ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କୁ ଜଣେ ବିପଜ୍ଜନକ ବ୍ୟକ୍ତି ଭାବରେ ବର୍ଣ୍ଣନା କରି କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କହିଛନ୍ତି ଯେ ସେ ତାଙ୍କଠାରୁ ଦେଶ ରକ୍ଷା କରିବା ପାଇଁ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି ।
Trending Photos
ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ଅନେକ ଅଶାନ୍ତି ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଏବେ ଲଢ଼େଇ ମୁଡ଼ରେ ଅଛନ୍ତି । କ୍ୟାପଟେନ ନା କେବଳ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କ ବିରୋଧରେ ଜଣେ ମଜଭୁତ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି, ବରଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ନ ହେଉ ସେଥିପାଇଁ ସେ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ରାହୁଲ ଗାନ୍ଧୀ (Rahul Gandhi) ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଅନଭିଜ୍ଞ ଓ ସେମାନଙ୍କ ପରାମର୍ଶଦାତା ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ କହିଛନ୍ତି ।
ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କୁ ଜଣେ ବିପଜ୍ଜନକ ବ୍ୟକ୍ତି ଭାବରେ ବର୍ଣ୍ଣନା କରି କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କହିଛନ୍ତି ଯେ ସେ ତାଙ୍କଠାରୁ ଦେଶ ରକ୍ଷା କରିବା ପାଇଁ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂ କହିଛନ୍ତି ଯେ ସେ ନବଜୋତ ସିଦ୍ଧୁଙ୍କ ବିରୋଧରେ ଜଣେ ମଜଭୁତ ପ୍ରାର୍ଥୀ ଛିଡ଼ା କରାଇବେ ଓ ତାଙ୍କୁ କୌଣସି ମୂଲ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । କ୍ୟାପଟେନ ଅମରିନ୍ଦର ସିଂଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଅମରିନ୍ଦର ସିଂଙ୍କ କାର୍ଯ୍ୟାଳୟ ଅନୁଯାୟୀ, କ୍ୟାପଟେନ ଖୁଲାସା କରିଛନ୍ତି ଯେ ସେ ସୋନିଆ ଗାନ୍ଧୀଙ୍କୁ ୩ ସପ୍ତାହ ପୂର୍ବରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ତାଙ୍କୁ ପଦରେ ରହି ନିଜ ଦାୟିତ୍ୱନିର୍ବାହ କରିବା କଥା କହିଥିଲେ । ଯଦି ସେ ମୋତେ ଫୋନ୍ କରିଥା'ନ୍ତେ ଓ ମୋତେ ପଦ ଛାଡ଼ିବାକୁ କହିଥା'ନ୍ତେ ତ ମୁଁ ମଧ୍ୟ ତାହା କରିଥା'ନ୍ତି । ସେ କହିଛନ୍ତି ଯେ ଜଣେ ସୈନିକ ଭାବରେ ମୋତେ ଜଣା ମୋର କାମ କିପରି କରିବି ।
ରାହୁଲ ଓ ପ୍ରିୟଙ୍କାଙ୍କୁ ଅନଭିଜ୍ଞ ବୋଲି କହି ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରିୟଙ୍କା ଓ ରାହୁଲ (ଗାନ୍ଧୀ ଭାଇ-ଭଉଣୀ) ମୋ ପିଲାମାନଙ୍କ ପରି… ଏହା ଏହିପରି ଶେଷ ହେବାର ନଥିଲା । ମୁଁ ଆଘାତ ପାଇଛି ।" ସେ କହିଛନ୍ତି ଯେ ସେହି ଉଭୟ ପିଲା ଅତ୍ୟନ୍ତ ଅନଭିଜ୍ଞ ଓ ସେମାନଙ୍କର ପରାମର୍ଶଦାତା ସେମାନଙ୍କୁ ସ୍ପଷ୍ଟ ଭାବରେ ବିଭ୍ରାନ୍ତ କରୁଛନ୍ତି । ଏଠାରେ କହି ରଖୁଛୁ ଯେ ନିକଟ ଅତୀତରେ କ୍ୟାପଟେନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ପରେ ଚରଣଜିତ ସିଂ ଚାନ୍ନି (Charanjit Singh Channi) ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-୨୪ରେ ଲଘୁଚାପ, ୨୫ରୁ ବର୍ଷିବ!
ଅଧିକ ପଢ଼ନ୍ତୁ:-ଆନନ୍ଦ ଗିରି କିଏ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ତାଙ୍କର ସମ୍ପର୍କ କିପରି ଥିଲା?
ଅଧିକ ପଢ଼ନ୍ତୁ:-ପୁଣିଥରେ ବାପା ହେଲେ ଆକାଶ
ଅଧିକ ପଢ଼ନ୍ତୁ:-ମହନ୍ତ ନରେନ୍ଦ୍ର ଗିରିଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ମୃତ୍ୟୁର କାରଣ