Congress Chintan Shivir: ରାଜସ୍ଥାନର ଉତ୍ତାପ ସହିତ ରାଜନୈତିକ ପାରା ବୃଦ୍ଧି ପାଇଛି । ଗୋଟିଏ ପଟେ କଂଗ୍ରେସ (Congress) ଉଦୟପୁରରେ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଥିବାବେଳେ ବିଜେପି (BJP) ମଧ୍ୟ ମେ ୨୦ ଓ ୨୧ରେ ଜୟପୁରରେ ଏକ ବୈଠକ କରିବାକୁ ଯାଉଛି । କେବଳ ଏତିକି ନୁହେଁ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ମଧ୍ୟ ମେ ମାସରେ ନିଜେ ଡଙ୍ଗରପୁର-ବନ୍ସୱାରା ଗସ୍ତ କରିବାକୁ ଯାଉଛନ୍ତି । ଏହି ଦୁଇଟି ଜିଲ୍ଲା ଦକ୍ଷିଣ ରାଜସ୍ଥାନରେ ପଡ଼େ, ଯେଉଁଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ଜନସଂଖ୍ୟା ଅଛି ।
Trending Photos
ନୂଆଦିଲ୍ଲୀ: Congress Chintan Shivir: ୟୁପି, ପଞ୍ଜାବ ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ (Congress) କରିବ ମାନସ ମନ୍ଥନ । ମେ ୧୩ରୁ ୧୫ ପର୍ଯ୍ୟନ୍ତ କଂଗ୍ରେସ ଶାସିତ ରାଜସ୍ଥାନ (Rajasthan) ର ଉଦୟପୁର (Udaipur) ରେ ଏକ 'ଚିନ୍ତନ ଶିବିର' (Congress Chintan Shivir) ଆୟୋଜନ କରୁଛି ଦଳ । ପ୍ରାୟ ୪୦୦ କଂଗ୍ରେସ ନେତା ଏହି ଶିବିରରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବଡ଼ ପ୍ରସ୍ତୁତି ଚାଲିଛି । ଗୁଜୁରାଟ, ହିମାଚଳ ଏବଂ ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନ ନିର୍ବାଚନକୁ ନେଇ ଏକ ଚର୍ଚ୍ଚା ହେବ ବୋଲି ମନେ କରାଯାଉଛି । ଏହା ବ୍ୟତୀତ ଆସନ୍ତା ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ କଂଗ୍ରେସ ମଧ୍ୟ ଏହି ରାଜ୍ୟଗୁଡିକ ପାଇଁ ରଣନୀତି ପ୍ରସ୍ତୁତ କରିବ । କିନ୍ତୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରୁ ଏପରି ମନେ କରାଯାଉଛି ଯେ ଚିନ୍ତନ ଶିବିର ପରେ କଂଗ୍ରେସ ହିନ୍ଦୁତ୍ୱ (Hindutva) ର ରାସ୍ତାକୁ ଆପଣାଇ ପାରେ ।
ଦଳ ମୁସଲିମ ସପକ୍ଷରେ ରାଜନୀତି କରୁଥିବା ଅଭିଯୋଗରୁ ବାହାରକୁ ଚେଷ୍ଟା କରୁଥିବା ପରି ମନେ ହେଉଛି । ବାସ୍ତବରେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବାୟନାଡ ସାଂସଦ ରାହୁଲ ଗାନ୍ଧୀ (Rahul Gandhi) ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଚିନ୍ତନ ଶିବିର ପରେ ରାଜସ୍ଥାନର ବାନ୍ସୱାରାରେ ଅବସ୍ଥିତ ବାନେଶ୍ୱର ଧାମକୁ ଯିବେ, ଯେଉଁଠାରେ ସେମାନେ ଏକ ଜନସଭାକୁ ସମ୍ବୋଧିତ କରିବେ । କେବଳ ଏତିକି ନୁହେଁ ସୋନିଆ ଗାନ୍ଧୀ ମଧ୍ୟ ବାନେଶ୍ୱର ଧାମ (Baneshwar Dham) ଉପରେ ନିର୍ମିତ ନୂତନ ସେତୁକୁ ଉଦଘାଟନ କରିବେ ।
ଏହା ଅନ୍ତର୍ଗତ ବୁଧବାର ରାଜସ୍ଥାନର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ସିଂ ବାମନିଆ (Rajasthan Tribal Affairs Minister Arjun Singh Bamnia) ବେନେଶ୍ୱର ଧାମରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି । ଏହାପୂର୍ବରୁ ଗାନ୍ଧୀ ପରିବାର ୨୦୧୮ରେ ବିଧାନସଭା ନିର୍ବାଚନ ପୂର୍ବରୁ ବାନେଶ୍ୱର ଧାମ ପରିଦର୍ଶନ କରିଥିଲେ । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ମଧ୍ୟ ଏଠାକୁ ଆସିଥିଲେ ।
ବାନେଶ୍ୱର ଧାମ ରାଜସ୍ଥାନର ପ୍ରୟାଗରାଜ ଭାବରେ ସ୍ୱୀକୃତିପ୍ରାପ୍ତ । ଏହାର କାରଣ ହେଉଛି ମାହି, ସୋମ ଏବଂ ଜାଖମ୍ ନଦୀର ସଙ୍ଗମ ସ୍ଥଳୀ ରହିଛି । ଏଠାରେ ଭଗବାନ ଶିବ (Lord Shiva) ଙ୍କର ଏକ ମନ୍ଦିର ଅଛି ଓ ଏହା ନିକଟରେ ଭଗବାନ ବିଷ୍ଣୁ (Lord Vishnu) ଙ୍କର ଏକ ମନ୍ଦିର ମଧ୍ୟ ଅଛି, ଏପରି ମାନ୍ୟତା ରହିଛି ଯେ ଏଠାରେ ପ୍ରଭୁ ବିଷ୍ଣୁଙ୍କ ଅବତାର ମାଭଜୀ ତପସ୍ୟା କରିଥିଲେ । ପ୍ରତିବର୍ଷ ମାଘ ମାସରେ ଏଠାରେ ଏକ ମେଳା ମଧ୍ୟ ଆୟୋଜିତ ହୋଇଥାଏ ଯେଉଁଥିରେ ମଧ୍ୟପ୍ରଦେଶ ଓ ଗୁଜୁରାଟର ବହୁ ସଂଖ୍ୟକ ଲୋକ ମଧ୍ୟ ଆସନ୍ତି । ମାନ୍ୟତା ଅନୁଯାୟୀ, ଏହି ମେଳା ପ୍ରାୟ ତିନି ଶହ ବର୍ଷ ଧରି ଅନୁଷ୍ଠିତ ହେଉଛି । ଏଠାକାର ସନ୍ଥ ମାଭଜୀ ମହାରାଜ ଓ ବାନେଶ୍ୱରଙ୍କ କାହାଣୀ ସବୁଠାରେ ପ୍ରଚଳିତ ।
ଏହା ବି ପଢ଼ନ୍ତୁ:-ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ଜରୁରୀ ଖବର! ସୁପ୍ରିମକୋର୍ଟ ଦେଲେ ଏହି ୨ ଗୁରୁତ୍ୱପୂର୍ଣ୍ଣ ରାୟ
ଏହା ବି ପଢ଼ନ୍ତୁ:-ୟୁକ୍ରେନରେ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି ଋଷ! ଜାଣନ୍ତୁ କ'ଣ ପାଇଁ ଆସୁଛି ଭାରତର ନାମ
ଏହା ବି ପଢ଼ନ୍ତୁ:-କେତେଥର ଆଧାର କାର୍ଡରେ ପରିବର୍ତ୍ତନ କରିପାରିବେ ଆପଣଙ୍କର ନାମ, ଠିକଣା ଏବଂ ଜନ୍ମ ତାରିଖ? ଜାଣନ୍ତୁ କ'ଣ ରହିଛି ନିୟମ
ସୂଚନାଯୋଗ୍ୟ, ରାଜସ୍ଥାନର ଉତ୍ତାପ ସହିତ ରାଜନୈତିକ ପାରା ବୃଦ୍ଧି ପାଇଛି । ଗୋଟିଏ ପଟେ କଂଗ୍ରେସ (Congress) ଉଦୟପୁରରେ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଥିବାବେଳେ ବିଜେପି (BJP) ମଧ୍ୟ ମେ ୨୦ ଓ ୨୧ରେ ଜୟପୁରରେ ଏକ ବୈଠକ କରିବାକୁ ଯାଉଛି । କେବଳ ଏତିକି ନୁହେଁ ଗୃହମନ୍ତ୍ରୀ ଅମିତ ଶାହା (Amit Shah) ମଧ୍ୟ ମେ ମାସରେ ନିଜେ ଡଙ୍ଗରପୁର-ବନ୍ସୱାରା ଗସ୍ତ କରିବାକୁ ଯାଉଛନ୍ତି । ଏହି ଦୁଇଟି ଜିଲ୍ଲା ଦକ୍ଷିଣ ରାଜସ୍ଥାନରେ ପଡ଼େ, ଯେଉଁଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ଜନସଂଖ୍ୟା ଅଛି । କଂଗ୍ରେସ ମଧ୍ୟ ଏଥର ବହୁତ ଧ୍ୟାନ ଦେଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Rajasthan CM Ashok Gehlot) ମଧ୍ୟ ଏପ୍ରିଲରେ ଏଠାରେ ପହଞ୍ଚି ସରକାରଙ୍କ ଅନେକ ଯୋଜନା ପ୍ରଚାର କରିଥିଲେ ।