Advertisement
Photo Details/zeeodisha/odisha1102249
photoDetails0hindi

କେତେ ସମ୍ପତ୍ତିର ମାଲିକ ପଞ୍ଜାବ ସିଏମ ଚନ୍ନି; ଜାଣନ୍ତୁ ତାଙ୍କର କେତୋଟି ରହିଛି କାର୍, କ'ଣ ରହିଛି ଶିକ୍ଷାଗତ ଯୋଗ୍ୟତା

Punjab  CM Charanjit Singh Channi Total Assets Worth: ସିଏମ ପ୍ରାର୍ଥୀ (Congress CM Candidate) ଘୋଷିତ ହେବା ପରେ ଚନ୍ନି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଓ ଏହା ସହିତ ତାଙ୍କ ସମ୍ପତ୍ତି  (Charanjit Singh Channi Property) ବିଷୟରେ ମଧ୍ୟ ଆଲୋଚନା ହେଉଛି । ଚନ୍ନି ନିର୍ବାଚନ ନାମାଙ୍କନ ପୂରଣ କରିବା ସମୟରେ ନିଜର ସମ୍ପତ୍ତି ଘୋଷଣା କରିଛନ୍ତି ଯେଉଁଥିରେ ସେ ତାଙ୍କ ଜମି, କାର ଇତ୍ୟାଦି ବିଷୟରେ ସୂଚନା ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଚନ୍ନି କେତେ ଧନୀ ଓ କେତେ ସମ୍ପତ୍ତିରେ ମାଲିକ । 

1/9

ନୂଆଦିଲ୍ଲୀ: Punjab Electiom 2022: ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚରଣଜିତ ସିଂ (Charanjit Singh Channi) ଚନ୍ନିଙ୍କୁ ଘୋଷଣା କରାଯାଇଛି । ଏଥିସହ ଚରଣଜିତ ସିଂ ଚନ୍ନି ଦୁଇଟି ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିଏମ ପ୍ରାର୍ଥୀ (Congress CM Candidate) ଘୋଷିତ ହେବା ପରେ ଚନ୍ନି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଓ ଏହା ସହିତ ତାଙ୍କ ସମ୍ପତ୍ତି  (Charanjit Singh Channi Property) ବିଷୟରେ ମଧ୍ୟ ଆଲୋଚନା ହେଉଛି । ଚନ୍ନି ନିର୍ବାଚନ ନାମାଙ୍କନ ପୂରଣ କରିବା ସମୟରେ ନିଜର ସମ୍ପତ୍ତି ଘୋଷଣା କରିଛନ୍ତି ଯେଉଁଥିରେ ସେ ତାଙ୍କ ଜମି, କାର ଇତ୍ୟାଦି ବିଷୟରେ ସୂଚନା ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଚନ୍ନି କେତେ ଧନୀ ଓ କେତେ ସମ୍ପତ୍ତିରେ ମାଲିକ । 

2/9

ନିର୍ବାଚନ ଆଫିଡେଭିଟରେ ଚରଣଜିତ ସିଂ ଚନ୍ନି (Charanjit Singh Channi) ନିଜ ଓ ନିଜ ପତ୍ନୀଙ୍କ ସମ୍ପତ୍ତିର ବିବରଣୀ ଦେଇଛନ୍ତି । ଚନ୍ନି ଦେଇଥିବା ସୂଚନା ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୦ କୋଟି ଟଙ୍କା ରହିଛି, ଯେଉଁଥିରେ କାର୍, ଜମି, ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । 

ମୋଟ ସମ୍ପତ୍ତି

3/9
ମୋଟ ସମ୍ପତ୍ତି

ଚରଣଜିତ୍ ସିଂ ଚନ୍ନି (Charanjit Singh Channi) ଆଫିଡେଭିଟରେ ନିଜର ମୋଟ ସମ୍ପତ୍ତି ୯.୪୪ କୋଟି ଟଙ୍କା କହିଛନ୍ତି । ଏଥିରେ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସାମିଲ ରହିଛି । ଆଫିଡେଭିଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ତାଙ୍କ ପାଖରେ ୨.୬୨ କୋଟି ସ୍ଥାବର ଓ ୬.୮୨ କୋଟିର ଅସ୍ଥାବର ସମ୍ପତ୍ତି ଅଛି ।

ଜମି କେତେ?

4/9
ଜମି କେତେ?

ଯଦି ଆମେ ଜମି ବିଷୟରେ କଥା ହେବା, ତେବେ ମୋହାଲି ଓ ରୂପ ନଗରରେ ତାଙ୍କର କୃଷି, ଅଣ-କୃଷି ଏବଂ ବ୍ୟବସାୟିକ ଜମି ଅଛି । ଏଥିରେ ୧୪,୦୬୨ ବର୍ଗଫୁଟ ଜମି ମୋରିଣ୍ଡାରେ ଅଛି । ଆଉ ଏକ ଜମି ୩୫,୫୦୦ ବର୍ଗଫୁଟର ରହିଛି, ଯାହା ମୋହାଲିରେ ତାଙ୍କ ପତ୍ନୀଙ୍କ ନାମରେ ରହିଛି ।

କେତୋଟି ରହିଛି କାର୍?

5/9
କେତୋଟି ରହିଛି କାର୍?

ଚନ୍ନି (Charanjit Singh Channi) ଙ୍କର ଏକ ଏସୟୁଭି ଓ ଟୟୋଟା ଫର୍ଚୁନର କାର ଅଛି । ଏହାର ମୂଲ୍ୟ ହେଉଛି ୩୨.୫୭ ଲକ୍ଷ ଟଙ୍କା । ସେହିପରି ତାଙ୍କ ପତ୍ନୀଙ୍କ ପାଖର ୪୫.୯୯ ଟଙ୍କାର ଗାଡି ଅଛି । ଏଠାରେ କହି ରଖୁଛୁ ଯେ ଚନ୍ନିଙ୍କ ପତ୍ନୀ ଜଣେ ଡାକ୍ତର ।

କେତେ ରହିଛି ଋଣ?

6/9
କେତେ ରହିଛି ଋଣ?

ଚନ୍ନି (Charanjit Singh Channi) ଓ ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ଋଣ ଅଛି । ଚନ୍ନିଙ୍କ ଉପରେ ୮୮.୩୫ ଲକ୍ଷ ଟଙ୍କାର ଋଣ ଭାର ଅଛି, ଯେଉଁଥିରେ କାର ଋଣ ସାମିଲ ରହିଛି ।

ରୋଜଗାର କେତେ?

7/9
ରୋଜଗାର କେତେ?

ଶିକ୍ଷାଗତ ଯୋଗ୍ୟତା

8/9
ଶିକ୍ଷାଗତ ଯୋଗ୍ୟତା

ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବିଏ ଓ ଏଲଏଲବି ମଧ୍ୟ ଅଧ୍ୟୟନ କରିଛନ୍ତି । ଏହା ବ୍ୟତୀତ ଚନ୍ନି ଏମବିଏ ମଧ୍ୟ ଅଧ୍ୟୟନ କରିଛନ୍ତି । ଆହୁରି ମଧ୍ୟ ସେ ବର୍ତ୍ତମାନ ପିଏଚଡି ଅଧ୍ୟୟନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି (Charanjit Singh Channi) ନିଜର 'Its Electoral Strategy and Organizational Structure of Indian National Congress'ପ୍ରସଙ୍ଗରେ ଅନୁସନ୍ଧାନ କରୁଛନ୍ତି  । 

9/9

ଚନ୍ନି ଡିସେମ୍ବର ୩୧, ୨୦୧୭ରେ ନିଜକୁ ପିଏଚଡି ସ୍କାଲର ଭାବରେ ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରେଶନ କରାଇଥିଲେ । କୁହାଯାଉଛି ଯେ ସିଏମ୍ ଚନ୍ନିଙ୍କ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହୋଇଛି ଓ ସେ ନିର୍ବାଚନ ପରେ ଯେକୌଣସି ସମୟରେ ତାଙ୍କର ଥିସେସ୍ ଦାଖଲ କରିପାରନ୍ତି ।  ସିଏମ୍ ଚନ୍ନିଙ୍କ ଗାଇଡ୍ ହେଉଛନ୍ତି ପ୍ରଫେସର ଇମାନୁଏଲ୍ ନାହର । ପ୍ରଫେସର ଇମାନୁଏଲ୍ ମଧ୍ୟ ପଞ୍ଜାବ ସଂଖ୍ୟାଲଘୁ ଆୟୋଗର ଚେୟାରମ୍ୟାନ୍ ଅଛନ୍ତି ।