ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...
Advertisement
Article Detail0/zeeodisha/odisha1193928

ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...

ଓଡ଼ିଶାର କଂଗ୍ରେସ କମିଟି (OPCC) ର ପୂର୍ବତନ ସଭାପତି ଶରତ ପଟ୍ଟନାୟକ (Sarat Patnaik) ଙ୍କୁ ଦଳର ନୂଆ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନ ନେବେ ଶରତ ପଟ୍ଟନାୟକ ।

ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ କମିଟି (OPCC) ର ପୂର୍ବତନ ସଭାପତି ଶରତ ପଟ୍ଟନାୟକ (Sarat Patnaik) ଙ୍କୁ ଦଳର ନୂଆ ସଭାପତି ଭାବରେ ନିଯୁକ୍ତ କରାଯାଇଛି । ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନ ନେବେ ଶରତ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶରତ ପଟ୍ଟନାୟକଙ୍କ ନାମ ଉପରେ ମୋହର ଲଗାଇଛନ୍ତି । ସେ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ଗ୍ରହଣ କରିବେ । ସେ ପୂର୍ବରୁ ୨୦୦୧ରୁ ୨୦୦୪  ପର୍ଯ୍ୟନ୍ତ ଓଡ଼ିଶା କଂଗ୍ରେସ ସଭାପତିର ଦାୟିତ୍ୱ ନିର୍ବାହ କରିଥିଲେ । ସେ ବଲାଙ୍ଗୀରରୁ ୧୯୯୧ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଥିଲେ । ସେ ମଧ୍ୟ ରାଜ୍ୟ ଯୁବ କଂଗ୍ରେସ ସଭାପତି ରହିଥିଲେ ।

କଂଗ୍ରେସ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷା ଓଡ଼ିଶା ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ତୁରନ୍ତ ଓଡିଶା କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି ।

ସେପଟେ କଂଗ୍ରେସ ନେତା ନରେଶ ମହାନ୍ତି କହିଛନ୍ତି ଯେ, ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପରେ ରାଜ୍ୟ କଂଗ୍ରେସରେ ନୂଆ ଶକ୍ତି ସଞ୍ଚାର ହେବ । ତାଙ୍କ ନେତୃତ୍ୱରେ ଦଳ ଏକାଠି ହୋଇ କାମ କରିବ । ତାଙ୍କୁ ପିସିସି ସଭାପତି କରିବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ସେ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ନେତାଙ୍କୁ ନେଇ କାମ କରିବେ । ଶାସକ ଦଳର ଅପାରଗତାକୁ ଲୋକଲୋଚନକୁ ଆଣିବାକୁ ସମସ୍ତ ଜୋର ଲଗାଇବେ ବୋଲି କଂଗ୍ରେସ ନେତା କହିଛନ୍ତି ।

ବିଗତ ଦିନରେ  ପିସିସି ସଭାପତି ପରିବର୍ତ୍ତନକୁ ନେଇ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ବୈଠକ କରିଥିଲେ । ଉଲ୍ଲେଖଯୋଗ୍ୟ, ୨୦୧୯ରେ ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ନିରଂଜନ ପଟ୍ଟନାୟକ ପିସିସି ପଦରୁ ଇସ୍ତଫା ଦେଇଥିଲେ । ତେବେ ପାର୍ଟି ହାଇକମାଣ୍ଡ ସେତେବେଳେ ଇସ୍ତଫା ଗ୍ରହଣ କରିନଥିଲେ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଦିନେ ଓଡ଼ିଶାକୁ ଶାସନ କରୁଥିବା ଦେଶର ସର୍ବ ପୁରାତନ ଦଳକୁ ବର୍ତ୍ତମାନ ରାଜ୍ୟରେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ରାଜ୍ୟରେ ଦଳ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ରାଜ୍ୟ କଂଗ୍ରେସର ବହୁ ବରିଷ୍ଠ ନେତା ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହି ସମୟରେ ଶରତ ପଟ୍ଟନାୟକଙ୍କୁ ପୁଣି ଥରେ ଦଳର ମଙ୍ଗୁଆଳ ଦେବା ହାଇକମାଣ୍ଡଙ୍କ ନିଷ୍ପତ୍ତି କେତେ ଦୂର ସଠିକ୍ ତାହା ଆଗାମୀ ସମୟରେ ହିଁ ଜଣାପଡ଼ିବ । ସେ ଦଳର ସମସ୍ତ ନେତାଙ୍କୁ ଏକାଠି କରି ସଙ୍ଗଠନ ମଜଭୁତ କରିବାରେ କେତେ ସଫଳ ହେଉଛନ୍ତି ଓ ରାଜ୍ୟରେ ଦଳର ସ୍ଥିତିକୁ କେତେ ସୁଦୃଢ଼ କରିପାରୁଛନ୍ତି । ତାହା ସମୟ ହିଁ କହିବ ।    

ଏହା ବି ପଢ଼ନ୍ତୁ:-ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ଏହା ବି ପଢ଼ନ୍ତୁ:-ଏଣିକି ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ ଆପଣ, ଜାଣି ନିଅନ୍ତୁ ରେଲୱେର ଏହି ଖାସ୍ ନିୟମ

ଏହା ବି ପଢ଼ନ୍ତୁ:-ରାହୁଲ ଗାନ୍ଧୀଙ୍କ 'କିରୋସିନି' ବୟାନ ଉପରେ ସଞ୍ଜୟ ରାଉତ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ?