ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ
Advertisement
Article Detail0/zeeodisha/odisha1068050

ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ

ଏହି ସମୟରେ ଅଖିଳେଶ ଯାଦବ (Akhilesh Yadav) ଙ୍କୁ ପଚରାଯାଇଥିଲା ଯେ ପ୍ରିୟଙ୍କା (Priyanka Gandhi) ଙ୍କ ସକ୍ରିୟତା ଦ୍ୱାରା କ’ଣ ହେବ? ଏହାର ଉତ୍ତରରେ ସେ କହିଛନ୍ତି ଯେ କଂଗ୍ରେସ (Congress) ମଧ୍ୟ ଏକ ରାଜନୈତିକ ଦଳ ଓ ତାକୁ ରାଜ୍ୟରେ ସମ୍ପୂର୍ଣ୍ଣ ସକ୍ରିୟ ହେବା ଉଚିତ ।

ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ

ନୂଆଦିଲ୍ଲୀ: Uttar Pradesh Assembly Election 2022: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ବର୍ତ୍ତମାନ ନିର୍ବାଚନୀ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମ ଉତ୍ତର ପ୍ରଦେଶରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ନିର୍ବାଚନ ପ୍ରଚାର ସମ୍ପର୍କରେ ସମାଜବାଦୀ ପାର୍ଟି ଅଧିକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ନେତ୍ରୀଙ୍କୁ ଆହୁରି ଅଧିକ ସକ୍ରିୟ ହେବା ଆବଶ୍ୟକ, ଯାହା ଦ୍ୱାରା ଭାରତୀୟ ଜନତା ପାର୍ଟି (BJP) ସବୁ ଦିଗରୁ ପର୍ଦ୍ଦାଫାଶ ହୋଇପାରିବ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତ ଦେବା ସମୟରେ ଏପରି କହିଛନ୍ତି ।

ଏହି ସମୟରେ ଅଖିଳେଶ ଯାଦବ (Akhilesh Yadav) ଙ୍କୁ ପଚରାଯାଇଥିଲା ଯେ ପ୍ରିୟଙ୍କା (Priyanka Gandhi) ଙ୍କ ସକ୍ରିୟତା ଦ୍ୱାରା କ’ଣ ହେବ? ଏହାର ଉତ୍ତରରେ ସେ କହିଛନ୍ତି ଯେ କଂଗ୍ରେସ (Congress) ମଧ୍ୟ ଏକ ରାଜନୈତିକ ଦଳ ଓ ତାକୁ ରାଜ୍ୟରେ ସମ୍ପୂର୍ଣ୍ଣ ସକ୍ରିୟ ହେବା ଉଚିତ । ଏହା ଅନ୍ତତଃ ପକ୍ଷେ ବିଜେପି (BJP) ର ପର୍ଦ୍ଦାଫାଶ ହେବ ଯେ ତାଙ୍କ ନେତାମାନେ କେତେ ମିଛ କହୁଛନ୍ତି ।

ଏଥିସହ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବା ପ୍ରିୟଙ୍କା ଗାନ୍ଧୀଙ୍କ ଉଦ୍ୟମ ଉପରେ କହି ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ସରକାରଙ୍କ ଉପଲବ୍ଧି ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ୟୁପିରେ ଥିବା ଏସପି ସରକାର ଗରିବ ମହିଳାଙ୍କୁ ସମାଜବାଦୀ ପେନସନ୍ ଭାବରେ ବାର୍ଷିକ ୬୦୦୦ ଟଙ୍କା ଦେବା ଆରମ୍ଭ କରିଥିଲେ । ଏହା ବ୍ୟତୀତ ବହୁ ସଂଖ୍ୟାରେ ଛାତ୍ରୀଙ୍କୁ ଲାପଟପ୍, କନ୍ୟା ବିଦ୍ୟା ଧନ, ରାନୀ ଲକ୍ଷ୍ମୀ ବାଇ ସମ୍ମାନ ସହିତ ଅନେକ ଯୋଜନା ଲାଗୁ କରିଥିଲା ।

ଏହା ବି ପଢ଼ନ୍ତୁ:-ଲତା ମଙ୍ଗେଶକର କୋରୋନା ପଜିଟିଭ୍, ଆଇସିୟୁରେ ଭର୍ତ୍ତି

ଏହା ବି ପଢ଼ନ୍ତୁ:-ରାହୁଲଙ୍କ ନେଇ ବଡ଼ ପ୍ଲାନିଂ କଲେ ପ୍ରିୟଙ୍କା, ଜାଣନ୍ତୁ ୟୁପି ନିର୍ବାଚନରେ କ'ଣ ରହିଛି କଂଗ୍ରେସର ଗେମ୍ ପ୍ଲାନ୍

ଏହା ବି ପଢ଼ନ୍ତୁ:-କିଏ ହେବେ ପରବର୍ତ୍ତୀ ୟୁପି ମୁଖ୍ୟମନ୍ତ୍ରୀ? ଜବାବ ରଖିଲେ ଯୋଗୀଙ୍କ ଡେପୁଟି ସିଏମ କେଶବ ମୌର୍ଯ୍ୟ

ଏହା ବି ପଢ଼ନ୍ତୁ:-ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

 

ଯଦି ଏସପି (SP), କଂଗ୍ରେସ, ଏଆଇଏମ୍ଏମ୍ ଏବଂ ବିଏସପି (BSP) ସମେତ ଅନ୍ୟ ଦଳ ଅଲଗା ଅଲଗା ଭାବରେ ନିର୍ବାଚନରେ ​​ଓହ୍ଲାନ୍ତି ତେବେ ତଥାକଥିତ ସେକୁଲାର ଭୋଟ୍ ବିଭାଜିତ ହେବ ନାହିଁ କି? ଏହା ଉପରେ ସେ କହିଛନ୍ତି ଯେ ଧର୍ମନିରପେକ୍ଷ ଭୋଟ୍ ବିଭାଜନକୁ ନେଇ ବିଜେପି କାହିଁକି ଚିନ୍ତା କରୁଛି?

ଏଥି ସହ ମେଣ୍ଟକୁ ନେଇ ଅଖିଳେଶ କହିଛନ୍ତି ଯେ ଏଥର ସମାଜବାଦୀ ପାର୍ଟି ଆଞ୍ଚଳିକ ଦଳ ସହ ନିର୍ବାଚନରେ ଓହ୍ଲାଇବ । ଏଥିମଧ୍ୟରେ ଓମପ୍ରକାଶ ରାଜଭାରର ସୁହେଲଦେବ ଭାରତ ସମାଜ ପାର୍ଟି, ମହାନ ଦଳ, ଜୟନ୍ତ ଚୌଧୁରୀଙ୍କ ଆରଏଲଡି, ସଞ୍ଜୟ ଚୌହାନଙ୍କ ପିପୁଲ୍ସ ପାର୍ଟି, କୃଷ୍ଣ ପଟେଲଙ୍କ ଅପନା ଦଳ ଏବଂ ଶିବପାଲ ଯାଦବଙ୍କ ପ୍ରଗତିଶିଲ ସମାଜବାଦୀ ପାର୍ଟି ସାମିଲ ରହିଛି ।