ମୁର୍ମୁ ଓ ଯଶୱନ୍ତଙ୍କୁ ଏପର୍ଯ୍ୟନ୍ତ କେଉଁ ଦଳ କାହାକୁ କଲା ସମର୍ଥନ, ଏସବୁ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରନାହାଁନ୍ତି ନିଜ ସ୍ଥିତି
Advertisement

ମୁର୍ମୁ ଓ ଯଶୱନ୍ତଙ୍କୁ ଏପର୍ଯ୍ୟନ୍ତ କେଉଁ ଦଳ କାହାକୁ କଲା ସମର୍ଥନ, ଏସବୁ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରନାହାଁନ୍ତି ନିଜ ସ୍ଥିତି

Presidential Election 2022: ସୋମବାର ଯଶୱନ୍ତ ସିହ୍ନା ବିରୋଧୀ ଦଳର ଅନେକ ନେତାଙ୍କ ସହ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ଏହାର ଦୁଇ ଦିନ ପୂର୍ବରୁ ଦ୍ରୌପଦୀ ମୁର୍ମୁ ଏନଡିଏର ନେତାଙ୍କ ସହ ନାମାଙ୍କନପତ୍ର ଦାଖଲ କରିଥିଲେ । 

ମୁର୍ମୁ ଓ ଯଶୱନ୍ତଙ୍କୁ ଏପର୍ଯ୍ୟନ୍ତ କେଉଁ ଦଳ କାହାକୁ କଲା ସମର୍ଥନ, ଏସବୁ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରନାହାଁନ୍ତି ନିଜ ସ୍ଥିତି

ନୂଆଦିଲ୍ଲୀ: Presidential Election 2022: ଦେଶର ସର୍ବୋଚ୍ଚ ପଦ ଅର୍ଥାତ୍ ରାଷ୍ଟ୍ରପତି ପଦ ପାଇଁ ଚଳିତ ବର୍ଷ ଜୁଲାଇ ୧୮ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାର ଫଳାଫଳ ଜୁଲାଇ ୨୧ରେ ଆସିବ । ବିଜେପି (BJP) ନେତୃତ୍ୱାଧୀନ ଶାସକ ଏନଡିଏ (NDA) ତରଫରୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ତରଫରୁ ମିଳିତ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଟିଏମସି ଉପାଧ୍ୟକ୍ଷ ଯଶୱନ୍ତ ସିହ୍ନା (Yashwant Sinha) ଙ୍କୁ ପ୍ରାର୍ଥୀ କରିଛନ୍ତି । ଉଭୟ ରାଷ୍ଟ୍ରପତି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଏହା ବ୍ୟତୀତ ଅନ୍ୟ ୫୪ ଜଣ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତଥାପି, ପର୍ଯ୍ୟାପ୍ତ ପ୍ରସ୍ତାବକ ନ ଥିବାରୁ ଅନ୍ୟ ୫୪ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇପାରେ । ଅର୍ଥାତ୍, ଏହି ରାଷ୍ଟ୍ରପତି ନିର୍ବାଚନ ଦ୍ରୌପଦୀ ମୁର୍ମୁ ଓ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ହେବାକୁ ଯାଉଛି ।

ସୋମବାର ଯଶୱନ୍ତ ସିହ୍ନା ବିରୋଧୀ ଦଳର ଅନେକ ନେତାଙ୍କ ସହ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ । ଏହାର ଦୁଇ ଦିନ ପୂର୍ବରୁ ଦ୍ରୌପଦୀ ମୁର୍ମୁ ଏନଡିଏର ନେତାଙ୍କ ସହ ନାମାଙ୍କନପତ୍ର ଦାଖଲ କରିଥିଲେ । ଉଭୟ ପ୍ରାର୍ଥୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଦଳ କାହାକୁ ସମର୍ଥନ କରିଛି? କେଉଁ ଦଳଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କର ସ୍ଥିତି ସ୍ପଷ୍ଟ କରିନାହାଁନ୍ତି? ଆସନ୍ତୁ ଜାଣିବା…

କେଉଁ ଦଳଗୁଡ଼ିକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି?

ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜୁନ ୨୪ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ସହ ବିଜେପି ଶାସିତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ବିଜେଡି, YSR କଂଗ୍ରେସ, ଜେଡିୟୁ, ଏଆଇଡିଏମକେ, ଲୋକ ଜନ ପାର୍ଟି, ଅପନା ଦଳ (ସୋନେଲାଲ), ନିଷାଦ ପାର୍ଟି, ବହୁଜନ ସମାଜ ପାର୍ଟି, ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ (ଅଠାୱଲେ), NPP, NPF, MNF, NDPP, SKM, AGP, PMK, AINR କଂଗ୍ରେସ, ଜନନାୟକ ଜନତା ପାର୍ଟି, UDP, IPFT, UPPL ପରି ଦଳଗୁଡିକ ସେମାନଙ୍କର ସମର୍ଥନ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି । ବିରୋଧୀ ସତ୍ତ୍ୱେ ବିଜେଡି, YSR କଂଗ୍ରେସ ଏବଂ ବହୁଜନ ସମାଜ ପାର୍ଟି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି ।

ଯଶୱନ୍ତ ସିହ୍ନାଙ୍କ ସପକ୍ଷରେ କେତେ ଦଳ ଅଛନ୍ତି?

ସେପଟେ ଯଶୱନ୍ତ ସିହ୍ନା ସୋମବାର ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କ ସହ ଥିଲେ । ଯଶୱନ୍ତଙ୍କୁ ଅନେକ ବିରୋଧୀ ଦଳର ସମର୍ଥନ ମଧ୍ୟ ମିଳିଛି । ଏଥିରେ କଂଗ୍ରେସ, ଏନସିପି, ଟିଏମସି, ସିପିଆଇ, ସିପିଆଇ (ଏମ) ସମାଜବାଡି ପାର୍ଟି, ଆରଏଲଡି, ଆରଏସପି, ଟିଆରଏସ, ଡିଏମକେ, ନ୍ୟାସନାଲ କନଫରେନ୍ସ, ସିପିଆଇ, ଆରଜେଡି ଭଳି ଦଳ ସାମିଲ ଅଛନ୍ତି ।

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ପୁଣି ବଢ଼ିଲା ସମସ୍ୟା, ED ପୁଣି ଜାରି କଲା ସମନ

ଏହା ବି ପଢ଼ନ୍ତୁ:-ବଢ଼ିଲା ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କା; ଋଷ ଦେଲା ଧମକ, ୩ ଲକ୍ଷ ସୈନ୍ୟଙ୍କୁ ହାଇ ଆଲର୍ଟରେ ରଖିବ ନାଟୋ

ଏହା ବି ପଢ଼ନ୍ତୁ:-'ବିଜେପି ମହାରାଷ୍ଟ୍ରକୁ ୩ ଭାଗରେ ବାଣ୍ଟିବାକୁ କରିଛି ଷଡ଼ଯନ୍ତ୍ର'

 

ଏହି ଦଳଗୁଡ଼ିକର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ 

ପଞ୍ଜାବ ଓ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ସରକାର ଅଛନ୍ତି । ଏହାସହ ୧୦ ଜଣ ରାଜ୍ୟସଭା ସାଂସଦ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ କିଛି ସ୍ପଷ୍ଟ କରିନାହାଁନ୍ତି । ଏହା ବ୍ୟତୀତ ଟିଡିପି, ଜେଏମଏମ, ଶିରୋମାନି ଅକାଲୀ ଦଳ ଏପର୍ଯ୍ୟନ୍ତ ନିଜ ସ୍ଥିତି ସ୍ପଷ୍ଟ କରିନାହାଁନ୍ତି । ଶିବସେନାରେ ମଧ୍ୟ ଆଭ୍ୟନ୍ତରୀଣ କଳହ ଯୋଗୁଁ ଦଳ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିନାହିଁ । କୁହାଯାଉଛି ଯେ ଶିବସେନାର ଅଧିକାଂଶ ସାଂସଦ ଓ ବିଧାୟକ କେବଳ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଚାହୁଁଛନ୍ତି ।