ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ
Advertisement

ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ

Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ଲାଭ କରିଛି । ଏହା ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଥିଲା । ବାସ୍ତବରେ, ଠାକରେ କ୍ୟାମ୍ପରେ ସାମିଲ ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବିଧାୟକ ସନ୍ତୋଷ ବାଙ୍ଗର (Santosh Bangar) ମୁମ୍

ଯେଉଁ ବିଧାୟକ ଜନତାଙ୍କ ଆଗରେ କାନ୍ଦି କାନ୍ଦି ଉଦ୍ଧବଙ୍କ ପାଇଁ ମାଗିଥିଲେ ସମର୍ଥନ, ସେ ମଧ୍ୟ ସିନ୍ଦେ ଗୋଷ୍ଠୀରେ ହେଲେ ସାମିଲ

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ଲାଭ କରିଛି । ଏହା ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଲାଗିଥିଲା । ବାସ୍ତବରେ, ଠାକରେ କ୍ୟାମ୍ପରେ ସାମିଲ ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବିଧାୟକ ସନ୍ତୋଷ ବାଙ୍ଗର (Santosh Bangar) ମୁମ୍ବାଇର ହୋଟେଲକୁ ଯାଇଥିଲେ, ଯେଉଁଠାରେ ନୂତନ ମୁଖ୍ୟମନ୍ତ୍ରୀ ସିନ୍ଦେ (Eknath Shinde) ନିଜ ସମର୍ଥକ ବିଧାୟକଙ୍କ ସହ ରହିଥିଲେ । କୌତୁହଳର ବିଷୟ, ସିନ୍ଦେଙ୍କ ସାଥ୍ ଦେଇଥିବା ବିଧାୟକ ସନ୍ତୋଷ ବାଙ୍ଗର ପ୍ରାୟ ଏକ ସପ୍ତାହ ପୂର୍ବେ ହିଁ ଉଦ୍ଧବ ଠାକରେ (Uddhav Thackeray) ଙ୍କ ସମର୍ଥନରେ ସମସ୍ତଙ୍କ ଆଗରେ କାନ୍ଦିଥିଲେ ।

ଜୁନ ୨୪ରେ ଯେତେବେଳେ ଉଦ୍ଧବ ଠାକରେ ବିଧାୟକମାନଙ୍କୁ ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବାକୁ ଅଟକାଉଥିଲେ, ସେହି ସମୟରେ ସନ୍ତୋଷ ବାଙ୍ଗର ଠାକରେଙ୍କ ସମର୍ଥନରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କ ଆଗରେ କାନ୍ଦୁଥିବାର ଦେଖାଯାଇଥିଲା ।

ଭିଡିଓରେ ବାଙ୍ଗର ଠାକରେଙ୍କ ପ୍ରତି ତାଙ୍କର ଆନ୍ତରିକତା ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି । ସେ ଏହି ବିଦ୍ରୋହକୁ ବିଶ୍ୱାସଘାତକତା ବୋଲି କହିଥିଲେ ଓ ଏକନାଥ ସିନ୍ଦେଙ୍କୁ ଫେରିବାକୁ ଅନୁରୋଧ କରିଥିଲେ । ତାଙ୍କ ପାଖରେ ବସିଥିବା ଜଣେ ସମର୍ଥକ ରୁମାଲରେ ତାଙ୍କ ଗାଲକୁ ପୋଛୁ ଥିବାର ନଜରକୁ ଆସିଛି । ବାଙ୍ଗର କହିଛନ୍ତି, "ବାଲାସାହେବ ଠାକରେ, ଉଦ୍ଧବ-ଜୀ ଠାକରେ, ଆପଣ ଆଗକୁ ବଢ଼ନ୍ତୁ, ଆମେ ତୁମ ସହିତ ଅଛୁ ।"

ଏହା ବି ପଢ଼ନ୍ତୁ:-ଆଦିତ୍ୟ ଠାକରେଙ୍କ ଯିବ ବିଧାୟକ ପଦ!

ଏହା ବି ପଢ଼ନ୍ତୁ:-ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ

ଅନ୍ୟପଟେ, ଆଜି ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।

ସେପଟେ ଏନସିପି ମୁଖ୍ୟ ଶରଦ ପାୱାର ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପାଞ୍ଚରୁ ୬ ମାସରେ ଭାଙ୍ଗି ପାରେ । କୁହାଯାଉଛି ଯେ ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏସବୁ କହିଛନ୍ତି । ଶରଦ ପାୱାରଙ୍କ ସମ୍ୱୋଧନରେ ସାମିଲ ଜଣେ ନେତା କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ଭାବେ ଗଠିତ ସରକାର ଆଗାମୀ ୫ରୁ ୬ ମାସ ମଧ୍ୟରେ ଭାଙ୍ଗି ପାରେ, ଯେଉଁଥିପାଇଁ ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛୁ ।