ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1254753

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ଶିବସେନା ଶେଷରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏହାକୁ ଦଳର ମୁଖ୍ୟ ଉଦ୍ଧବ ଠାକରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ମୁମ୍ୱାଇ: Presidential Election 2022: ମହାରାଷ୍ଟ୍ରରେ ସରକାର ପତନ ପରେ ଓ ଦଳର ଅନେକ ନେତା ଦଳ ବଦଳାଇବା ପରେ ଶିବସେନା ପ୍ରମୁଖ (Shiv Sena Chief) ଉଦ୍ଧବ ଠାକ (Uddhav Thackeray) ରେ ନିଜ ଦଳକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି । ଏହା ଅନ୍ତର୍ଗତ ଉଦ୍ଧବ ଠାକରେ ଆଜି (ଜୁଲାଇ ୧୨) ରେ  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସମର୍ଥନ ଜଣାଇଛନ୍ତି । ଶିବସେନା ସାଂସଦଙ୍କ ସହ ବୈଠକ ପରେ ଉଦ୍ଧବ ଠାକରେ ଏହି ନିଷ୍ପତ୍ତି ନେଇଛନ୍ତି । ଠାକରେ କହିଛନ୍ତି ଯେ ଏହା ନୁହେଁ ଯେ ଆମ ଉପରେ କୌଣସି ଚାପ ରହିଛି । ଅତୀତରେ ମଧ୍ୟ ଆମେ ସ୍ୱାଧୀନ ଭାବରେ ରାଷ୍ଟ୍ରପତିଙ୍କ ଉପରେ ନିଷ୍ପତ୍ତି ନେଇଛୁ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଶିବସେନା ଶେଷରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଏହାକୁ ଦଳର ମୁଖ୍ୟ ଉଦ୍ଧବ ଠାକରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ମୁର୍ମୁଙ୍କୁ ଦଳର ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ନେବାକୁ ମୋ ଉପରେ କୌଣସି ଚାପ ନାହିଁ । ଅତୀତରେ ମଧ୍ୟ ଆମେ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଉପରେ ସ୍ୱାଧୀନ ଭାବରେ ନିଷ୍ପତ୍ତି ନେଇଛୁ । ଆମ ସମସ୍ତ ବିଧାୟକଙ୍କ ସମେତ କିଛି ଆଦିବାସୀ ନେତା ମୋତେ ଭେଟି ମୁର୍ମୁଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । 

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କ ଉପରେ କାହିଁକି ଏତେ 'ମମତା' ଦେଖାଉଛନ୍ତି ଦିଦି, ଭରସା ଓ ନେରେଟିଭର ସଙ୍କଟରେ ଫସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ

ଏହା ବି ପଢ଼ନ୍ତୁ:-ରାଜନୈତିକ ଅସ୍ଥିରତା ମଧ୍ୟରେ ସଞ୍ଜୟ ରାଉତ କଲେ ଟ୍ୱିଟ୍, ଶିବସେନା ନେବାକୁ ଯାଉଛି ବଡ଼ ପଦକ୍ଷେପ!

ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଶିବସେନା MVA ମେଣ୍ଟ ଅନ୍ତର୍ଗତ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଜଣାଇଥିଲେ । କିନ୍ତୁ ବିଧାୟକଙ୍କ ବିଦ୍ରୋହ ପରେ ବର୍ତ୍ତମାନ ସାଂସଦଙ୍କ ଅସନ୍ତୋଷ ଯୋଗୁଁ ଉଦ୍ଧବ ଟିକେ ନରମ ହୋଇଯାଇଛନ୍ତି । ସୂଚନାନୁସାରେ, ଉଦ୍ଧବ ଦଳର ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଯେଉଁଥିରେ ୧୮ ଜଣଙ୍କ ମଧ୍ୟରୁ କେବଳ ୧୩ ଜଣ ସାଂସଦ ପହଞ୍ଚିଥିଲେ । ସୂଚନାନୁସାରେ, ସାଂସଦମାନେ ବୈଠକକୁ ନ ଆସି ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲେ ଯେ ଏନଡିଏର ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ ନକରି ଉଦ୍ଧବ ନୂତନ ସମସ୍ୟା ସୃଷ୍ଟି କରିବାକୁ ଯାଉଛନ୍ତି ।

ଏହାପୂର୍ବରୁ ୨୦୦୭ରେ ଏନଡିଏରେ ଥିବାବେଳେ ଶିବସେନା ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲ ଓ ପରେ ପ୍ରଣବ ମୁଖାର୍ଜୀଙ୍କୁ ୨୦୧୨ରେ ସମର୍ଥନ କରିଥିଲା । ୨୦୧୭ରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ ଓ କହିଥିଲେ ଯେ ସେ ଜଣେ ଭଲ ବ୍ୟକ୍ତି । ତେଣୁ ତାଙ୍କୁ ଭୋଟ୍ ଦେବେ । ଅର୍ଥାତ୍ ମେଣ୍ଟ ବାହାରେ ଭୋଟ୍ ଦେବା ଶିବସେନାର ପୁରୁଣା ଅଭ୍ୟାସ ରହିଆସିଛି ।