ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ
Advertisement
Article Detail0/zeeodisha/odisha1231365

ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ

Draupadi Murmu: ୨୦୧୫ ମସିହାରେ ଯେତେବେଳେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ, ସେତେବେଳେ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ କ୍ୟାରିୟରର ଏକ ପ୍ରମୁଖ ଉପଲବ୍ଧି ଥିଲା । ଅବଶ୍ୟ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅନେକ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଦ୍ରୌପଦୀ ମୁର୍ମୁ ସନ୍ଥାଲି ଆଦିବାସୀ ସମ୍ପ୍ରଦାୟରୁ ଆସନ୍ତି । 

ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ

ନୂଆଦିଲ୍ଲୀ: Draupadi Murmu: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସାରା ଦେଶରୁ ଶୁଭେଚ୍ଛା ମିଳିଛୁ । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତାମାନେ ତାଙ୍କୁ ଅଗ୍ରୀମ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମୁର୍ମୁ ଆଦିବାସୀ ସମ୍ପ୍ରଦାୟରୁ ଭାରତର ପ୍ରଥମ ରାଷ୍ଟ୍ରପତି ହେବେ । ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ମୁର୍ମୁ ନିଜ ରାଜନୈତିକ କ୍ୟାରିଅରେ ଅନେକ କିଛି ଦେଖିଛନ୍ତି । ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଅନେକ ଥର ଚର୍ଚ୍ଚାରେ ଆସିଥିଲା ।

ବାସ୍ତବରେ, ଓଡ଼ିଶାର ଭୁବନେଶ୍ୱର ରମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ମୁର୍ମୁ ରାଜନୀତି ଜୀବନର ଆରମ୍ଭ କାଉନସିଲର ଭାବରେ କରିଥିଲେ। ସେ ଓଡିଶାର ରାଇରଙ୍ଗପୁରରୁ ପ୍ରଥମ କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ମୟୂରଭଞ୍ଜ ବିଧାନସଭା ଆସନରୁ ଦୁଇଥର (୨୦୦୦, ୨୦୦୯) ନିର୍ବାଚିତ ହୋଇଥିଲେ । ଏହା ସହିତ ମୁର୍ମୁ ମଧ୍ୟ ଓଡିଶାରେ ବିଜେପି ଓ ବିଜେଡିର ମିଳିତ ସରକାରରେ ମନ୍ତ୍ରୀ ରହିଛନ୍ତି ।

୨୦୧୫ ମସିହାରେ ଯେତେବେଳେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ, ସେତେବେଳେ ଦ୍ରୌପଦୀ ମୁର୍ମୁଙ୍କ ରାଜନୈତିକ କ୍ୟାରିୟରର ଏକ ପ୍ରମୁଖ ଉପଲବ୍ଧି ଥିଲା । ଅବଶ୍ୟ ମୁର୍ମୁଙ୍କ ବ୍ୟକ୍ତିଗତ ଜୀବନ ଅନେକ ସଂଘର୍ଷରେ ପରିପୂର୍ଣ୍ଣ ଥିଲା । ଦ୍ରୌପଦୀ ମୁର୍ମୁ ସନ୍ଥାଲି ଆଦିବାସୀ ସମ୍ପ୍ରଦାୟରୁ ଆସନ୍ତି । ସେ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ । ଶ୍ୟାମ ଚରଣ ମୁର୍ମୁ ଓ ଦ୍ରୌପଦୀ ମୁର୍ମୁଙ୍କର ତିନୋଟି ସନ୍ତାନ ଥିଲେ । ସେମାନଙ୍କ ଦୁଇ ପୁଅ ଓ ଗୋଟିଏ କନ୍ୟା ସନ୍ତାନ ହୋଇଥିଲା । କିନ୍ତୁ ମୁର୍ମୁଙ୍କ ସ୍ୱାମୀ ଓ ୨ ପୁଅଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ପରିବାରରେ ମୁର୍ମୁଙ୍କ ଝିଅ ଅଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୦୯ ମସିହାରେ ମୁର୍ମୁଙ୍କ ଦ୍ୱିତୀୟ ପୁଅର ରହସ୍ୟମୟ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା ​​ଯେତେବେଳେ ତାଙ୍କ ୨୫ ବର୍ଷର ପୁଅ ଲକ୍ଷ୍ମଣ ମୁର୍ମୁ ତାଙ୍କ ବେଡରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ । ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଅନ୍ୟ ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ମୁର୍ମୁ ରାଞ୍ଚିର କାଶ୍ୟପ ମେଡିକାଲ କଲେଜ ଦ୍ୱାରା ଆୟୋଜିତ ରନ୍ ଅଫ୍ ଭିଜନ୍ କାର୍ଯ୍ୟକ୍ରମରେ ଆଖି ଦାନ କରିବାକୁ ଘୋଷଣା କରିଥିଲେ । ଜୀବନସାରା ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ମୁର୍ମୁଙ୍କୁ ୨୦୦୭ ମସିହାରେ ଓଡିଶା ବିଧାନସଭା ଦ୍ୱାରା ଉଲ୍ଲେଖନୀୟ ବିଧାୟକ ପାଇଁ ନୀଳକଣ୍ଠ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ସାରା ଦେଶରେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନେଇ ଚର୍ଚ୍ଚା ଚାଲିଛି ।

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ିସାରିଛନ୍ତି ଏହି ​​ଆଦିବାସୀ ନେତା, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ଶରଦ ପାୱାରଙ୍କ ସହ ସଞ୍ଜୟ ରାଉତଙ୍କ ସାକ୍ଷାତ ପରେ ଆକ୍ସନ ମୁଡ଼ରେ ଶିବସେନା! ସିନ୍ଦେ ଗୋଷ୍ଠୀକୁ ଫେରି ଆସିବାକୁ ଖୋଲା ଚ୍ୟାଲେଞ୍ଜ

ଏହା ବି ପଢ଼ନ୍ତୁ:-ବିଧାୟକ କିଣାବିକା ମାମଲାରେ କେନ୍ଦ୍ର ମନ୍ତ୍ରୀଙ୍କୁ ନୋଟିସ, ଜାଣନ୍ତୁ କ'ଣ ରହିଛି ପୁରା ମାମଲା

 

ଏଠାରେ କହି ରଖୁଛୁ ଯେ, ଦ୍ରୌପଦୀ ମୁର୍ମୁ ୧୯୭୯ରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ ଓ ପରେ ଓଡ଼ିଶା ସରକାରଙ୍କ ଜଳସେଚନ ଏବଂ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଣେ ଶିକ୍ଷକ ଭାବରେ ନିଜର ପରିଚୟ ମଧ୍ୟ ବନାଇଥିଲେ । ଏହି ସମୟରେ ସେ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସମ୍ମାନିତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।