ରାଜସ୍ଥାନର ପୌର ନିର୍ବାଚନରେ ୬୨୦ଟି ଆସନ ଜିତିଲା କଂଗ୍ରେସ, ତୃତୀୟ ସ୍ଥାନରେ ରହିଲା ବିଜେପି
Advertisement

ରାଜସ୍ଥାନର ପୌର ନିର୍ବାଚନରେ ୬୨୦ଟି ଆସନ ଜିତିଲା କଂଗ୍ରେସ, ତୃତୀୟ ସ୍ଥାନରେ ରହିଲା ବିଜେପି

ନିର୍ବାଚନ କମିଶନର ପିଏସ୍ ମେହେରା କହିଛନ୍ତି ଯେ ଡିସେମ୍ବର ୧୧ରେ ରାଜ୍ୟର ୫୦ଟି ପୌର ସଂସ୍ଥା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୭୯.୯୦ ପ୍ରତିଶତ ମତଦାନ ହୋଇଥିଲା ।

ରାଜସ୍ଥାନର ପୌର ନିର୍ବାଚନରେ ୬୨୦ଟି ଆସନ ଜିତିଲା କଂଗ୍ରେସ, ତୃତୀୟ ସ୍ଥାନରେ ରହିଲା ବିଜେପି

ଜୟପୁର: ରାଜସ୍ଥାନରେ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । କଂଗ୍ରେସ ୬୨୦ ୱାର୍ଡ ଜିତିବାରେ ସଫଳ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ୫୯୫ ୱାର୍ଡ ଯାଇଛି । ବିଜେପିକୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି, ଦଳ ୫୪୮ ୱାର୍ଡ ଜିତିଛି । ୫୦ଟି ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ମୋଟ ୧,୭୭୫ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ:-ରାଜସ୍ଥାନରେ କଂଗ୍ରେସକୁ ଝଟକା, ବିଜେପି ଜିତିଲା ୨୧ରୁ ୧୩ଟି ଆସନ

ନିର୍ବାଚନ କମିଶନର ପିଏସ୍ ମେହେରା କହିଛନ୍ତି ଯେ ଡିସେମ୍ବର ୧୧ରେ ରାଜ୍ୟର ୫୦ଟି ପୌର ସଂସ୍ଥା ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୭୯.୯୦ ପ୍ରତିଶତ ମତଦାନ ହୋଇଥିଲା । ୧୭୭୫ ୱାର୍ଡରେ କଂଗ୍ରେସ ୬୨୦, ବିଜେପି ୫୪୮, ବିଏସପି ୭, ସିପିଆଇ ୨, ସିପିଆଇ (ଏମ) ୨, ଆରଏଲପିକୁ ଗୋଟିଏ ଏବଂ ୫୯୫ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି ।

ଅଧିକ ପଢ଼ନ୍ତୁ:-ଏନଡିଏରେ କୁଶୱାହାଙ୍କ ଏଣ୍ଟ୍ରି, ଚିରାଗଙ୍କୁ ବାହାରର ରାସ୍ତା! ଜାଣନ୍ତୁ ବିହାରର ନୂଆ ରାଜନୈତିକ ସମୀକରଣ

ଅଧ୍ୟକ୍ଷ ପଦ ପାଇଁ ଡିସେମ୍ବର ୧୪ରେ ସର୍ବସାଧାରଣ ସୂଚନା ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଡିସେମ୍ବର ୧୫ରେ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନପତ୍ର ଦାଖଲ କରାଯାଇପାରିବ । ସେ ସୂଚନା ଦେଇଛନ୍ତି ଯେ ନାମାଙ୍କନପତ୍ର ଦାଖଲ କରିବାର ତାରିଖ ଡିସେମ୍ବର ୧୬ ଥିବାବେଳେ ଡିସେମ୍ବର ୧୭ରେ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର କରାଯିବ । ନାମାଙ୍କନ ସମୟ ସମାପ୍ତ ହେବା ପରେ ତୁରନ୍ତ ଡିସେମ୍ବର ୧୭ରେ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯିବ । ଅନ୍ୟପଟେ କଂଗ୍ରେସର ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।