Advertisement
photoDetails0hindi

କଂଗ୍ରେସ-ବିଏସପିର ଏହି ନିଷ୍ପତ୍ତି ପରେ ରୋମାଞ୍ଚକର ହେଲା ୟୁପି ଉପନିର୍ବାଚନର ଲଢ଼େଇ

କଂଗ୍ରେସ (Congress) ଉପନିର୍ବାଚନ ହେଉଥିବା ଆସନ ପାଇଁ ଅଲଗା ଅଲଗା ନିର୍ବାଚନ କମିଟି ଗଠନ କରିଥିବାବେଳେ ବିଏସପି (BSP) ମଧ୍ୟ ମୁଖ୍ୟ ସେକ୍ଟର ଦାୟିତ୍ୱରେ ଥିବା ଦଳର ପ୍ରାର୍ଥୀ ଘୋଷଣା କରିବାର ଅଧିକାର ଦେଇ ଉପନିର୍ବାଚନକୁ ଆହୁରି ରୋମାଞ୍ଚକର କରିଦେଇଛି ।

1/7

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆଉ କିଛି ଦିନ ପରେ ବିଧାନସଭାର ୮ଟି ଆସନରେ ଉପନିର୍ବାଚନ (UP Bypolls) ହେବାର ଅଛି । ଏହାକୁ ନେଇ ରାଜ୍ୟରେ ୪ ପ୍ରମୁଖ ଦଳ ବିଜେପି (BJP), ସମାଜବାଦୀ ପାର୍ଟି (SP), ବହୁଜନ ସମାଜ ପାର୍ଟି (BSP) ଏବଂ କଂଗ୍ରେସ (Congress) ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ କଂଗ୍ରେସ ଓ ବହୁଜନ ସମାଜ ପାର୍ଟିର ନିଷ୍ପତ୍ତି ପରେ ୟୁପି ଉପନିର୍ବାଚନର ଲଢ଼େଇ ମଜାଦାର ହୋଇଉଠିଛି । କଂଗ୍ରେସ ଉପନିର୍ବାଚନ ହେଉଥିବା ଆସନ ପାଇଁ ଅଲଗା ଅଲଗା ନିର୍ବାଚନ କମିଟି ଗଠନ କରିଥିବାବେଳେ ବିଏସପି ମଧ୍ୟ ମୁଖ୍ୟ ସେକ୍ଟର ଦାୟିତ୍ୱରେ ଥିବା ଦଳର ପ୍ରାର୍ଥୀ ଘୋଷଣା କରିବାର ଅଧିକାର ଦେଇ ଉପନିର୍ବାଚନକୁ ଆହୁରି ରୋମାଞ୍ଚକର କରିଦେଇଛି ।

2/7

ଏହା ସହ ଉପନିର୍ବାଚନରେ ​​ବିଜେପି ବିରୋଧରେ ଆରପାର ଲଢ଼େଇ ଘୋଷଣା କରିଥିବା ଦଳଗୁଡ଼ିକ ମଧ୍ୟରେ ବିଧାନସଭାର ଏହି ଆଠଟି ଆସନରେ ମଧ୍ୟ ଆରପାର ଲଢ଼େଇ ଦେଖିବାକୁ ମିଳିବ । ଏଥି ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକ ପୃଥକ ଭାବରେ ବିଜେପିକୁ ଘେରିବେ ।

3/7

କଂଗ୍ରେସର ପ୍ରସ୍ତୁତି ଏବଂ ବିଏସପିର ନିର୍ବାଚନ ଲଢ଼ିବା ଘୋଷଣା ପରେ ବିଜେପିକୁ ବିରୋଧୀଙ୍କ ମଧ୍ୟରେ ଫାଟର ଲାଭ ମିଳିପାରେ । ଏହି କାରଣରୁ ଏସପି ପୂର୍ବରୁ ମୈଦାନରେ ଓହ୍ଲାଇବାର ଘୋଷଣା କରିସାରିଛି ।

4/7

କଂଗ୍ରେସ ବରିଷ୍ଠ ନେତାମାନଙ୍କୁ ଦେଇଛି ଦାୟିତ୍ୱ

ବିଗତ କିଛି ମାସ ଧରି ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ମୋର୍ଚ୍ଚା ଖୋଲି ବିରୋଧୀ ଦଳର ନେତୃତ୍ୱ ନେଉଥିବା କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲଲ୍ଲୁ ଉପନିର୍ବାଚନରେ ​​ସଂପୂର୍ଣ୍ଣ ଶକ୍ତି ସହ ନିର୍ବାଚନ ଲଢ଼ିବାକୁ ଘୋଷଣା କରି ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି । ଏଥି ସହିତ କଂଗ୍ରେସର କାର୍ଯ୍ୟ ଶୈଳୀ ଅନୁଯାୟୀ ସେ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ନେବାକୁ ବହୁ ସଂଖ୍ୟାରେ ବରିଷ୍ଠ ନେତାଙ୍କ ବିଭିନ୍ନ କମିଟି ଗଠନ କରି ବିଜେପି ବିରୋଧରେ ସମ୍ପୂର୍ଣ୍ଣ ଶକ୍ତି ସହ ମୈଦାନକୁ ଓହ୍ଲାଇବାର ବାର୍ତ୍ତା ଦେଇଛନ୍ତି । ଏହା ସତ୍ତ୍ୱେ ପ୍ରଶ୍ନ ଉଠିଛି ଯେ ବିନା ମଜଭୁତ ସଙ୍ଗଠନ ଏବଂ କାର୍ଯ୍ୟକର୍ତ୍ତାରେ ପ୍ରତ୍ୟେକ ଆସନ ପାଇଁ ଦଳର ବରିଷ୍ଠ ନେତାଙ୍କ କମିଟି ଗଠନ କରି କଂଗ୍ରେସ ଏହି ଉପନିର୍ବାଚନରେ ​​ଲିଡ୍ କରିପାରିବ କି ?

5/7

ଏହା ହେଉଛି କଂଗ୍ରେସର କମିଟି

ଘାଟମପୁର (ସୁ) ଆସନର ଦାୟିତ୍ୱ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଦିପ ଜୈନ ଆଦିତ୍ୟ, ପୂର୍ବତନ ମନ୍ତ୍ରୀ ଆରକେ ଚୌଧୁରୀ ଏବଂ ଦଳର ରାଜ୍ୟ ଉପାଧ୍ୟକ୍ଷ ଯୋଗେଶ ଦୀକ୍ଷିତଙ୍କୁ ଦିଆଯାଇଛି । ମାଲହାନି ଆସନର ଦାୟିତ୍ୱ ପୂର୍ବତନ ବିଧାୟକ ଅଜୟ ରାୟ, ପୂର୍ବତନ ବିଧାୟକ ରାମ ଜିଆବନ ଏବଂ ଦଳର ସାଧାରଣ ସମ୍ପାଦକ ମକସୁଦ ଖାନଙ୍କୁ ଦିଆଯାଇଛି । ଦେଓରିଆ ସଦର ଆସନ ପାଇଁ ଦାୟିତ୍ୱ ପୂର୍ବତନ ବିଧାୟକ ନାଦିମ ଜାଭେଦ୍, ପୂର୍ବତନ ସାଂସଦ ବାଲକ୍ରିଷ୍ଣା ଚୌହାନ ଏବଂ ଦଳର ସାଧାରଣ ସମ୍ପାଦକ ବିଶ୍ୱଜୟ ସିଂଙ୍କୁ ମିଳିଛି ।

6/7

ବାଙ୍ଗରମାଉ ଆସନର ଦାୟିତ୍ୱ କାନପୁର କ୍ୟାଣ୍ଟରୁ ବିଧାୟକ ତଥା ରାଜ୍ୟ ଉପାଧ୍ୟକ୍ଷ ସୁହେଲ ଅଖତର ଅନସାରୀ, ପୂର୍ବତନ ବିଧାୟକ ସଞ୍ଜୀବ ଦରିଆବାଦୀ ଏବଂ ଦଳର ସାଧାରଣ ସମ୍ପାଦକ ବିବେକାନନ୍ଦ ପାଠକଙ୍କୁ ଦିଆଯାଇଛି । ତୁଣ୍ଡଲାର ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ନାସିମୁଦ୍ଦିନ ସିଦ୍ଦିକି, ପୂର୍ବତନ ମନ୍ତ୍ରୀ ଦୀପକ କୁମାର ଏବଂ ରାଜ୍ୟ ସାଧାରଣ ସମ୍ପାଦକ ବଦରୁଦ୍ଦିନ କୁରେଶୀଙ୍କୁ ଦିଆଯାଇଛି ।

7/7

ନୌଗୱାନ ସାଦାତର ଦାୟିତ୍ୱ ପୂର୍ବତନ ସାଂସଦ ପ୍ରବୀଣ ସିଂ ଏରନ, ବିଧାୟକ ନରେଶ ସୈନି, ରାଜ୍ୟ ସାଧାରଣ ସମ୍ପାଦକ ଅଲି ୟୁସୁଫ ଅଲିଙ୍କୁ ମିଳିଛି । ବୁଲନ୍ଦଶହରର ଦାୟିତ୍ୱ ପୂର୍ବତନ ସାଂସଦ ହରେନ୍ଦ୍ର ମଲିକ, ବିଧାୟକ ମାସୁଦ ଅଖତର, କଂଗ୍ରେସର ସାଧାରଣ ସମ୍ପାଦକ ବିଦିତ ଚୌଧୁରୀ ଏବଂ ପୂର୍ବତନ ସାଂସଦ ରାସିଦ ଅଲ୍ବୀ, ପୂର୍ବତନ ବିଧାୟକ ନରେନ୍ଦ୍ର ପାଲ ଗାଙ୍ଗୱାର ଏବଂ କଂଗ୍ରେସ ସାଧାରଣ ସମ୍ପାଦକ ବ୍ରହ୍ମୱାସ୍ୱରୂପ ସାଗରଙ୍କୁ ଦିଆଯାଇଛି ।