Advertisement
photoDetails0hindi

ରାଜନୀତିରେ ପାଦ ଦେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ !

ଏମପିର ରାଇସେନ୍ ଜିଲ୍ଲାରେ ଏକ ପୋଷ୍ଟର ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପୋଷ୍ଟରରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାଆର୍ଯମନ ସିନ୍ଧିଆ (Mahanaryaman Scindia) ଙ୍କ ଫଟୋ ଲାଗିଛି । 

1/6

ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ବିଜେପି (BJP) ରେ ସାମିଲ ହେବାର ୬ ମାସରୁ ଅଧିକ ସମୟ ବିତିଗଲାଣି । ବର୍ତ୍ତମାନ ମଧ୍ୟପ୍ରଦେଶରେ ସିନ୍ଧିଆଙ୍କ ଗଣତି ବରିଷ୍ଠ ବିଜେପି ନେତାଙ୍କ ମଧ୍ୟରେ ହେବାରେ ଲାଗିଛି । ଏମପିର ରାଇସେନ୍ ଜିଲ୍ଲାରେ ଏକ ପୋଷ୍ଟର ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପୋଷ୍ଟରରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାଆର୍ଯମନ ସିନ୍ଧିଆ (Mahanaryaman Scindia) ଙ୍କ ଫଟୋ ଲାଗିଛି । ଯାହା ପରେ ଚର୍ଚ୍ଚା ଜୋର ଧରିଛି ଯେ ମହାଆର୍ଯମନ ରାଜନୀତିରେ ପ୍ରବେଶ କରିବେ ।

2/6

ଏହା ପୂର୍ବରୁ ତାଙ୍କ ପିତାଙ୍କ ନିର୍ବାଚନମଣ୍ଡଳୀରେ ମହାଆର୍ଯମନ ସିନ୍ଧିଆ (Mahanaryaman Scindia) ଙ୍କୁ ଦେଖିବାକୁ ମିଳିଛି । ଏହା ସହିତ ତାଙ୍କୁ ବେଳେବେଳେ ଗ୍ୱାଲିଅରରେ ସର୍ବସାଧାରଣରେ ମଧ୍ୟ ଦେଖାଯାଏ ।

 

3/6

କିନ୍ତୁ ରାଜନୀତିରେ ମହାଆର୍ଯମନଙ୍କ ସକ୍ରିୟତା କେବେ ଦେଖାଯାଇ ନାହିଁ । ରାଇସେନର ସାଞ୍ଚି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଯୁବ ସମ୍ମିଳନୀ ଆୟୋଜିତ ହୋଇଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ ପ୍ରଭୁରାମ ଚୌଧୁରୀ ସାଞ୍ଚିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଭାସ ଚୌଧୁରୀଙ୍କ ପାଇଁ ଯୁବ ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଥିଲା । ସହରରେ ଯେଉଁ ବଡ଼ ବଡ଼ ହୋର୍ଡିଂ ଲାଗିଥିବା, ତାହା ଅନୁଯାୟୀ ମହାଆର୍ଯମନ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାକୁ ଆସିବାର ଥିଲା ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶର ବିଜେପି ସରକାର ମାନିଲା, କମଲ ନାଥଙ୍କ ସରକାରରେ ଛାଡ଼ ହୋଇଛି ଚାଷୀଙ୍କ ଋଣ

୩ ଯୁବ ନେତାଙ୍କୁ ମିଳିଛି ସ୍ଥାନ

4/6
୩ ଯୁବ ନେତାଙ୍କୁ ମିଳିଛି ସ୍ଥାନ

ଯୁବ ସମ୍ମିଳନୀ ପାଇଁ ରାଇସେନରେ ଯେଉଁ ହୋର୍ଡିଂ ଲାଗିଥିଲା, ସେଥିରେ ବିଜେପି ଯୁବା ମୋର୍ଚ୍ଚାର ସଭାପତି ଅଭିଲାଶ ପାଣ୍ଡେ, ସିଏମ ଶିବରାଜ ସିଂ ଚୌହାନଙ୍କ ପୁଅ କାର୍ତ୍ତିକେୟ ସିଂ ଚୌହାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ମହାଆର୍ଯମନ ସିନ୍ଧିଆଙ୍କ ଫଟୋ ଲାଗିଥିଲା । ଏଭଳି ପରିସ୍ଥିତିରେ ମହାଆର୍ଯମନ ସିନ୍ଧିଆ ମଧ୍ୟ ଏହି ଇଭେଣ୍ଟରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ସେ ରାୟସେନରେ ନାହାଁନ୍ତି ।

ଜୋର ଧରିଛି ଚର୍ଚ୍ଚା

5/6
ଜୋର ଧରିଛି ଚର୍ଚ୍ଚା

ଏଭଳି ପରିସ୍ଥିତିରେ ଜ୍ୟୋତିରାଦିତ୍ୟଙ୍କ ପୁଅ ମହାଆର୍ଯମନ ମଧ୍ୟ ରାଜନୀତିରେ ପ୍ରବେଶ କରିବେ କି ନାହିଁ ତାହା ରାଜନୈତିକ ଗଳିରେ ଚର୍ଚ୍ଚା ଜୋର ଧରିଛି । କାରଣ ମହାଆର୍ଯମନ ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୱାଲିଅର୍ ଏବଂ ତାଙ୍କ ପିତାଙ୍କ ଅଞ୍ଚଳର ଲୋକଙ୍କୁ ଭେଟି ଆସୁଛନ୍ତି । ୨୪ ବର୍ଷୀୟ ମହାଆର୍ଯମନ ମଧ୍ୟ ସଙ୍ଗୀତ ପ୍ରତି ବିଶେଷ ରୁଚି ରଖନ୍ତି । ଅନୁମାନ କରାଯାଉଛି ଯେ ଉପନିର୍ବାଚନ ମାଧ୍ୟମରେ ମହାଆର୍ଯମନ ରାଜ୍ୟ ସ୍ତରୀୟ ରାଜନୀତିରେ ପ୍ରବେଶ କରିବେ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ: ଚକ୍ରବ୍ୟୁହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ !  

କିଏ ମହାଆର୍ଯମନ ସିନ୍ଧିଆ

6/6
କିଏ ମହାଆର୍ଯମନ ସିନ୍ଧିଆ

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡିବା ପରେ ମହାଆର୍ଯମନ କହିଥିଲେ ଯେ, ସେ ତାଙ୍କ ପିତାଙ୍କ ପାଇଁ ଗର୍ବିତ । ୨୪ ବର୍ଷୀୟ ମହାଆର୍ଯମନ ଗ୍ୱାଲିଅର୍ ରାଜ ପରିବାରର ଉତ୍ତରାଧିକାରୀ । ସେ ଏବେ ମଧ୍ୟ ତାଙ୍କ ପିତାଙ୍କ କ୍ଷେତ୍ରରୁ ରାଜନୀତିର କୌଶଳ ଶିଖୁଛନ୍ତି । ତାଙ୍କୁ ଅନେକ ସମୟରେ ତାଙ୍କ ମା ସହିତ ଗୁନା-ଶିବପୁରୀରେ ଦେଖିବାକୁ ମିଳୁଥାଏ । ତାଙ୍କ ପିତାଙ୍କ ପରି ମହାଆର୍ଯମନ ମଧ୍ୟ ଡୁନ୍ ସ୍କୁଲରୁ ଅଧ୍ୟୟନ କରିଛନ୍ତି । ଏହା ପରେ ସେ ବିଦେଶ ଯାଇଥିଲେ । ସେ ନିଜ ବାପାଙ୍କୁ ବାବା ଏବଂ ମା'ଙ୍କୁ ଆମ୍ମା ବୋଲି ଡାକନ୍ତି । ସେ ଆମେରିକାର ୟେଲ ୟୁନିଭର୍ସିଟିରୁ ସ୍ନାତକ ହାସଲ କରିଛନ୍ତି ।