Ashok Gehlot: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ଦାବିଦାର ଉପରେ ଗେହଲୋଟ୍ କହିଛନ୍ତି ଯେ, ଦଳର ଏକପାଖିଆ ମତ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ହେବା ଓ ସମଗ୍ର ଦେଶରେ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଉଚିତ୍ ।
Trending Photos
ନୂଆଦିଲ୍ଲୀ: Ashok Gehlot: ଦରଦାମ୍ ବୃଦ୍ଧି ଓ ବେରୋଜଗାର ପ୍ରସଙ୍ଗରେ କଂଗ୍ରେସ (Congress) ଲଗାତର କେନ୍ଦ୍ରରେ ମୋଦି ସରକାର (Modi Govt) ଙ୍କୁ ଟାର୍ଗେଟ କରୁଛି । ବର୍ତ୍ତମାନ ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ତଥା ଦଳର ବରିଷ୍ଠ ନେତା ଅଶୋକ ଗେହଲୋଟ୍ (Ashok Gehlot) ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି ଥରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଗେହଲୋଟ୍ କହିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ୨୦୨୩ର ନିର୍ବାଚନ ଜିତିବେ ଓ ପରେ ୨୦୨୪ ନିର୍ବାଚନ ଏଥର ପିଏମ ମୋଦି (PM Modi) ଙ୍କ ପାଇଁ ସହଜ ଖେଳ ହେବ ନାହିଁ । ଏହା ସହିତ ଗେହଲୋଟ୍ ପୁଣି ଥରେ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ କଂଗ୍ରେସ ଅଧ୍ୟକ୍ଷ (Congress President) କରିବା ପାଇଁ ଓକିଲାତି କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି ।
କଂଗ୍ରେସ ନେତା ଗେହଲୋଟ୍ କହିଛନ୍ତି ଯେ, "ମୋର ବିଶ୍ୱାସ ଯେ ଯେଉଁଭଳି ଭାବେ ତାଙ୍କର (ପିଏମ ମୋଦି) ଘେରାବନ୍ଦୀ ହେଉଛି ଓ ଯେଉଁଭଳି ଭାବେ ବିହାରରେ ନୀତିଶ କୁମାର ତାଙ୍କୁ ଝଟକା ଦେଇଛନ୍ତି, ଏହାପରେ ଦରଦାମ୍ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କରାଯାଇଥିବା କଂଗ୍ରେସର ଆନ୍ଦୋଳନରୁ ମୋଦି ସରକାର ଦୋହଲି ଯାଇଛନ୍ତି । ୨୦୨୪ରେ ଯେକୌଣସି ଫଳାଫଳ ହୋଇପାରେ । ଦରଦାମ୍ ବୃଦ୍ଧି ଓ ବେକାରୀ ହେଉଛି ବଡ଼ ସମସ୍ୟା, ଦଳ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଜାରି ରଖିବ ।"
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ଦାବିଦାର ଉପରେ ଗେହଲୋଟ୍ କହିଛନ୍ତି ଯେ, ଦଳର ଏକପାଖିଆ ମତ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ହେବା ଓ ସମଗ୍ର ଦେଶରେ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଉଚିତ୍ । ଏହା ସହିତ ଗେହଲୋଟ କହିଛନ୍ତି ଯେ, ଯଦି ରାହୁଲ ଦଳର ଅଧ୍ୟକ୍ଷ ନ ହୁଅନ୍ତି, ତେବେ କଂଗ୍ରେସ କର୍ମୀମାନେ ନିରାଶ ହେବେ । ଦଳର ନୂତନ ଅଧ୍ୟକ୍ଷଙ୍କୁ ନେଇ ଚାଲୁଥିବା କଳ୍ପନାଜଳ୍ପନା ସମ୍ପର୍କରେ ପଚରାଯାଇଥିବା ବେଳେ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ:-କିଏ ହେବେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ, ନଡ୍ଡାଙ୍କ କ’ଣ ହେବ? ଜାଣନ୍ତୁ କ'ଣ ରହିଛି ରାଜନୈତିକ ସମୀକରଣ
ଏହା ବି ପଢ଼ନ୍ତୁ:-ଗୁଜୁରାଟ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ଓ PM ମୋଦିଙ୍କ ଉପରେ ଜୋରଦାର ଆକ୍ରମଣ, କଂଗ୍ରେସ ନେତା ପଚାରିଲେ ଏହି ୪ଟି ପ୍ରଶ୍ନ
ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ ଜାତକରୁ ଜାଣନ୍ତୁ ୨୦୨୪ରେ କିପରି ରହିବ କଂଗ୍ରେସର ପ୍ରଦର୍ଶନ
ସେ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ନ ହୁଅନ୍ତି ତେବେ ସାରା ଦେଶରେ ଥିବା କଂଗ୍ରେସ କର୍ମୀଙ୍କୁ ନିରାଶ କରିବ । ଅନେକ ଲୋକ ଘରେ ବସିବେ ଓ ଆମକୁ କଷ୍ଟ ହେବ । ସେ ସମଗ୍ର ଦେଶର ସାଧାରଣ କଂଗ୍ରେସ କର୍ମୀଙ୍କ ଭାବନାକୁ ବୁଝି ଏହି ପଦ ଗ୍ରହଣ କରିବା ଉଚିତ୍ । ଏହା ଗାନ୍ଧୀ କିମ୍ବା ଅଣ-ଗାନ୍ଧୀ ପରିବାରର ବିଷୟ ନୁହେଁ, ଏହା ସଂଗଠନର କାର୍ଯ୍ୟ କେହି ପ୍ରଧାନମନ୍ତ୍ରୀ ତ ହେଉନାହାଁନ୍ତି ।