ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା! ସମର୍ଥନ ପରେ ମଧ୍ୟ ମିଳିଲା ନାହିଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆମନ୍ତ୍ରଣ
Advertisement
Article Detail0/zeeodisha/odisha1256843

ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା! ସମର୍ଥନ ପରେ ମଧ୍ୟ ମିଳିଲା ନାହିଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆମନ୍ତ୍ରଣ

Presidential Election 2022: ବିଶେଷ କଥା ହେଉଛି ଯେ ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣଙ୍କ ଅପିଲ ପରେ ଠାକରେ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଛନ୍ତି । ମୁର୍ମୁଙ୍କୁ ବିରୋଧରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ମୈଦାନରେ ଅଛନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ଉଦ୍ଧବ ଠାକରେଙ୍କୁ ଶକ୍ତ ଧକ୍କା! ସମର୍ଥନ ପରେ ମଧ୍ୟ ମିଳିଲା ନାହିଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ଆମନ୍ତ୍ରଣ

ମୁମ୍ୱାଇ: Presidential Election 2022: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ସମର୍ଥନ ଘୋଷଣା କରିଥିବା ଶିବସେନା (Shiv Sena) କୁ ଆଉ ଏକ ବଡ଼ ଝଟକା ଲାଗିଛି । ଖବର ମୁତାବକ, ଉଦ୍ଧବ ଠାକରେ (Uddhav Thackeray) ଙ୍କ ଶିବସେନା ଗୋଷ୍ଠୀକୁ ମୁର୍ମୁଙ୍କୁ ଭେଟିବାକୁ ଡକାଯାଇ ନାହିଁ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ମୁର୍ମୁ ଗୁରୁବାର ମୁମ୍ବାଇରେ ପହଞ୍ଚିବେ । ଏହି ସମୟରେ ସେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଭେଟିବେ । ଠାକରେଙ୍କ ମୁର୍ମୁଙ୍କ ସମର୍ଥନ ଘୋଷଣା ପରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ଗୁରୁବାର ମୁର୍ମୁଙ୍କ ସହ ସାକ୍ଷାତ କରିବାକୁ ଆମନ୍ତ୍ରଣ କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ଠାକରେ ଶିବିରରେ ଥିବା ଶିବସେନା ସାଂସଦ ବିନାୟକ ରାଉତ କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ବିଜେପି କିମ୍ବା କାହାରି ଆମନ୍ତ୍ରଣ ପାଇନାହୁଁ । ଏହା ପରେ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଶିବସେନା ଯୋଗଦେବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ରାଷ୍ଟ୍ରପତି ଉଦ୍ଧବ ଠାକରେ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଅନ୍ୟ କିଛି ନୁହେଁ ।

ଗୁରୁବାର ଅପରାହ୍ନରେ ମୁର୍ମୁ ମୁମ୍ବାଇରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଏହି ସମୟରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଓ ଭାରତୀ ପାୱାରଙ୍କ ସହ ଅନ୍ୟ ନେତାମାନେ ସ୍ୱାଗତ କରିବେ । ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲରେ ତାଙ୍କୁ ସମର୍ଥନ କରୁଥିବା ସାଂସଦ ଓ ବିଧାୟକଙ୍କୁ ସେ ଭେଟିବେ । ବିଜେପି ନେତାମାନେ କହିଛନ୍ତି ଯେ, ପ୍ରାୟ ୨୫୦ ବିଧାୟକ ଓ ସାଂସଦ ମୁର୍ମୁଙ୍କୁ ଭେଟିବାର ସମ୍ଭାବନା ରହିଛି ।

ବିଶେଷ କଥା ହେଉଛି ଯେ ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୧୨ ଜଣଙ୍କ ଅପିଲ ପରେ ଠାକରେ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଛନ୍ତି । ମୁର୍ମୁଙ୍କୁ ବିରୋଧରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ମୈଦାନରେ ଅଛନ୍ତି । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଶିବସେନା ବିରୋଧରେ ଏକାଠି ହେବେ ବିଜେପି-କଂଗ୍ରେସ? ଫଡନାଭିସଙ୍କ ଟ୍ୱିଟରୁ ବଢ଼ିଲା ପାରା

ଏହା ବି ପଢ଼ନ୍ତୁ:-ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବେ ଫଡନାଭିସ, ପୁତୁରା ଅମିତ ଠାକରେଙ୍କୁ କରିବେ ମନ୍ତ୍ରୀ!

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନାର ସମର୍ଥନ ଦେବା ଉପରେ କଂଗ୍ରେସ ଓ ଏନସିପି ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ଶିବସେନା MVA ମେଣ୍ଟ ଅନ୍ତର୍ଗତ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଜଣାଇଥିଲେ । କିନ୍ତୁ ବିଧାୟକଙ୍କ ବିଦ୍ରୋହ ପରେ ବର୍ତ୍ତମାନ ସାଂସଦଙ୍କ ଅସନ୍ତୋଷ ଯୋଗୁଁ ଉଦ୍ଧବ ଟିକେ ନରମ ହୋଇଯାଇଛନ୍ତି । ସୂଚନାନୁସାରେ, ଉଦ୍ଧବ ଦଳର ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଯେଉଁଥିରେ ୧୯ ଜଣଙ୍କ ମଧ୍ୟରୁ କେବଳ ୧୩ ଜଣ ସାଂସଦ ପହଞ୍ଚିଥିଲେ । ସୂଚନାନୁସାରେ, ସାଂସଦମାନେ ବୈଠକକୁ ନ ଆସି ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିଥିଲେ ଯେ ଏନଡିଏର ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ ନକରି ଉଦ୍ଧବ ନୂତନ ସମସ୍ୟା ସୃଷ୍ଟି କରିବାକୁ ଯାଉଛନ୍ତି ।

ଏହାପୂର୍ବରୁ ୨୦୦୭ରେ ଏନଡିଏରେ ଥିବାବେଳେ ଶିବସେନା ୟୁପିଏ ପ୍ରାର୍ଥୀ ପ୍ରତିଭା ପାଟିଲ ଓ ପରେ ପ୍ରଣବ ମୁଖାର୍ଜୀଙ୍କୁ ୨୦୧୨ରେ ସମର୍ଥନ କରିଥିଲା । ୨୦୧୭ରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲେ ଓ କହିଥିଲେ ଯେ ସେ ଜଣେ ଭଲ ବ୍ୟକ୍ତି । ତେଣୁ ତାଙ୍କୁ ଭୋଟ୍ ଦେବେ । ଅର୍ଥାତ୍ ମେଣ୍ଟ ବାହାରେ ଭୋଟ୍ ଦେବା ଶିବସେନାର ପୁରୁଣା ଅଭ୍ୟାସ ରହିଆସିଛି ।