ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର
Advertisement
Article Detail0/zeeodisha/odisha1372822

ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର

 Rajasthan Congress Crisis: ଜୟପୁର ଓ ଦିଲ୍ଲୀ ପର୍ଯ୍ୟନ୍ତ ଗସ୍ତ ଏବଂ ବିମାନ ଯାତ୍ରା ମଧ୍ୟରେ କେରଳର ମାଲାପୁରାମରେ ଭେନୁଗୋପାଲ କହିଛନ୍ତି ଯେ, ରାଜସ୍ଥାନ ଖୁବ ଶୀଘ୍ର ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇବ । ରାଜସ୍ଥାନରେ କୌଣସି ଡ୍ରାମା ନାହିଁ । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ଓ ଆପଣ ଜାଣିବେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । 

ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର

ନୂଆଦିଲ୍ଲୀ: Rajasthan Congress Crisis: ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋତ (Ashok Gehlot) କଂଗ୍ରେସ ଅଧ୍ୟକ୍ଷ (Congress President) ହେବେ କି ନାହିଁ ତାହା ଉପରେ ଏବେବି ସନ୍ଦେହ ଜାରି ରହିଛି । ଅନ୍ୟପଟେ ସଚିନ ପାଇଲଟ (Sachin Pilot) ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଏହା ନିଶ୍ଚିତ ଯେ କଂଗ୍ରେସ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ଯାଉଛି । କଂଗ୍ରେସ ସାଂସଦ (Congress MP) ତଥା ସଂଗଠନର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ (KC Venugopal) କହିଛନ୍ତି ଯେ,  ରାଜସ୍ଥାନ ଖୁବ୍ ଶୀଘ୍ର ଏକ ନୂଆ ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି । ୧-୨ ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି । ତାଙ୍କର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କ ସହ ସାକ୍ଷାତ ହେବାର ଅଛି ।

ଜୟପୁର ଓ ଦିଲ୍ଲୀ ପର୍ଯ୍ୟନ୍ତ ଗସ୍ତ ଏବଂ ବିମାନ ଯାତ୍ରା ମଧ୍ୟରେ କେରଳର ମାଲାପୁରାମରେ ଭେନୁଗୋପାଲ କହିଛନ୍ତି ଯେ, ରାଜସ୍ଥାନ ଖୁବ ଶୀଘ୍ର ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇବ । ରାଜସ୍ଥାନରେ କୌଣସି ଡ୍ରାମା ନାହିଁ । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ଓ ଆପଣ ଜାଣିବେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନାଟକୀୟ ଢଙ୍ଗରେ ଆଗକୁ ବଢ଼ୁଛି । ଏହାପୂର୍ବରୁ ଭେନୁଗୋପାଲ ରାଜସ୍ଥାନ ସଙ୍କଟ ଉପରେ ମଧ୍ୟ କହିଛନ୍ତି ଯେ, ଅନ୍ତତଃ ପକ୍ଷେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସଚିନ ପାଇଲଟ ଦୁଇ ଦିନ ଧରି ଦିଲ୍ଲୀରେ କ୍ୟାମ୍ପ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ ବୁଧବାର ରାତିରେ ରାଜଧାନୀରେ ପହଞ୍ଚିଛନ୍ତି । ଗେହଲୋତ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଗେହଲୋତ ପୁଣି ଥରେ ଆଗକୁ ବଢ଼ିପାରିବେ ବୋଲି ଚର୍ଚ୍ଚା ହେଉଛି । ସେ ଅଧ୍ୟକ୍ଷ ପଦ ନିର୍ବାଚନରେ ​​ଜିତିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଥିଲେ । କିନ୍ତୁ ରବିବାର ଦଳ ଯେପରି ଦୁଇ ପର୍ଯ୍ୟବେକ୍ଷକଙ୍କୁ ଜୟପୁର ବିଧାୟକ ଦଳର ବୈଠକ ଡାକିବାକୁ ପଠାଇଥିଲା ଓ ସେମାନଙ୍କ ଠାରୁ ଗୋଟିଏ ଲାଇନର ପ୍ରସ୍ତାବ ପାରିତ କରାଇବାକୁ କୁହାଯାଇଥିଲା ଯେ ହାଇକମାଣ୍ଡଙ୍କୁ ଅଧିକାର ଦିଆଯାଉଛି କି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ଚୟନ କରିବେ । ଯାହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ ଗେହଲୋତଙ୍କୁ ନାମାଙ୍କନ ପୂର୍ବରୁ  ଇସ୍ତଫା ଦେବାକୁ କୁହାଯାଇପାରେ । ଫଳରେ କଂଗ୍ରେସ ବିଧାୟକ ଦଳର ଏକ ଗୋଷ୍ଠୀ ସାମୂହିକ ଇସ୍ତଫା ଦେଇଥିଲେ । କୁହାଯାଉଛି ଏଥିରେ ୯୨ ଜଣ ବିଧାୟକ ସାମିଲ ଥିଲେ । କିନ୍ତୁ ପରେ ହାଇକମାଣ୍ଡ କଡ଼ା ଆଭିମୁଖ୍ୟ ଯୋଗୁଁ ଅନେକ ବିଧାୟକଙ୍କ ମତ ପରିବର୍ତ୍ତନ ହୋଇଥିଲା । ଏହାସହ ୩ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଏହି ପାକିସ୍ତାନ ଖେଳାଳିଙ୍କୁ ପଛରେ ପକାଇ ରଚିଲେ ଇତିହାସ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ନାମରେ କଲେ ଡବଲ ରେକର୍ଡ

ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

ଅଧିକ ପଢ଼ନ୍ତୁ:-ଅରୁଣାଚଳ ପ୍ରଦେଶରେ ଆମେରିକାର ଏହି ପ୍ଲାନରୁ ବଢ଼ିବ ଚୀନ ଓ ଭାରତ ମଧ୍ୟରେ ବିବାଦ!

ସେପଟେ ଗେହଲୋତ ଗୋଷ୍ଠୀ ଯେଉଁ ତିନିଟି ଦାବି ଉପରେ ଅଟଳ ରହିଛି, ସେଥିରୁ ପ୍ରଥମ ହେଉଛି ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅକ୍ଟୋବର ୧୯ରେ ଅର୍ଥାତ୍ ଅଧ୍ୟକ୍ଷ ନିର୍ବାଚନ ହେବା ପରେ କରାଯିବା ଉଚିତ୍ । ସଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀର କୌଣସି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଉଚିତ ନୁହେଁ ବୋଲି ମଧ୍ୟ ଦାବି ରହିଛି । ସୂଚନାନୁସାରେ, ଗେହଲୋତ ଗୋଷ୍ଠୀ ଭୟଭୀତ ଅଛନ୍ତି ଯେ ଏହା ହୋଇପାରେ ଯେ ଗେହଲୋତ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ଓ ଅଧ୍ୟକ୍ଷ ନିର୍ବାଚନରେ ​​ଜିତି ନ ପାରନ୍ତି । ରବିବାରର ଘଟଣା ପରେ ପରିସ୍ଥିତି ବଦଳିବା ପରେ ଏହି ଆଶଙ୍କା ଅଧିକ ମଜବୁତ ହୋଇଛି ।