ରାଜସ୍ଥାନର ରାଜନୈତିକ ସଙ୍କଟ: ପାଇଲଟଙ୍କୁ ମାତ୍ ଦେବା ପାଇଁ ଅଶୋକ ଗେହଲଟଙ୍କ ନୂଆ ପ୍ଲାନ
Advertisement
Article Detail0/zeeodisha/odisha716638

ରାଜସ୍ଥାନର ରାଜନୈତିକ ସଙ୍କଟ: ପାଇଲଟଙ୍କୁ ମାତ୍ ଦେବା ପାଇଁ ଅଶୋକ ଗେହଲଟଙ୍କ ନୂଆ ପ୍ଲାନ

ରାଜସ୍ଥାନ ହାଇକୋର୍ଟଙ୍କ ରାୟର ଗୋଟିଏ ଦିନ ପୂର୍ବରୁ ଅଶୋକ ଗେହଲଟଙ୍କ ବଡ଼ ବୟାନ ଆସିଛି । ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଶୁକ୍ରବାର ସକାଳ ୧୦.୩୦ରେ ଆସିବ । 

ରାଜସ୍ଥାନର ରାଜନୈତିକ ସଙ୍କଟ: ପାଇଲଟଙ୍କୁ ମାତ୍ ଦେବା ପାଇଁ ଅଶୋକ ଗେହଲଟଙ୍କ ନୂଆ ପ୍ଲାନ

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଛି ରାଜନୈତିକ ଅସ୍ଥିରତା । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଖୁବ ଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ । ତାଙ୍କ ସରକାର ପାଖରେ ସଂଖ୍ୟାଗରିଷ୍ଠତା ଥିବାକୁ ନେଇ ମଧ୍ୟ ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ରାଜସ୍ଥାନ ହାଇକୋର୍ଟଙ୍କ ରାୟର ଗୋଟିଏ ଦିନ ପୂର୍ବରୁ ଅଶୋକ ଗେହଲଟଙ୍କ ଏହି ବୟାନ ଆସିଛି । ରାଜସ୍ଥାନ ହାଇକୋର୍ଟଙ୍କ ରାୟ ଶୁକ୍ରବାର ସକାଳ ୧୦.୩୦ରେ ଆସିବ । ବିଧାନସଭାର ସଦସ୍ୟତାକୁ ଅଯୋଗ୍ୟ କରିବା ମାମଲାରେ ସଚିନ ପାଇଲଟ କ୍ୟାମ୍ପ ତରଫରୁ କୋର୍ଟରେ ଚ୍ୟାଲେଞ୍ଚ କରାଯାଇଥିଲା । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଶୀଘ୍ର ବିଧାନସଭା ଅଧିବେଶନ ଡାକିବୁ । ଆମ ପାଖରେ ସଂଖ୍ୟାଗରିଷ୍ଠତା ଅଛି । ସମସ୍ତ କଂଗ୍ରେସ ବିଧାୟକ ଏକଜୁଟ ହୋଇଛନ୍ତି ।

ଗେହଲଟ୍ ଆହୁରି କହିଛନ୍ତି ଯେ, ସମଗ୍ର କଂଗ୍ରେସ ବିଧାୟକମାନେ ଏକଜୁଟ ହୋଇଛନ୍ତି । ଯେଉଁମାନେ କୋର୍ଟକୁ ଯାଇଛନ୍ତି, ସେମାନେ ଭୁଲ୍ କରିଛନ୍ତି, ଏହାସହ ବିପଥଗାମୀ ମଧ୍ୟ ହୋଇଛନ୍ତି । କୋର୍ଟରେ ଚାଲିଥିବା ମାମଲାର ଦଳ ବିରୋଧୀ ଆଇନ୍ ସହିତ କୌଣସି ସମ୍ପର୍କ ନାହିଁ । ଆମ ପାଖରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି । ଆମେ ଏକଜୁଟ ଅଛୁ । ସେଥି ପାଇଁ ତ ଆମେ ଏଠାରେ ବସିଛୁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯଦି ଗେହଲଟ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ବିଧାନସଭାରେ ଅଧିବେଶନ ଡାକନ୍ତି । ଆଉ ଏହି ଅଧିବେଶନରେ ପାଇଲଟ କ୍ୟାମ୍ପର ବିଧାୟକମାନେ ଯୋଗ ଦାନ ନ କରନ୍ତି କିମ୍ୱା ନିଜ ଦଳ ବିରୋଧରେ ଭୋଟ୍ କରନ୍ତି । ତେବେ ସେମାନେ ବିଧାୟକ ଭାବେ ଅଯୋଗ୍ୟ ଘୋଷିତ ହେବେ । କାରଣ ଦଳ ବଦଳ ନିୟମ ଅନୁସାରେ କୌଣସି ବିଧାୟକ ନିଜ ଦଳର ହ୍ୱିପକୁ ଉଲ୍ଲଙ୍ଘନ କଲେ ବିଧାନସଭାର ସଦସ୍ୟତା ଚାଲି ଯାଇଥାଏ ।