର ପାଖରେ ୧୭.୯୩ ଏକର ଜମି ଅଛି ।
ଅଖିଳେଶ ଯାଦବ ତାଙ୍କ ଆଫିଡେଭିଟରେ କହିଛନ୍ତି ଯେ, ତାଙ୍କର ୨୮.୯୭ ଲକ୍ଷ ଟଙ୍କାର ଋଣ ଥିବାବେଳେ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କର ୧୪.୨୬ ଲକ୍ଷ ଟଙ୍କାର ଋଣ ଅଛି ।
ଅଖିଳେଶ ଯାଦବ (Akhilesh Yadav) ତାଙ୍କର ବାର୍ଷିକ ଆୟ ବିଷୟରେ ମଧ୍ୟ କହିଛନ୍ତି । ତାଙ୍କର ବାର୍ଷିକ ଆୟ ହେଉଛି ୮୩.୯୮ ଲକ୍ଷ ଓ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କର ୫୮.୯୨ ଲକ୍ଷ ଟଙ୍କା ।
ଅଖିଳେଶ ଯାଦବ (Akhilesh Yadav) ଙ୍କ ପାଖରେ ୭୬,୦୧୫ ଟଙ୍କାର ଫୋନ୍ ଅଛି । ୫.୩୪ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାୟାମ ମେସିନ୍ ତାଙ୍କ ଘରେ ରହିଛି । ଏଥିସହ ତାଙ୍କ ପତ୍ନୀଙ୍କ ପାଖରେ ୧.୨୫ ଲକ୍ଷ ଟଙ୍କାର କମ୍ପ୍ୟୁଟର, ୨୭୭୪ ଗ୍ରାମ ସୁନା ଏବଂ ୫୬ ଲକ୍ଷ ୭୬ ହଜାର ୬୮୭ ଟଙ୍କାର ହୀରା ରହିଛି ।
ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ମଧ୍ୟ ଅଛି ରାସନ କାର୍ଡ ତ ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ମିଳିବନି ମାଗଣା ଖାଦ୍ୟ ଶସ୍ୟ
ଏହା ବି ପଢ଼ନ୍ତୁ:-ବୋଲ୍ଡ ୱେବ୍ ସିରିଜର ରାଣୀ ହେଉଛନ୍ତି 'ସପ୍ନା ଭାବି', ହଟନେସରେ କବିତା ଓ ଲଳିତା ଭାବିଙ୍କୁ ଦିଅନ୍ତ ଟକ୍କର
ଏହା ବି ପଢ଼ନ୍ତୁ:-PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର
ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଦୂର କରିବା ପାଇଁ ପୁରୁଷମାନେ ଏହି ସମୟରେ ଖାଆନ୍ତୁ ୬ଟି ବାଦାମ, ତା'ପରେ ଦେଖନ୍ତୁ କମାଲ!
ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ
ଅଖିଳେଶ ତାଙ୍କ ଆଫିଡେଭିଟରେ ମଧ୍ୟ କହିଛନ୍ତି ଯେ ସେ ନିଜ ବାପା ମୁଲାୟମ ସିଂ ଯାଦବ (Mulayam Singh Yadav) ଙ୍କୁ ୨.୧୩ କୋଟି ଟଙ୍କା ଋଣ ଦେଇଛନ୍ତି । ଅନ୍ୟପକ୍ଷରେ ଡିମ୍ପଲ୍ ଯାଦବ ତାଙ୍କ ସ୍ୱାମୀଙ୍କୁ ୮.୧୫ ଲକ୍ଷ ଟଙ୍କା ଋଣ ଦେଇଛନ୍ତି ।
ट्रेन्डिंग फोटोज़