Maharashtra Political Crisis: ୨୪ ଘଣ୍ଟା ମଧ୍ୟରେ ପଦ ହରାଇବେ ବିଦ୍ରୋହୀ ମନ୍ତ୍ରୀ
Advertisement
Article Detail0/zeeodisha/odisha1233791

Maharashtra Political Crisis: ୨୪ ଘଣ୍ଟା ମଧ୍ୟରେ ପଦ ହରାଇବେ ବିଦ୍ରୋହୀ ମନ୍ତ୍ରୀ

Maharashtra Political Crisis: ଶନିବାର ସନ୍ଧ୍ୟାରେ ଏକ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ସେମାନଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି। 

Maharashtra Political Crisis: ୨୪ ଘଣ୍ଟା ମଧ୍ୟରେ ପଦ ହରାଇବେ ବିଦ୍ରୋହୀ ମନ୍ତ୍ରୀ

Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ଶନିବାର ଏକ ବଡ଼ ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଏନେଇ ସେ କହିଛନ୍ତି ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ନିଜର ପଦ ହରାଇବେ। ଏହାପୂର୍ବରୁ ଅନୁଷ୍ଠିତ ହୋଇଥିବା ଦଳର ଜାତୀୟ କାର୍ଯ୍ୟକାରିଣୀ ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ।

ଶନିବାର ସନ୍ଧ୍ୟାରେ ଏକ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ସେମାନଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି। ଗୁଲାବରାଓ ପାଟିଲ, ଦାଦା ଭୁସେ, ସନ୍ଦିପାନ୍ ଭୁମେରଙ୍କ ପରି ମନ୍ତ୍ରୀଙ୍କୁ କେବେ ବିଶ୍ୱସ୍ତ ଶିବସେନା କର୍ମକର୍ତ୍ତା ଭାବେ ବିବେଚିତ ହୋଇଥିଲେ ଯାହାଙ୍କୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ମହବିକାଶ ଅଘାଡ଼ି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା। ଦଳ ସେମାନଙ୍କୁ ଅନେକ କିଛି ଦେଇଛି। ସେମାନେ ଭୁଲ ରାସ୍ତା ଆପଣାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସେମାନେ ନିଜର ମନ୍ତ୍ରୀ ପଦ ହରାଇବେ।

ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ଅନ୍ୟ ମନ୍ତ୍ରୀ ହେଉଛନ୍ତି ଶମ୍ଭୁରଜ ଦେଶାଇ, ଅବଦୁଲ ସତ୍ତାର ଏବଂ ବଚ୍ଚୁ କଡ୍ଡୁ। ମନ୍ତ୍ରୀ ବଚ୍ଚୁ କଡ୍ଡୁ ହେଉଛି ପ୍ରହାର ଜନଶକ୍ତି ପାର୍ଟି ଅଧ୍ୟକ୍ଷ ଯିଏ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାରର ଏକ ଅଂଶ। ଯେତେବେଳେ ଶିବସେନା-ବିଜେପି ମଧ୍ୟରେ ମେଣ୍ଟ ରହିଥିଲେ ସେତେବେଳେ ଦୁଇ ଦଳ ପାଖରେ ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟାୟକ୍ରମେ ରହିବ ନେଇ ବୁଝାମଣା ହୋଇଥିଲା। ମୁଖ୍ୟମନ୍ତ୍ର ପଦ ପାଇଁ  ଉଦ୍ଧବ ଠାକେରଙ୍କ ମନରେ ଏକନାଥ ସିନ୍ଦେଙ୍କ ନାଁ ରହିଥିଲା ବୋଲି ଦାବି କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। 

ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ସୃଷ୍ଟି ହେବା କାରଣରୁ ଶିବସେନା-ବିଜେପି ମେଣ୍ଟ ଭାଙ୍ଗି ଯାଇଥିଲା। ଏହା ପରେ ଏନସିପି-କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ କରିଥିଲା। ବିଦ୍ରୋହୀ  ଗୋଷ୍ଠୀରେ ସାମିଲ ହୋଇଥିବା ଅଧା ନେତାଙ୍କ ହିନ୍ଦୁତ୍ୱ ସହ କୌଣସି ସମ୍ପର୍କ ନାହିଁ। ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡର ରହିଛି।

Also Read: 'ଫେରି ଆସ ବିଦ୍ରୋହୀ ବିଧାୟକ, ନଚେତ୍ ରାସ୍ତାରେ ନିଆଁ ଲାଗିବ'