Congress Ticket 2023: '୫୦ ହଜାର ଜମା କର, ଟିକେଟ ନିଅ', ଏହି ରାଜ୍ୟ ପାଇଁ ଘୋଷଣା କଲା କଂଗ୍ରେସ
Advertisement
Article Detail0/zeeodisha/odisha1835111

Congress Ticket 2023: '୫୦ ହଜାର ଜମା କର, ଟିକେଟ ନିଅ', ଏହି ରାଜ୍ୟ ପାଇଁ ଘୋଷଣା କଲା କଂଗ୍ରେସ

Congress MLA Candidate: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାର ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଦଳୀୟ ଟିକେଟ କିପରି ବଣ୍ଟନ କରାଯିବ ସେ ନେଇ ଗଠିତ ହୋଇଛି ଏକ କମିଟି।

Congress Ticket 2023: '୫୦ ହଜାର ଜମା କର, ଟିକେଟ ନିଅ', ଏହି ରାଜ୍ୟ ପାଇଁ ଘୋଷଣା କଲା କଂଗ୍ରେସ

Telangana Congress Unit: ଚଳିତ ବର୍ଷ ଆଡ଼କୁ ହେବାକୁ ଯାଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ। ଯାହାକୁ ନେଇ ଏବେ ଠାରୁ ସରଗରମ ହୋଇଉଠିଛି ରାଜନୀତି। ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ହେଲେ ଏହି ନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନ କିପରି କରାଯିବ  ସେ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆୟୋଜିତ ବୈଠକରେ ଚାଲିଛି ବିଚାର ବିମର୍ଶ।  

ଚଳିତ ବର୍ଷ ଆଡକୁ ହେବାକୁ ଯାଉଛି ତେଲେଙ୍ଗାନା ବିଧାନସଭା ନିର୍ବାଚନ (Telangana Assembly Election 2023)। ଏନେଇ ରାଜ୍ୟ କଂଗ୍ରେସ କମିଟି (Telangana Congress Unit) ପକ୍ଷରୁ କରାଯାଇଛି ଏକ ବିଶେଷ ଘୋଷଣା। ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ଆବେଦନ (Telangana Congress Ticket Applicant) ଅଗଷ୍ଟ ୧୮ ତାରିଖ ଶୁକ୍ରବାର ଠାରୁ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଦଳୀୟ ଟିକେଟ ପାଇବାକୁ ଚାହୁଁଥିବା ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଠାରୁ ୫୦ ହଜାର ଟଙ୍କା ଶୁଳ୍କ ନିଆଯିବ। ସେହିପରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଠାରୁ ୨୫ ହଜାର ଟଙ୍କାର ଶୁଳ୍କ ନିଆଯିବ। ଯେଉଁମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ଟିକେଟ ଚାହୁଁଛନ୍ତି। 

ତିନି ସଦସ୍ୟ ବିଶିଷ୍ଟ ଉପ ସମିତି ଗଠନ
ବିଧାନସଭା ନିର୍ବାଚନ ୨୦୨୩ ପାଇଁ ତେଲେଙ୍ଗାନା କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତ। ଏହି କ୍ରମରେ କଂଗ୍ରେସ ପକ୍ଷରୁ ଦଳର ନେତା ଦାମୋଦର ରାଜ ନରସୀମହାଙ୍କ ଅଧ୍ୟକ୍ଷତାରେ ଏକ ୩ ସଦସ୍ୟ ବିଶିଷ୍ଟ ଉପ ସମିତି ଗଠନ କରାଯାଇଛି। ଏହି ସମିତି ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଚୟନ (Telangana Congress MLA Candidate Selection Process) କରିବା ପାଇଁ ମାନଦଣ୍ଡ ଧାର୍ଯ୍ୟ କରିଛି। ଦଳୀୟ ଟିକେଟ ପାଇଁ ରହିଥିବା ଆବଶ୍ୟକୀୟ ଫର୍ମ ପୂରଣ କରିବା ଏହାକୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଅନଲାଇନ ଅପଲୋଡ୍ କରାଯିବା ନେଇ ଜଣାଇଥିଲେ କଂଗ୍ରେସ ନେତା ଦାମୋଦର ରାଜ ନରସୀମହା। କଂଗ୍ରେସ ଟିକେଟ ପାଇବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ (Telangana Congress MLA Candidate 2023) ଏହି ଫର୍ମ ପୂରଣ କରି ଆସନ୍ତା ୨୫ ଅଗଷ୍ଟ ପୂର୍ବରୁ ଏକ ଡିମାଣ୍ଡ ଡ୍ରାଫ୍ଟ ସହିତ ଦାଖଲ କରିବାକୁ ପଡିବ। 

ସୋସିଆଲ ମିଡିଆ ବିଷୟରେ ଦେବାକୁ ହେବ ତଥ୍ୟ 
ଏନେଇ ଜଣେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (Telangana Pradesh Congress Committee) ନେତା କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଜଣେ ପ୍ରାର୍ଥୀଙ୍କୁ ଅନ୍ୟ ସୂଚନା ସହିତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ (Social Media Account) ବାବଦରେ ତଥ୍ୟ ଦେବାକୁ ହେବ। ଯାହା ଦ୍ୱାରା ଦଳ ସମ୍ପୃକ୍ତ ଟିକେଟ ଆବେଦନକାରୀଙ୍କ ପୃଷ୍ଠଭୂମି ଯାଞ୍ଚ କରିପାରିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରାଜ୍ୟ ନିର୍ବାଚନ କମିଟି ବୈଠକ (Telangana Congress Unit Election Meeting 2023) କରିବ। ଯେଉଁଥିରେ ସମସ୍ତ ଆବେଦନ ଉପରେ ଯାଞ୍ଚ କରାଯିବ। ପରେ ଅଖିଳ ଭାରତୀୟ କଂଗ୍ରେସ କମିଟି (All India Congress Committee) ପାଖକୁ ସୁପାରିଶ ପାଇଁ ପଠାଯିବ। ଏନେଇ କୁହାଯାଇଛି ଯେ ଗତ ୨୦୧୮ ଏବଂ ୨୦୧୪ ନିର୍ବାଚନ ସମୟରେ ଦଳ କୌଣସି ଶୁଳ୍କ ଆଦାୟ କରିନାହିଁ। ଶେଷଥର ଥର ପାଇଁ ୨୦୦୯ ନିର୍ବାଚନରେ ୧୦ ହଜାର ଟଙ୍କାର ଶୁଳ୍କ ଆଦାୟ କରାଯାଇଥିଲା। 

ସିଇସି ଚୂଡ଼ାନ୍ତ ନିଷ୍ପତ୍ତି ନେବ
ଏହା ବ୍ୟତୀତ ଟିପିପିସି ମୁଖ୍ୟ ରେବନ୍ତ ରେଡ୍ଡୀ ( TPCC President Revanth Reddy) ଗଣମାଧ୍ୟମକୁ କହିଛନ୍ତି ଯେ ଆବେଦନକାରୀଙ୍କ ବିଶ୍ୱସନୀୟତା ଏବଂ ତୃଣମୂଳସ୍ତରରେ ସେମାନଙ୍କର ଜନାଧାର ଯାଞ୍ଚ ପାଇଁ ସମସ୍ତ ଯୋଗ୍ୟ ଆବେଦନ ସେହି ଅଞ୍ଚଳରେ ଉପସ୍ଥିତ ସର୍ଭେ ଦଳ ପାଖକୁ ପଠାଯିବ। ଟିପିସିସି ମୁଖ୍ୟ କହିଛନ୍ତି ଯେ ଯାଞ୍ଚ ପରେ ପ୍ରାର୍ଥୀ ତାଲିକାରେ ଏଆଇସିସି ଅଧିନସ୍ଥ କେନ୍ଦ୍ରୀୟ ନିର୍ବାଚନ କମିଟି (Central Election Committee Congress) ନିଷ୍ପତ୍ତି ନେବ। ରାଜ୍ୟ କଂଗ୍ରେସ କମିଟି ପକ୍ଷରୁ ଆମେ କେବଳ ଏଆଇସିସି ପାଖକୁ ପରାମର୍ଶ ଏବଂ ସୁପାରିଶ ପଠାଇ ପାରିବୁ। ସିଇସି ଚୂଡ଼ାନ୍ତ ନିଷ୍ପତ୍ତି ନେବ ଏବଂ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ। ପ୍ରାର୍ଥୀ ଏକାଧିକ ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ପାଇବାକୁ ଆବେଦନ କରିପାରିବେ।