ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ
Advertisement
Article Detail0/zeeodisha/odisha1202188

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ

Rajya Sabha Election 2022: ବିଜେପିର ୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଉତ୍ତରପ୍ରଦେଶରୁ ଅଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୋରଖପୁର ସହରାଞ୍ଚଳ ଆସନ ଛାଡ଼ି ଥିବା ବିଜେପିର ପୂର୍ବତନ ବିଧାୟକ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ରାଜ୍ୟସଭା ପାଇଁ ଦଳର ପ୍ରାର୍ଥୀ କରାଯାଇଛି । ବିଜେପି ମଧ୍ୟ ୟୁପିର ପୂର୍ବତନ ପ୍ରଦେଶାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏହା ବ୍ୟତୀତ ରାଜ୍ୟସଭାର ବର୍ତ୍ତମାନର ସଦସ୍ୟ ସୁରେନ୍ଦ୍ର ସିଂ ନାଗର ଏବଂ ୟୁପି ପଛୁଆ ବର୍ଗ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ବାବୁରାମ ନିଶାଦଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଦଳ ରାଜ୍ୟର ଦୁଇଜଣ ମହିଳା ଦର୍ଶନା ସିଂ ଓ ସଙ୍ଗୀତା ଯାଦବଙ୍କୁ ମଧ୍ୟ ନିର୍ବାଚନୀ ମୈଦୀନକୁ ଓହ୍ଲାଇଛି । ଦର୍ଶନା ଦଳର ମହିଳା ଶାଖାର ପୂର୍ବତନ ମୁଖ୍ୟ ହୋଇଥିବାବେଳେ ସଂଗୀତା ଗୋରଖପୁରର ଚୌରୀ ଚୌରାରୁ ଦଳର ପୂର୍ବତନ ବିଧାୟକ ଅଟନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି-କଂଗ୍ରେସ ଜାରି କଲେ ପ୍ରାର୍ଥୀଙ୍କ ତାଲିକା, ଜାଣନ୍ତୁ କ'ଣ କହୁଛି ସମୀକରଣ

ନୂଆଦିଲ୍ଲୀ: Rajya Sabha Election 2022: ୧୫ଟି ରାଜ୍ୟରେ ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ । ସେହି ଦିନ ହିଁ ଭୋଟ ଗଣତି ହେବ ଓ ଫଳାଫଳ ମଧ୍ୟ ଘୋଷଣା କରାଯିବ । ପ୍ରାୟ ସମସ୍ତ ଦଳ ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ଗତକାଲି ଭାରତୀୟ ଜନତା ପାର୍ଟି (BJP) ନିଜର ୧୮ ଜଣ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ (Congress) ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ଏହି ନିର୍ବାଚନ (Rajya Sabha Election 2022) ପାଇଁ ଉଭୟ ରାଜନୈତିକ ଦଳ ନିଜର ସମୀକରଣ ଠିକ୍ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ରାଜ୍ୟସଭାର ଏହି ନିର୍ବାଚନକୁ ଦଳର ଭବିଷ୍ୟତ ରଣନୀତି ଭାବରେ ଦେଖାଯାଉଛି ।

ବିଜେପିର ପ୍ରାର୍ଥୀ

ବିଜେପିର ୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ଉତ୍ତରପ୍ରଦେଶରୁ ଅଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଗୋରଖପୁର ସହରାଞ୍ଚଳ ଆସନ ଛାଡ଼ି ଥିବା ବିଜେପିର ପୂର୍ବତନ ବିଧାୟକ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ରାଜ୍ୟସଭା ପାଇଁ ଦଳର ପ୍ରାର୍ଥୀ କରାଯାଇଛି । ବିଜେପି ମଧ୍ୟ ୟୁପିର ପୂର୍ବତନ ପ୍ରଦେଶାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଏହା ବ୍ୟତୀତ ରାଜ୍ୟସଭାର ବର୍ତ୍ତମାନର ସଦସ୍ୟ ସୁରେନ୍ଦ୍ର ସିଂ ନାଗର ଏବଂ ୟୁପି ପଛୁଆ ବର୍ଗ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ବାବୁରାମ ନିଶାଦଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଦଳ ରାଜ୍ୟର ଦୁଇଜଣ ମହିଳା ଦର୍ଶନା ସିଂ ଓ ସଙ୍ଗୀତା ଯାଦବଙ୍କୁ ମଧ୍ୟ ନିର୍ବାଚନୀ ମୈଦୀନକୁ ଓହ୍ଲାଇଛି । ଦର୍ଶନା ଦଳର ମହିଳା ଶାଖାର ପୂର୍ବତନ ମୁଖ୍ୟ ହୋଇଥିବାବେଳେ ସଂଗୀତା ଗୋରଖପୁରର ଚୌରୀ ଚୌରାରୁ ଦଳର ପୂର୍ବତନ ବିଧାୟକ ଅଟନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ୟୁପିରେ ବିଜେପି ଏପର୍ଯ୍ୟନ୍ତ ମାତ୍ର ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅନ୍ୟପଟେ ବିଜେପି ପାଖରେ ୭ଟି ଆସନ ପାଇଁ ସଂଖ୍ୟାଗରିଷ୍ଠତା ରହିଛି । ଏଥି ସହିତ ଗୋଟିଏ ଆସନରେ ଲଢେଇ ଜୋରଦାର ହେବାର ଅଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେପି ନିଜର ତାଲିକାରେ ସାମାଜିକ ସମୀକରଣକୁ ଧ୍ୟାନରେ ରଖିବାକୁ ଚେଷ୍ଟା କରିଛି । ୟୁପିରେ ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ତିନିଜଣ ପୂର୍ବାଞ୍ଚଳରୁ ଆସନ୍ତି, ସେଥି ମଧ୍ୟରୁ ଦୁଇଜଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୃହ ଜିଲ୍ଲା ଗୋରଖପୁରରୁ ଅଛନ୍ତି । ଗୋଟିଏ ନାମ ବୁନ୍ଦେଲଖଣ୍ଡର ଓ ଦୁଇଟି ନାମ ପଶ୍ଚିମ ୟୁପିରୁ ରହିଛି । କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ବିହାରରୁ ୨-୨ ଜଣ ପ୍ରାର୍ଥୀ ଓ ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ହରିୟାଣାରୁ ୧-୧ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି । ସଂଖ୍ୟା ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି ସହଜରେ ୨ଟି ଆସନ ଜିତିବାକୁ ଯାଉଥିବାବେଳେ ତୃତୀୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି ।

ବିଜେପି କାହାକୁ କେଉଁଠୁ କରିଛି ପ୍ରାର୍ଥୀ?

ଦଳ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମହାରାଷ୍ଟ୍ରରୁ, ନିର୍ମଳା ସୀତାରମଣଙ୍କୁ କର୍ଣ୍ଣାଟକରୁ, ପୂର୍ବତନ ବିଧାୟକ କୃଷ୍ଣ ଲାଲ ପନୱାରଙ୍କୁ ହରିୟାଣାରୁ, କବିତା ପାଟିଦାରଙ୍କୁ ମଧ୍ୟପ୍ରଦେଶରୁ, ଘନଶ୍ୟାମ ତିୱାରୀଙ୍କୁ ରାଜସ୍ଥାନରୁ, କଳ୍ପନା ସୈନୀଙ୍କୁ ଉତ୍ତରାଖଣ୍ଡରୁ, ସତୀଶ ଚନ୍ଦ୍ର ଦୁବେଙ୍କୁ ବିହାରରୁ, ଶମ୍ଭୁ ଶରଣ ପଟେଲଙ୍କୁ ବିହାରରୁ, 
ଅନିଲ ସୁଖଦେବରାଓ ବଣ୍ଡେଙ୍କୁ ମହାରାଷ୍ଟ୍ରରୁ, ଧନଞ୍ଜୟ ମହାଦିକଙ୍କୁ ମହାରାଷ୍ଟ୍ରରୁ, ଆଦିତ୍ୟ ସାହୁଙ୍କୁ ଝାଡ଼ଖଣ୍ଡରୁ, ଅଭିନେତାରୁ ନେତା ହୋଇଥିବା ଜଗ୍ଗେଶଙ୍କୁ କର୍ଣ୍ଣାଟକ ପ୍ରାର୍ଥୀ କରାଯାଇଛି । 

ଏହା ବି ପଢ଼ନ୍ତୁ:-ଆପଣଙ୍କ କାମର କଥା: ଜୁନ୍ ୧ରୁ ବ୍ୟାଙ୍କିଂ ଓ ସୁନା ହଲମାର୍କିଂ ସମେତ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଜନତାଙ୍କ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ଏହା ବି ପଢ଼ନ୍ତୁ:-UPSC ସିଭିଲ ସର୍ଭିସେସ୍ ପରୀକ୍ଷା 2021 ଫଳାଫଳ ଘୋଷିତ: ଝିଅମାନଙ୍କ ହ୍ୟାଟ୍ରିକ୍, ଜାଣନ୍ତୁ କିଏ ହେଲେ ଟପର

ଏହା ବି ପଢ଼ନ୍ତୁ:-ବ୍ୟାକଫୁଟରେ AAP ସରକାର, ହାଇକୋର୍ଟ ବିଚାରପତି କରିବେ ମୁସେୱାଲା ହତ୍ୟା ମାମଲାର ତଦନ୍ତ

କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ

କଂଗ୍ରେସ ଛତିଶଗଡରୁ ରାଜୀବ ଶୁକ୍ଲା ଓ ରଣଜିତ୍ ରଂଜନ, ହରିୟାଣାରୁ ଅଜୟ ମାକନ୍, କର୍ଣ୍ଣାଟକରୁ ଜୟରାମ ରମେଶ, ମଧ୍ୟପ୍ରଦେଶରୁ ବିବେକ ତନ୍ଖା ଏବଂ ତାମିଲନାଡୁରୁ ପି ଚିଦାମ୍ବରମଙ୍କୁ ପ୍ରାର୍ଥୀ କରିଛି । ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗରୀ ମୈଦାନକୁ ଓହ୍ଲାଇଥିବାବେଳେ ମୁକୁଲ ୱାସନିକ, ରଣଦୀପ ସିଂ ସୁରଜେୱାଲା ଏବଂ ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନରୁ ଟିକେଟ ଦିଆଯାଇଛି । କିନ୍ତୁ ଜି-23 ନେତା (G-23 Leaders) ଗୁଲାମ ନବୀ ଆଜାଦ (Ghulam Nabi Azad) ଓ ଆନନ୍ଦ ଶର୍ମା (Anand Sharma) ଙ୍କୁ ତାଲିକାରୁ ବାଦ ଦିଆଯାଇଛି । ଏହି ତାଲିକାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନାମ ହେଉଛି ଇମ୍ରାନ ପ୍ରତାପଗରୀ, ଯାହାଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ତାଙ୍କ ନାମ ଜାରି ହେବା ମାତ୍ରେ କଂଗ୍ରେସ (Congress) ରେ ବିଦ୍ରୋହୀ ସ୍ୱର ମଧ୍ୟ ଶୁଣିବାକୁ ମିଳିଛି ।

କୌତୁହଳର ବିଷୟ ହେଉଛି କି ୟୁପି କୋଟାରୁ କଂଗ୍ରେସ ପାଖରେ ଗୋଟିଏ ଆସନ ନାହିଁ । ଏହା ସତ୍ତ୍ୱେ ୟୁପିକୁ ଦୃଷ୍ଟିରେ ରଖି ଦଳ ରାଜ୍ୟର ତିନିଜଣ ନେତାଙ୍କୁ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ପଠାଇବାକୁ ପ୍ରସ୍ତୁତି ଚଳାଇଛି । ୟୁପିରୁ ଆସୁଥିବା ପ୍ରମୋଦ ତିୱାରୀଙ୍କୁ ରାଜସ୍ଥାନରୁ, ଛତିଶଗଡରୁ ରାଜୀବ ଶୁକ୍ଲା ଏବଂ ମହାରାଷ୍ଟ୍ରରୁ ଇମ୍ରାନ ପ୍ରତାପଗରୀଙ୍କୁ ପ୍ରାର୍ଥୀ କରିଛି । କୁହାଯାଉଛି ଯେ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏହି ରଣନୀତି ପ୍ରସ୍ତୁତ କରିଛି ।